 |
Delang News |
ଡେଲାଙ୍ଗ--- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ମୁନିନ୍ଦା ଗ୍ରାମ ପଞ୍ଚାୟତର ଚାନ୍ଦୋଳ ଗ୍ରାମର ବାନାମ୍ବର ପ୍ରଧାନଙ୍କ ଘରେ ଏକ ନାଗ ସାପ ପଶିଯାଇଥିଲା । କୌଣସି ଅଘଟଣ ଘଟିବା ଆଗରୁ ପରିବାର ଲୋକମାନେ ଦେଖି ନେଇଥିଲେ । ସଙ୍ଗେ ସଙ୍ଗେ ଥେଣ୍ଠେଣା ଗ୍ରାମର ସାପ ଧରାଳି ସନ୍ଦୋଷ ନାୟକଙ୍କୁ ଖବର ଦିଆଯାଇଥିଲା । ସେ ଖବର ପାଇ ଚାନ୍ଦୋଳ ଗ୍ରାମରେ ପହଞ୍ଚି ସାପଟିକୁ ବାନାମ୍ବରଙ୍କ ଘରୁ ଧରିଥିଲେ । ପରେ ସେ ପାଖ ଜଙ୍ଘଲରେ ସାପଟିକୁ ଛାଡି ଦେଇଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି