ସାଧାରଣ ନିର୍ବାଚନ ପାଇଁ ବରଗଡ ଜିଲ୍ଲାର ଯାତ୍ରୀ ମାନେ ହଟହଟା
ଅତାବିରା--- ବରଗଡ ଜିଲ୍ଲାରେ ୧୮ ତାରିଖରେ ହେବାକୁ ଯାଉଥବା ନିର୍ବାଚନ ପାଇଁ ଏବେ ଜନସାଧାରଣ ହଟହଟାରେ ପଡିଛନ୍ତି । ସାଧାରଣ ନିର୍ବାଚନ ଯୋଗୁ ନିର୍ବାଚନ କମିଶନରଙ୍କ ନିସ୍ପତି କ୍ରମେ ସରକାରୀ ଓ ବେସରକାରୀ ଗାଡି ଗୁଡିକ ନିର୍ବାଚନ କାମରେ ଲାଗିଯାଇଛି । ଯାହାକି ବରଗଡରୁ- ସମ୍ଭଲପୁର ଓ ସମ୍ଭଲପୁରରୁ ବରଗଡ, ସୋହେଲା, ପଦ୍ମପୁର, ବରପାଲି ଯାଉଥିବା ଅନେକ ସିଟି ବସ, ବେସରକାରୀ ବସ ଗୁଡିକ ନିର୍ବାଚନ କାର୍ଯ୍ୟରେ ନିଯୁକ୍ତି କରାଯାଇଛି । ଯାହାକି ଲୋକମାନେ ନାହିଁ ନ ଥିବା ଅସୁବିଧାରେ ପଡୁଛନ୍ତି । ସରକାରୀ ଓ ବେସରକାରୀ ବସ ଗୁଡିକ ନିର୍ବାଚନ କାମରେ ପଳାଇଥିବାରୁ ଏବେ ମାତ୍ର ହାତଗଣତି ବସ ଚାଲୁଛି । ଯାତ୍ରି ସଂଖ୍ୟା ଠାରୁ ବସ କମ ହୋଇଥବାରୁ ଯାତ୍ରୀ ମାନେ ନାହିଁ ନଥିବା ହଇରାଣ ଭୋଗୁଛନ୍ତି । ଅନ୍ୟ ପକ୍ଷେ ଖରାତାତି ନାହିଁ ନଥିବା ହୋଉଛି । ପିଲାଛୁଆ ଧରି ପରିବାର ଲୋକମାନେ ବାଧ୍ୟ ହୋଇ ଅଟୋରେ ଯାଉଛନ୍ତି । ଅଟୋ ଚାଳକ ମାନେ ଏହାର ଫାଇଦା ଉଠାଇ ୧୦ ଟଙ୍କା ଭଡା ଯାଗାରେ ୩୦ ରୁ ୪୦ ଟଙ୍କା ନେଉଛନ୍ତି । ଏ ବିସୟରେ ଅଭିଯୋଗ ମାନ କରାଯାଇଥିଲେ ମଧ୍ୟ ବ୍ଳକ ଓ ଜିଲ୍ଲା ପ୍ରଶାସନ ଚୁପ ହୋଇ ରହିଛନ୍ତି । ଏହାକୁ ଜନସାଧାରଣ ସିଧା ସଳକ ଭାବରେ ପ୍ରଶାସନ ଓ ସରକାରଙ୍କୁ ଦାୟୀ କରିଛନ୍ତି । ବସ ଗୁଡିକ ନିର୍ବାଚନ କାମରେ ଲାଗିବା ପାଇଁ ନିଆଗଲା ତା ବଦଳରେ ପ୍ରଶାସନ ଅନ୍ୟ ବନ୍ଦୋବସ୍ଥ କରିବା କଥା । ଯାହା ଫଳରେକି ବସଷ୍ଟାଣ୍ଡ ଗୁଡିକରେ ଗରିବ ଲୋକମାନେ ପିଲାଛୁଆଙ୍କୁ ଧରି ଅନେକ ସମୟ ଧରି ରାସ୍ତା ଉପରେ ବସି ରହୁଛନ୍ତି । ସେହିପରି ବୁର୍ଲା ମେଡିକାଲକୁ ସାମାନ୍ୟ ଗୋଟିଏ ରୋଗୀ ଯିବାକୁ ନାନା ହଇରାଣ ଭୋଗୁଛି । ଏହାକୁ ନେଇ ବିଭିନ୍ନ ଅଞ୍ଚଳରେ ଚାପ ଅସନ୍ତୋଷ ପ୍ରକାଶ ପାଇଛି । ଏହାର ପ୍ରଭାବ ମଧ୍ୟ ନିର୍ବାଚନରେ ରାଜ୍ୟ ସରକାରଙ୍କ ବିପକ୍ଷରେ ଯିବ ବୋଲି ବିଶେଷ ସୁତ୍ରରୁ ଜଣେ ପ୍ରଶାସନିକ ଅଧିକାରୀଙ୍କ ଠାରୁ ପ୍ରକାଶ ।
ବରଗଡରୁ ନବୀନ ଦାଶ
ବରଗଡରୁ ନବୀନ ଦାଶ