ସାକ୍ଷୀଗୋପାଳ---- ସତ୍ୟବାଦୀର ବିଧାୟକ ତଥା ବିଜେଡି ଦଳର ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟ ଓ ପୁରୀ ଲୋକସଭା ପ୍ରାର୍ଥୀ ପିନାକୀ ମିଶ୍ରଙ୍କ ସହିତ ପ୍ରାର୍ଥୀପତ୍ର ଦାଖଲ କରିବା ପାଇଁ ପୁରୀ ଗଲେ । ଏଥିପାଇଁ ଆଜି ସକାଳେ ସାକ୍ଷୀଗୋପିନାଥ ଦେବଙ୍କୁ ପୂଜାର୍ଚ୍ଚନା କରିବା ପରେ ବିଜେଡିର ହଜାର ହଜାର ମଟାର ସାଇକେଲ ର୍ୟାଲିରେ ରୋଡ ଶୋ କରି କର୍ମୀ ମାନଙ୍କ ଗହଣରେ ଏକ ଖୋଲା ଜିପରେ ଯାଇଥିଲେ । ଏହି ର୍ୟାଲି ଯିବା ସମୟରେ ସାକ୍ଷୀଗୋପାଳ ବଜାର ପୁରାପୁରି ଜାମ ହୋଇଯାଇଥିଲା । ବିଧାୟକଙ୍କ ସହିବ୍ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ ରହିଥିଲେ । ବାଟରେ ବୀରଗୋବନ୍ଦପୁର ଗ୍ରାମରେ ଥିବା ମା ଦକ୍ଷୀଣକାଳିଙ୍କ ଦର୍ଶନ କରି ମାଙ୍କର ଆର୍ଶିବାଦ ନେଇ ପୁରୀ ଅଭିମୁଖେ ବାହାରିଥିବାର ଜଣାପଡିଛି । ମହୁରା ସରପଞ୍ଚ ନିରଞ୍ଜନ ମହାରୀ, ପ୍ରକାଶ ଖଟେଇ, ସଚଳା ପାଣି, ବାସନ୍ତୀ ବେହେରା, ସମିତିସଭ୍ୟ ପ୍ରଶାନ୍ତ ମହାପାତ୍ର, ମମତା ଭୋଇ, ଗୀତାରାଣି ଭୋଇ , ମହିଳା ସଂଗଠକ କଣାସ, ସତ୍ୟବାଦୀରୁ ହଜାର ଜହାର ସଂଖ୍ୟାର ମଟର ସାଇକେଲ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିବାର ଦେଖାଯାଇଥିଲା । ଯେଉଁ ପରିମାଣର ଆଜିର ରୋଡ ଶୋରେ ଯୁବକ ମାନେ ସାମିଲ ହୋଇଥିଲେ ଏଥିରୁ ପ୍ରମାଣିତ ହେଉଛିଯେ ଅନ୍ୟ ଦଳ ଅପେକ୍ଷା ବିଜେଡି ବହୁ ଆଗରେ ରହିଥିବାର ଆଜିର ଦିନରେ ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି