 |
Delang News |
ଡେଲାଙ୍ଗ ---ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ମୁନିନ୍ଦା ଗ୍ରାମ ପଞ୍ଚାୟତର ଚାନ୍ଦୋଳ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଫୁଲ କୁମାର ବିଶ୍ୱାଳଙ୍କର ଅବସର କାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଡେଲାଙ୍ଗ ମଣ୍ଡଳ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ମିଟୁ କିଶୋର ପ୍ରଧାନଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ଡେଲାଙ୍ଗ କଲେଜର ଅଧ୍ୟକ୍ଷ ଅଭୟ ଚରଣ ରାଉତରାୟ, ମୁଖ୍ୟ ବକ୍ତା ପ୍ରାକ୍ତନ ପ୍ରଧାନ ଶିକ୍ଷକ ଚକ୍ରଧର ମହାପାତ୍ର ଓ ସମ୍ମାନୀତ ଅତିଥି ଭାବେ ଏବିଇଓ ରବିନାରାୟଣ ମହାପାତ୍ର, ଶରତ ଚନ୍ଦ୍ର ମିଶ୍ର, ପ୍ରାକ୍ତନ ଏବିଇଓ ଶ୍ୟାମ ସୁନ୍ଦର ଦାସ, ପ୍ରାକ୍ତନ ଶିକ୍ଷକ ଚକ୍ରଧର ପ୍ରଧାନ, ଅଭିନ୍ନାନନ୍ଦ ପ୍ରଧାନ, ଜଯାଧାରୀ ପରିଡା, ଅମିନ ଚନ୍ଦ୍ର ବିଶ୍ୱାଳ, ପ୍ରହଲ୍ଲାଦ ସ୍ୱାଇଁ, ଗୋଲକ ବିହାରୀ ବରାଳ, ମହେଶ୍ୱର ବରାଳ, ପ୍ରମୋଦ କୁମାର ମିଶ୍ର ସିଆସିସି କୃତିବାସ ପରିଡାଙ୍କ ସମେତ ବିଦ୍ୟାଳୟର ଛାତ୍ରଛାତ୍ରୀ , ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟସଦସ୍ୟା ମାନେ ଉପସ୍ଥିତ ରହିଥିଲେ । ଶିକ୍ଷକ ସୁଧିର କୁମାର ଜେନା ଅତିଥି ପରିଚୟ କରିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅବସରପାପ୍ତ ଶିକ୍ଷକଙ୍କୁ ଛାତ୍ରଛାତ୍ରୀ ଓ ବିଦ୍ୟାଳୟ ପକ୍ଷରୁ ଉପଢ଼ୌକନ ଓ ପୁଷ୍ପଗୁଛ, ମାନପତ୍ର ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ଶେଷରେ ଶିକ୍ଷକ ଦିଗମ୍ବର ରଥ ଧନ୍ୟବାଦ ଦେଇଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି