ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଯୁବକ ଗିରଫ
ଡେଲାଙ୍ଗ --- ଡେଲାଙ୍ଗ ଥାନା ଅନ୍ତର୍ଗତ ହରିରାଜପୁର ଫାଣ୍ଡି ଅଧିନ ଉକ୍ତ ଗ୍ରାମରେ ପରିବାର ଲୋକ କେହି ନଥିବା ବେଳେ ଘରେ ପଶି ମହିଳାଙ୍କୁ ଅସଦା ଚରଣ କରିଥିବା ସମ୍ପର୍କେ ଫାଣ୍ଡିରେ ମହିଳା ଅଭିଯୋଗ କରିଥିଲେ । ଅଭିଯୋଗକୁ ଗ୍ରହଣ କରି ଥାନା କେସନଂ- ୮/୧୯ରେ ଏକ କେସରୁଜ କରି ଏସଡିପିଓ ଦୀଲିପ କୁମାର ତ୍ରିପାଠୀ ଓ ଥାନା ଆଇଆଇସି ଅତିଶ ରଂଜନ ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଅଭିଯୁକ୍ତ ନବଘନ ପ୍ରଧାନଙ୍କୁ ହରିରାଜପୁର ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ମଲିକ ଗିରଫ କରି ମଙ୍ଗଳବାର ଦିନ କୋର୍ଟକୁ ପଠାଇଥିବା ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତ