Breaking News

ରକ୍ତଦାନ ପାଇଁ ଶ୍ରୀନିବାସ ଖଣ୍ଡାୟୀ ସ୍ମୃତି ସଂସଦ ସମ୍ବର୍ଦ୍ଧିତ

ହାଟଡ଼ିହି----- ହାଟଡିହି ବ୍ଲକ ଷଡଙ୍ଗ ଗ୍ରାମରେ ଥିବା ଶ୍ରୀନିବାସ ଖଣ୍ଡାୟୀ ସ୍ମୃତି ସଂସଦକୁ ରକ୍ତଦାନ କ୍ଷେତ୍ରରେ ଉଲେଖନୀୟ ସଫଳତା  ପାଇଁ ଆନନ୍ଦପୁର ରକ୍ତଭଣ୍ଡାର ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ବ୍ଲଡବ୍ୟାଙ୍କର ଡାକ୍ତର ଉଦୟ ଭାଷ୍କର ପଣ୍ଡା ସଂସଦର ସଂଯୋଜକ ପ୍ରଶାନ୍ତ ଖଣ୍ଡାୟୀ, ସଭାପତି ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ, ସମ୍ପାଦକ ଅକ୍ଷୟ ବେହେରାଙ୍କୁ ବାର୍ଷିକ ଉତ୍ସବରେ ନିୟମିତ ରକ୍ତଦାନ ଶିବିର କରି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଥିବାରୁ  ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହି ଉତ୍ସବରେ ଆନନ୍ଦପୁର ବ୍ଲଡ ବ୍ୟାଙ୍କ ପରିଚାଳନା କମିଟିର ସଦସ୍ୟ କିଶୋର ଆଚାର୍ଯ୍ୟ, ରତ୍ନାକର ଦାସଙ୍କ ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ । ସଂସଦକୁ ଏପରି ସମ୍ବର୍ଦ୍ଧିତ କରାଯିବା ପରେ ହାଟଡିହି, ଆନନ୍ଦପୁର, ଫକିରପୁର, ଆଗରପଡା ଓ ବନ୍ତ ଅଞ୍ଚଳର ସାହିତ୍ୟ ଅନୁଷ୍ଠାନ ଗୁଡିକ ଶ୍ରୀନିବାସ ଖଣ୍ଡାୟୀ ସ୍ମୃତି ସଂସଦର କର୍ମକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
 ହାଟଡିହିରୁ ବିକାଶ ବିଶ୍ୱାଳ
 B Biswal
hatadhi News

Blog Archive

Popular Posts