ଡେଲାଙ୍ଗରେ ବିଜେଡି ପ୍ରଚାରକୁ ଯୋରକଲା ; ପ୍ରଚାରରେ ସାମିଲ ହେଲେ ପୁରୁଷ ଓ ମହିଳା
ଡେଲାଙ୍ଗ---- ଡେଲାଙ୍ଗ ବ୍ଳକରେ ବିଜେଡି ପ୍ରଚାରକୁ ଯୋରକରିଛି । ଏଥିରେ ସାମିଲ ହୋଇଛନ୍ତି ଲୋକସଭା ପ୍ରାର୍ଥୀ ପିନାକୀ ମିଶ୍ର । ବୁଧବାର ବ୍ଳକର ତରବୋଇ, ଓଡତରବୋଇ, ରେଞ୍ଚ, ହୁମର, ପୋଷାଲ, ଶ୍ରୀପୁରୁଷୋତ୍ତମପୁର, ସାଦପଡା, ଜେନାପୁର, ବିଦିରିପୁର, ତନ୍ତୀସାହି, ଚିତ୍ତଳପୁର, ଗୌଡକେରା, କୁଞ୍ଜୁର, ଇନ୍ଦିପୁର, ନଡାଖଣ୍ଡ, ଲେଙ୍କାସାହି, ପ୍ରଚଣ୍ଡପୁର, ଆରଦା, ବସନ୍ତପଡା, ନଳିବସନ୍ତ, ଧାନକେରା, ସରଦାପୁର, ଟିକରପଡା, ହୁରୁହୁରା, ବିଳାସପୁର, ଗୁଡୁପାଇଲୋ, ବୋଳକଣା, ମଣିଜିପୁର, ବେରବୋଇ, ସ୍ୱାଇଁସାହି, ଉଦୟପୁର, ଜିପୁର, ପଞ୍ଚପଲ୍ଲା, ମଢ଼, ଗୁଆଳିପଡା, ମାଛପଡା, ପାତ୍ରପୁର, ରାଉତସାହି, ଗଡଉସାହି, ଆୟତନଡୁଆ, ବୁଆଳି ସହିତ ଆଦି ଗ୍ରାମ ଗୁଡିକରେ ବିଜେଡି ଦଳ ପକ୍ଷରୁ ଏକ ମଟର ସାଇକେଲ ଶୋଭାଯାତ୍ରା କରାଯାଇଥିଲା । ଏହି ରୋଡ ଶୋରେ ପୁରୀ ବିଜେଡି ଦଳର ପ୍ରାର୍ଥୀ ପିନାକୀ ମିଶ୍ର ଓ ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀ ସାମିଲ ହୋଇଥିଲେ । ବିଭିନ୍ନ ଗ୍ରାମ ଦେଇ ଏହି ଶୋଭାଯାତ୍ରା ପରିକ୍ରମା କରୁଥିବା ବେଳେ ଗ୍ରାମ ଦାଣ୍ଡ ଓ ଛକ ମାନଙ୍କରେ ମହିଳା, ଯୁବତୀ, ପୁରୁଷ ଓଯୁବ ଗୋଷ୍ଠୀ ମାନେ ଦୁଇ ପ୍ରାର୍ଥୀଙ୍କୁ ଫୁଲ ମାଳ ଦେଇ ସ୍ୱାଗତ କରୁଥିବାର ଦେଖାଯାଇଥିଲା । ଏହି ଶୋଭାଯାତ୍ରରେ ବ୍ଳକ ବିଜେଡି ସଭାପତି ବୈରାଗୀ ଜେନା, ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ଜିଲ୍ଲାପରିଷଦ ସଭ୍ୟ ଦେବାଶିଷ ନନ୍ଦ, ମିଶନ ଶକ୍ତି ମହିଳା ମହାସଂଘର ସଭାନେତ୍ରୀ ବାସନ୍ତୀ ସାହୁ, ସଭାନେତ୍ରୀ ବିଦ୍ୟୁଲତା ସ୍ୱାଇଁ,ସଦସ୍ୟା ସ୍ୱର୍ଣ୍ଣମୟୀ ଜେନା, ଭାରତୀ ଚମ୍ପତି, କବିତା ପ୍ରଧାନ, ସବିତା ବରାଳ ପ୍ରମୁଖଙ୍କ ସହ ଜେନାପୁର ସରପଞ୍ଚଙ୍କ ପ୍ରତିନିଧି ଅନିଲ କୁମାର ରଥ, ସମିତିସଭ୍ୟ ପ୍ରଭାତ ଜେନା, ବେରବୋଇ ସମିତିସଭ୍ୟ ଅଭିମନ୍ୟୁ ରାଉତ, ସରପଞ୍ଚ ଙ୍କ ପ୍ରତିନିଧି କୌଳାସ ସ୍ୱାଇଁ, ଗୁଆଳିପଡା ସରପଞ୍ଚ କାଳନ୍ଦୀ ଜେନା ସମିତିସଭ୍ୟ ବାସୁଦେବ ଜେନା, ଅଭୟମୁଖୀ ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରସନ୍ନ ପରିଡା, ଧାନକେରା ସରପଞ୍ଚ ପ୍ରସନ୍ନ ଜେନାଙ୍କ ସହ ଶତାଧିକ କର୍ମୀ ମାନେ ଏହି ରୋଡ ଶୋରେ ସାମିଲ ହୋଇଥିବାର ଦେଖାଯାଇଥିଲା ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି