ପିପିଲି- ଡେଲାଙ୍ଗ ନିର୍ବାଚନ ମଣ୍ଡଳୀରୁ ବିଜେଡିର ହେବିୱାଟେ ନେତା ପ୍ରଦୀପ ମହାରଥୀ ପ୍ରାର୍ଥୀପତ୍ର ଦାଖଲ କଲେ
ପିପିଲି ---- ପୁରୀ ଜିଲ୍ଲାରେ ପିପିଲି - ଡେଲାଙ୍ଗ ନିର୍ବାଚନ ମଣ୍ଡଳୀର ତୁଙ୍ଗ ତଥା ଦଳର ହେବିୱାଟେ ନେତା ଭାବେ ପରିଚିତ ପ୍ରଦୀପ ମହାରଥୀ । ଆଜି ନିଜର ଇଷ୍ଟ ଠାକୁରଙ୍କୁ ପୂଜାର୍ଚ୍ଚନା କରିବା ପରେ ପିପିଲି ବିଜେଡି କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ । ସେଠାରେ ଥିବା ମହାବୀର ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା ପରେ ହଜାର ଜହାର କର୍ମୀ ମାନଙ୍କ ସହ ଏକ ମଟର ସାଇକେଲ ର୍ୟାଲିରେ ପୁରୀ ଅଭିମୁଖେ ବାହାରିଥିଲେ । ଏହି ଅବସରରେ ମକୁନ୍ଦପୁର ଠାରେ ଗୋପାଳଜିଙ୍କୁ ପୂଜାର୍ଚ୍ଚନା କରିଥିଲେ । ବିଭିନ୍ନ ବଜାର ଛକ ଓ ଗ୍ରାମ ଛକ ମାନଙ୍କରେ ଶ୍ରୀ ମହାରଥୀଙ୍କୁ ପଛୋଟି ନେବା ପାଇଁ ଶହ ଶହ ମହିଳା ପୁରଷ ମାନେ ଫୁଲ, ଦୁବ, ଅରୁଆ ଚାଉଳ, ଚନ୍ଦନ ଧରି ଅପେକ୍ଷା କରିଥିବାର ଦେଖାଯାଇଥିଲା । ସେହିପରି ତେଇଶିପୁର ବିଜେଡି କାର୍ଯ୍ୟାଳୟ ଠାରେ ଶତାଧିକ କର୍ମୀ ମାନେ ବାଜା ବାଣ ଫୁଟାଇ ମହାରଥୀଙ୍କୁ ସ୍ୱାଗତ କରିବା ସହ ଶୋଭାଯାତ୍ରାରେ ସାମିଲ ହୋଇଥବାର ଦେଖାଯାଇଥିଲା । ଏହି ନାମାଙ୍କନ ଶୋଭାଯାତାରେ ଡେଲାଙ୍ଗ ଓ ପିପିଲି ବ୍ଳକର ବିଜେଡି ଦଳର ଆଗ ଧାଡିର କର୍ମୀ ଓ ଦୁଇ ବ୍ଳକ ସଭାପତି, ବ୍ଳକ ଅଧ୍ୟକ୍ଷ, ଅଧ୍ୟକ୍ଷା, ଆତ୍ମାର ସଭାପତି , ଜିଲ୍ଲାପରିଷଦ ସଭ୍ୟ ମାନଙ୍କ ସହ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟା ମାନେ ଶୋଭାଯାତ୍ରରେ ସାମିଲ ହୋଇଥିବାର ଦେଖାଯାଇଥିଲା । ପିପିଲି- ଡେଲାଙ୍ଗ ନିର୍ବାଚନ ମଣ୍ଡଳୀରେ ଏଥର ତ୍ରିମୁଖୀ ଲଢ଼େଇ ହେବ । ମୁଖ୍ୟମନ୍ତ୍ରୀଙ୍କ ଲୋକପିୟତା ଓ ପିପିଲି ଓ ଡେଲାଙ୍ଗ ନିର୍ବାଚନ ମଣ୍ଡଳୀର ଭୋଟର ଭାଇ ଭଇଣୀ ମାନଙ୍କର ଆର୍ଶିବାଦ ରହିଛି । ଶ୍ରୀ ମହାରଥୀ ବିପୁଳ ସଂଖ୍ୟାରେ ଭୋଟ ପାଇ ବିଜୟୀ ହେବେ ବୋଲି ଆଶା ରଖିଛନ୍ତି ।
ପିପିଲିରୁ ବିଜୟ କୁମାର ମହାପାତ୍ର
ପିପିଲିରୁ ବିଜୟ କୁମାର ମହାପାତ୍ର