Breaking News

ପ୍ରମୋଦ ଭାଗତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା


N Das
Baragada News
  ବରଗଡ଼---+ ବରଗଡ଼ ଜିଲ୍ଲା ଅତାବିରାର ପ୍ରମୋଦ ଭଗତ ଜାତୀୟ ସ୍ତରରେ ପାରା ବେଟମିଣ୍ଟନ ଖେଳରେ ପ୍ରଥମ ଅର୍ଜୁନ ପୁରସ୍କାର ପାଇ ନିଜ ଅଞ୍ଚଳ ସହ ସାରାଦେଶରେ ଗୌରବ ଆଣିଛନ୍ତି। ସେ ଆଜି ନିଜ ଅତାବିରା ସ୍ଥିତ ବାସଭବନକୁ ଫେରିବା ବାଟରେ ତାଙ୍କୁ ସମ୍ବଲପୁର ଠାରୁ ଆରମ୍ଭ କରି ବୁର୍ଲା, ଗୋଶାଲା, ଗୋଡ଼ଭଗା ତଥା ଅତାବିରାର ଦୁର୍ଗାପୂଜା କମିଟି ପକ୍ଷରୁ ତଥା ସ୍ଥାନୀୟ ସ୍କୁଲ, କଲେଜ ତଥା ସରକାରୀ, ବେସରକାରୀ ଅନୁଷ୍ଠାନ ପକ୍ଷରୁ ଦୁଲୁଦୁଲି ବାଜା ସହ ଫୁଲତୋଡା ଓ ପୁଷ୍ପ ମାଲ୍ୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ପରେ ପରେ ଲାଦେର ପାଲି ସ୍ଥିତ ରାମଚଣ୍ଡୀ ମନ୍ଦିରକୁ ପ୍ରମୋଦ   ଯାଇ ଆଶୀର୍ବାଦ ନେବାସହ ନିଜ ବାସଭବନକୁ ପ୍ରତ୍ୟାବର୍ତ୍ତନ କରିଥିଲେ।ଆସନ୍ତା କାଲି ରାଜ୍ୟ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ କୁମେଲସିଙ୍ଘା ଠାରେ ଉଦଯାପନି ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେବେ ବୋଲି ଶିକ୍ଷା ଅନୁଷ୍ଠାନ ସୂତ୍ରରୁ ଜଣାପଡ଼ିଛି।

ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts