Breaking News

କ୍ଲବ ସତ୍ୟବାଦୀ ପକ୍ଷରୁ ସ୍ବଚ୍ଛ ଭାରତ ଓ ପ୍ଲାଷ୍ଟିକ ବର୍ଜନ ପାଇଁ ସଚେତନତା


  ସାକ୍ଷୀଗୋପାଳ------  ଗାନ୍ଧୀଜୀ ଙ୍କର 150 ତମ ଜୟନ୍ତୀ ଅବସରରେ କ୍ଲବ ସତ୍ୟବାଦୀ ତରଫରୁ କାଦୁଆ ଆଶ୍ରମସ୍ଥିତ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ରେ ମାଲ୍ଯାର୍ପଣ କରାଯାଇଥିଲା । ସ୍ବଚ୍ଛ ଭାରତ ଓ ପ୍ଲାଷ୍ଟିକ ବର୍ଜନ ପାଇଁ ସଚେତନତା ସୃଷ୍ଟି କରିବା ଉଦେଶ୍ଯରେ ସାକ୍ଷୀଗୋପାଳ ମନ୍ଦିର ପର୍ଯ୍ୟନ୍ତ ଏକ ବାଇକ୍ ରାଲି ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ସମ୍ମୁଖରେ ଅବସ୍ଥିତ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ଯାର୍ପଣ କ୍ଲବ ସତ୍ୟବାଦୀ। ପକ୍ଷରୁ କରାଯାଇଥିଲା । ପରେ ପରେ ଗୋପାଳଜୀଙ୍କ ମନ୍ଦିର ପରିସରରେ ସଫେଇ କରାଯାଇଥିଲା ।  ଏହି କାର୍ଯ୍ୟକ୍ରମରେ କ୍ଳବ ସତ୍ୟବାଦୀ ର ସଭାପତି ନିହାର ରଞ୍ଜନ ସ୍ବାଇଁ , ସମ୍ପାଦକ ଆଲୋକ ଖୁଣ୍ଟିଆ, ହାପି ରଥ, ସୁରେଷ କୁମାର ସାହୁ, ଆତ୍ମପ୍ରକାଶ ଜେନା, ତୁଷାର ରଞ୍ଜନ ନାୟକ, ଅଭିଜିତ ସେନାପତି, ବିକ୍ରମ କୁମାର ପାତ୍ର, ତୋଫାନ୍ ବେହେରା, ନିଶିକାନ୍ତ ପ୍ରଧାନ, ଲିଟୁ ଖୁଣ୍ଟିଆ, ରୁବିନା ସାହୁ ଓ ଝରଣା ମହାରଣା ପ୍ରମୁଖ ଯୋଗଦେଇଥିଲେ ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts