ବେଗୁନିଆ ସାହିତ୍ୟ ଘର ମାସିକ ବୈଠକ ୨୬ ରେ
ବେଗୁନିଆ---- ବେଗୁନିଆ ବ୍ଲକ ରାଧାକାନ୍ତପୁର ପଞ୍ଚାୟତ ଅନ୍ତର୍ଗତ ସୁଆଁଳ ଗ୍ରାମର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ଦଧିବାମନ ଜୀଉଙ୍କ ମନ୍ଦିର ପରିସରରେ ବେଗୁନିଆ ସାହିତ୍ୟ ଘରର ମାସିକ ବୈଠକ ଚଳିତ ମାସ ୨୬ ତାରିଖ(ଶନିବାର) ଅପରାହ୍ନ ୪ ଘଟିକା ସମୟରେ ଅନୁଷ୍ଠିତ ହେବ । ଏହି ଅବସରରେ ‘’ଉତ୍କଳୀୟ ପରମ୍ପରାରେ ପୂଣ୍ୟମାସ କାର୍ତିକର ମହାତ୍ମ୍ୟ ‘’ଶୀର୍ଷକ କବିତାପାଠ ଓ ଆଲୋଚନା ଚକ୍ର ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି । ଏଥିରେ ସାହିତ୍ୟଘରର ସମସ୍ତ କର୍ମକର୍ତା, ସଦସ୍ୟସଦସ୍ୟା ,ବୁଦ୍ଧିଜୀବୀ,ସାହିତ୍ୟାନୁରାଗୀ ଓ ଜନସାଧାରଣ ଯୋଗ ଦେବା ପାଇଁ ସମ୍ପାଦକ ଦିବାକର ସାହୁ ଅନୁରୋଧ କରିଛନ୍ତି ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା