Breaking News

ଅପରାଧୀ ସହ ସେଲ୍ଫୀ ଉଠାଇବା ଥାନା ଅଧୁକାରୀଙ୍କୁ ମହଙ୍ଗା ପଡିଲା

   କୋଣାର୍କ-ଜଣେ ହତ୍ୟା ଅଭିଯୁକ୍ତ କୁ ଧରିବା ପରେ ରାମଚଣ୍ଡୀ ଥାନା ଅଧିକାରୀ ଗାଡି ଭିତରେ ଅଭିଯୁକ୍ତ ରାଧାମୋହନ ଵିଶ୍ଵାଳ ଓରଫ ମୁନା ସହ ନେଇଥିଲେ ସେଲଫି । ନିମାପଡା-କୋଣାର୍କ ରାସ୍ତା ରୁ ଗିରଫ କରାଯାଇଛି ।ଗତ 5 ତାରିଖରେ ଅସ୍ଥରଙ୍ଗ ଆଳସାହିରେ ଦିଲ୍ଲୀପ ସ୍ଵାଇଁ ତାଙ୍କ ବାପା ସାଧୁ ସ୍ଵାଇଁ ସହ ଗଣ୍ଡଗୋଳ କାରଣରୁ ଅଧ ରାତିରେ ମୁନା ଓ ତାଙ୍କ ସହଯୋଗୀ ଖଣ୍ଡା ଓ ଭୁଜାଲି ରେ ଆକ୍ରମଣ କରିଥିଲେ ଏଥିରେ ଦିଲ୍ଲୀପଙ୍କ ମୃତ୍ୟୁ ହୋଇଥିଲା ବେଳେ ବାପା ସାଧୁ ଗୁରୁତର ଆହତ ହୋଇଥିଲେ। ଅଭିଯୁକ୍ତ ଫେରାର ଥିବା ରୁ ପୁରୀ ଏସପି ଦୁଇଟି ଟିମ ଗଠନ କରିଥିଲେ,। ନିମାପଡା-କୋଣାର୍କ ରାସ୍ତାରୁ ଅଭିଯୁକ୍ତ ମୁନାକୁ ଗିରଫ କରି ଥାନାକୁ ଆଣୁଥିଲା ବେଳେ ଅଭିଯୁକ୍ତ ମୁନା ସହିତ  ଆଇଆଇସି ସେଲଫି ଉଠାଇଥିଲେ ।  ଆଇଆଇସି ମୁନାକୁ ଜଣେ ଅଭିଯୁକ୍ତ ଭାବେ ନୁହେଁ ଜଣେ ଭିଆପି ଭଳି ଥାନାକୁ ଆଣିଥିଲେ।
.ଥାନା ଅଧିକରୀ ବୁଲୁ ମୁଣ୍ଡା ଅଭିଯୁକ୍ତ ସହ ସେଲ୍ଫି ଉଠାଇବା ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବାପରେ ପୁରୀ ଏସ.ପି  ଉମାଶଙ୍କର ଦାଶଙ୍କ ନିର୍ଦେଶ କ୍ରମେ ରାମଚଣ୍ତି ଥାନା ଆଇଆଇସି  ବୁଲୁମୁଣ୍ତାଙ୍କୁ  ଜିଲ୍ଲା ମୁଖ୍ୟାଳୟ କୁ ବଦଳି କରାଯାଇଛି । ମୁନା ନାମରେ ରାଜ୍ୟର ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ବେଳେ ଥାନା ଅଧିକାରୀ ବୁଲୁମୁଣ୍ତାଙ୍କ ସହ ମୁନାଙ୍କ କଣ ସଂପର୍କ ତାକୁ ନେଇ ଚର୍ଚା ଜୋର ଧରିଛି। କୋଣାର୍କ ରୁ ଜୟନ୍ତ କୁମାର ସେଠୀ

Blog Archive

Popular Posts