ଯୌତୁକ ଯୁଇରେ ଲିଜା, ପୁଲିସକୁ ନଜଣାଇ ଶବ ସକ୍ରାର
ହାଟଡ଼ିହି---- ହାଟଡିହି ବ୍ଲକ ସୋସୋ ଥାନା ଅଧିନସ୍ଥ ଖଳାଗଡିଆ ଗ୍ରାମର ଜଣେ ନବବଧୁକୁ ଶ୍ୱଶୁର ଘର ଲୋକମାନେଯୈତୁକ ପାଇଁ ନିର୍ଯ୍ୟାତନା ଦେଇ ମାରିଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ନନ୍ଦିପଦା ଥାନା ଅଧିନସ୍ଥ ଡଙ୍କୁରୀ ଗ୍ରାମର ମୁକୁନ୍ଦ ବେହେରାଙ୍କ ଝିଅ ଲିଜାରାଣୀ ବେହେରା ଗତ ୬ବର୍ଷ ପୁର୍ବେ ଖଳାଗଡିଆ ଗ୍ରାମର ଦିଲ୍ଲିପ କୁମାର ପୁହାଣଙ୍କୁ ଭଲପାଇ ବିବାହ କରିଥିଲା । ଏବେ ତାଙ୍କର ଗୋଟିଏ ୪ବର୍ଷର ଝିଅ ଅଛି । ବିବାହ ସମୟରେ କୌଣସି ଯୌତୁକ ଦିଆଯାଇ ନଥିବାରୁ ପରିବାର ଲୋକମାନେ ଅନେକ ସମୟରେ ତାକୁ ନିର୍ଯ୍ୟତନା ଦେଇ ଆସୁଥିଲେ । ଗତ ୧୨ ତାରିଖ ରାତିରେ ତୁମ ଝିଅ ବିଷଖାଇ ଡାକ୍ତରଖାନାରେ ପଡିଛି ତୁରନ୍ତ କଟକ ଆସ ବୋଲି ଫୋନ କରି ଜଣାଇବାପରେ ଲିଜାର ମା ଡାକ୍ତରଖାନା ଯାଇଥିଲେ । ସେଠାରେ ଝିଅ ସହିତ ମା ସାକ୍ଷାତ କରାଇ ଦେଇନଥିଲେ । ମାତ୍ର ଡାକ୍ତରଖାନା ନେବାବାଟରେ ତାର ମୃତ୍ୟୁ ହୋଇସାରିଥିଲା । ସେମାନେ ଝିଅକୁ ମାରିଦେଇ ତା ପାଟିରେ ବିଷ ଢ଼ାଳି ଦେଇଥିବା ଆମେ ଅନୁମାନ କରୁଛୁ । ଏପରିକି ଶବକୁ ପୋଷ୍ଟ ମଟମ ନକରି ଶବକୁ ସେମାନେ ସକ୍ରାର କରିଦେଇଥିବା ଲିଜାରାଣୀର ବାପା ମକୁନ୍ଦ ସୋସୋ ଥନାରେ ଅଭିଯୋଗ କରିଛନ୍ତି । ପୁଲିସ ଉପଯୁକ୍ତ ତଦନ୍ତ କରି ତାଙ୍କୁ ନ୍ୟାୟ ଦେବାକୁ ସେ ନିବେଦନ କରିଛନ୍ତି ।
ହାଟଡିହିରୁ ବିକାଶ ବି୍ଶ୍ୱାଳ
ହାଟଡିହିରୁ ବିକାଶ ବି୍ଶ୍ୱାଳ