Breaking News

ସରକାରୀ ସହାୟତା ମିଳିଲା ନାହିଁ ; ଅର୍ନ୍ତଜାତୀୟ ଗାନ୍ଧୀ ପିସ୍ ଆମ୍ବାସଡ଼ର ସମିଟରେ ଯୋଗଦେଲେ ୨ ଓଡ଼ିଆ ଯୁବକ

S bhera
Bari news
ବରୀ -----  ନେପାଳର ରାଜଧାନୀ କାଠମାଣ୍ଡୁଠାରେ ଅନୁଷ୍ଠିତ ହୋଇଯାଇଥିବା ୩ ଦିନିଆ ଅର୍ନ୍ତଜାତୀୟ ଗାନ୍ଧୀ ପିସ୍ ଆମ୍ବାସଡ଼ର ସମିଟରେ ଯୋଗ ଦେଇ ଫେରିଛନ୍ତି ।  ଯାଜପୁର ଜିଲ୍ଲାର ନିଜ ଗ୍ରାମ ଓଉପଡାକୁ ଫେରିଛନ୍ତି ଗାନ୍ଧୀ ସଂଗ୍ରାହକ ଅଶୋକ କୁମାର ସାହୁ ଓ ଅରଙ୍ଗାବାଦ୍ ଗ୍ରାମର ପେପରମ୍ୟାନ ତଥା ପିସ୍ ଆମ୍ବାସଡ଼ର ଶଶାଙ୍କ ଶେଖର ଦାଶ । ଦୁଇ ଓଡ଼ିଆ ଯୁବକ ରାଜ୍ୟକୁ ଫେରିବା ପରେ ତାଙ୍କୁ ନିଜ ଅଂଚଳ ବରୀରେ ଭବ୍ୟ ସମ୍ବର୍ନ୍ଧନା ଦିଆଯାଇଛି  । ବିନା କୌଣସି ସରକାରୀ ସହାୟତାରେ ନେପାଳର ଗାନ୍ଧୀ ପିସ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଭୟ ଯୋଗଦେଇ ରାଜ୍ୟରେ ମହାତ୍ମା ଗାନ୍ଧୀଙ୍କ ପଦଯାତ୍ରା ଓ ତାଙ୍କ କାର୍ଯ୍ୟକ୍ରମ ସଂପର୍କରେ ସେଠାରେ ବିଷଦ ଆଲୋଚନା କରିଥିଲେ  । ଉଭୟଙ୍କ ଆଲୋଚନାରେ ଅନ୍ୟଦେଶରୁ ଭାଗ ନେଇଥିବା ପିସ୍ ଆମ୍ବାସଡ଼ରମାନେ ଓଡ଼ିଶା ଓ ଗାନ୍ଧୀଙ୍କ ସଂପର୍କରେ ଅନେକ ତଥ୍ୟ ଜାଣିପାରିଲେ ବୋଲି ପ୍ରକାଶ କରିଥିଲେ  । ଏହି ସମିଟ ଅକ୍ଟୋବର ୭ରୁ ୯ ତିନି ଦିନ ହୋଇଥିଲା । ସୂଚନାଯୋଗ୍ୟ ଅର୍ନ୍ତଜାତୀୟ ଗାନ୍ଧୀ ପିସ୍ ଆମ୍ବାସଡ଼ର ସମିଟରେ ଯୋଗ ଦେବାପାଇଁ ନିମନ୍ତ୍ରଣ ପାଇବା ପରେ ଉଭୟ ଅଶୋକ ଓ ଶଶାଙ୍କ ସେମାନଙ୍କର ଯାତାୟତ  ଓ ଅନ୍ୟାନ୍ୟ ଖର୍ଚ୍ଚ ସରକାର କରିବାକୁ ଅନୁରୋଧ କରିଥିଲେ  । ଅଶୋକ ଯାଜପୁର ଜିଲ୍ଲାପାଳଙ୍କୁ ଏଥିନିମନ୍ତେ ଭେଟିବା ସହ ଶଶାଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ନିର୍ଦ୍ଦେଶକଙ୍କୁ ଏକ ପତ୍ର ପ୍ରଦାନ କରିଥିଲେ  । ମାତ୍ର ଦୁଃଖର କଥା ସରକାରୀ ଅଧିକାରୀ କୌଣସି ଉତର ପ୍ରଦାନ କରିନଥିଲେ । ଗାନ୍ଧୀଙ୍କ ବାର୍ତା ପ୍ରଚାର ଓ ପ୍ରସାର କରିବା ପାଇଁ ପ୍ରତିଜ୍ଞାବଦ୍ଧ ଦୁଇ ଯୁବକ ନିଜସ୍ୱ ଖର୍ଚ୍ଚରେ ଯାଇ କାଠମାଣ୍ଡୁରୁ ଫେରିଛନ୍ତ ବୋଲି ପ୍ରକାଶ କରିଛନ୍ତିି ।

ବରୀ,ଯାଜପୁର- ଦର୍ଶନ ବେହେରାଙ୍କ ରିପୋର୍ଟ  

Blog Archive

Popular Posts