Breaking News

ପ୍ରଧାନ ଶିକ୍ଷୟିତ୍ରୀ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ସଭା


 ଜଟଣୀ----  ତିରିମଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଉର୍ମିଳା ସ୍ବାଇଁ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି ।  ଏଥିରେ ଜଟଣୀ ବ୍ଲକ ଏ ବି ଈ ଓ ପ୍ରେମାନନ୍ଦ ମହାନ୍ତି, ଜଟଣୀ ବ୍ଲକ ଶିକ୍ଷକ ସଂଘ ସଭାପତି କୈଳାସ ଚନ୍ଦ୍ର ରାଉତ, ଏଲିମେଣ୍ଟାରୀ ଶିକ୍ଷକ ସଂଘ ଉପଦେଷ୍ଟା ମଣ୍ଡଳୀର ତ୍ରିନାଥ ସାମନ୍ତରାୟ, ଗଗନ ମଙ୍ଗରାଜ, ଅନ୍ତର୍ଯ୍ୟାମୀ ସାହୁ ଓ ପୂର୍ଣ୍ଣ ଚନ୍ଦ୍ର ମହାରଣା ପ୍ରମୁଖ ଯୋଗଦେଇ ଥିଲେ । ୧୯୮୦ ମସିହାରୁ ଶିକ୍ଷକ ଚାକିରୀ ଜୀବନରେ ଶ୍ରୀମତୀ ସ୍ୱାଇଁ ବେରୁହାଁ, ବାଇରଙ୍ଗ,ପଦନପୁର, କୁମାରଖତିଆ,ରାମଚନ୍ଦ୍ରପୁରରେ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ଦକ୍ଷତାର ସହ କାର୍ଯ୍ୟକରି ୨୦୧୪ରେ ତିରିମଲ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ଦାଇତ୍ୱ ନେଇଥିଲେ ।  ତାଙ୍କର ୩୯ ବର୍ଷ ଚାକିରୀ ଜୀବନ ଓ ଶିକ୍ଷାଦାନ କ୍ଷେତ୍ରରେ ବେଶ କୃତିତ୍ବ ଅର୍ଜନ କରିଥିବା ଅତିଥିମାନେ ମତ ପ୍ରକାଶ କରିଥିଲେ । ସେହିପରି ସ୍ଥାନୀୟ ସରପଞ୍ଚ ମମତା ବେହେରା, ଶିକ୍ଷା କମିଟି ସଭାପତି ପ୍ରହ୍ଲାଦ ସାହୁ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସ୍ୱାଇଁ ଙ୍କ ଅମଳରେ ବିଦ୍ୟାଳୟର ପରିବେଶ ଓ ଶିକ୍ଷାଦାନ କ୍ଷେତ୍ରରେ ବେଶ ଉନ୍ନତି ହୋଇଥିବା ପ୍ରକାଶ କରିଥିଲେ । ଶେଷରେ ଭାବବିହ୍ଵଳ ପରିବେଶ ମଧ୍ୟରେ ଶତାଧିକ ଛାତ୍ର, ଛାତ୍ରୀ, ଅଭିବାବକ ଓ ଗ୍ରାମବାସୀ ଙ୍କ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । 

ଜଟଣୀରୁ ଇଫତେଖାର ଅଲ୍ଲୀ

Blog Archive

Popular Posts