ସତ୍ଯବାଦୀ ବ୍ଳକରେ ଗୋଟିଏ ପାଇଖାନା ଦେଖାଇ ତିନିଜଣଙ୍କର ବିଲ
ସାକ୍ଷୀଗୋପାଳ----- ପୁରୀ ଜିଲ୍ଲାରେ ସତ୍ୟବାଦୀ ବ୍ଳକ ସବୁକ୍ଷେତ୍ରରେ ଆଗରେ । ବିଜୁପକ୍କା , ରାଶନ କାର୍ଡ, ଭର୍ତ୍ତା ପରେ ଏବେ ଲୋକ ଲୋଚନକୁ ଆସିଛି ସ୍ୱଚ୍ଛ ଭାରତ ଅଭିଯାନରେ ତିଆରି କରାଯାଉଥିବା ପାଇଖାନା । ପାଇଖାନା ଏଠାରେ ମଧ୍ୟ ଭଡା ରେ ମିଳୁଥିବା ବେଳେ କେତେକ ଯାଗାରେ ବିକ୍ରୟ କରାଯାଉଛି । ସବୁଠାରୁ ଆଚାର୍ଯ୍ୟ କଥା ଅଭିଯୋଗ କରିଛନ୍ତି ଜଣେ ୱାର୍ଡ ସଭ୍ୟ । ତାଙ୍କ ପାଖରେ ସମସ୍ତ ପ୍ରମାଣ ମଧ୍ୟ ସେ ରଖିଛନ୍ତି ବୋଲି କହିଛନ୍ତି । ପୁରୁଣା ପାଇଖାନା ରଙ୍ଗ କରି ଫଟୋ ଉଠାଇ ବିଲ ହେଲା ପାଇଖାନା ମାଲିକଙ୍କୁ ମିଳିଲା ମାତ୍ର ୨ହଜାର ଟଙ୍କା ବାକି ୧୦ ହଜାର ଟଙ୍କା ଅଧିକାରୀ ମାନେ ଖାଇଗଲେ ବୋଲି ଅନୁଷ୍ଠାନର କର୍ମକର୍ତ୍ତା ମାନେ ସଫେଇ ଦେଉଛନ୍ତି ବୋଲି ହିତାଧିକାରୀ ମାନେ କହନ୍ତି । ଯେଉଁମାନେ ପାଟିତୁଣ୍ଡ କରୁଛନ୍ତି ସେମାନଙ୍କୁ ୫ ହଜାର ଦିଆଯାଇଛି ବୋଲି ଜଣାପଡିଛି । ସତ୍ୟବାଦୀ ବ୍ଳକରେ ପିସି ଦେଲେ ସବୁ ହୋଇ ପାରୁଛି ବୋଲି ସତ୍ୟବାଦୀ ଅଞ୍ଚଳର ବୁଦ୍ଧିଜିବୀ ମାନେ ଆଲେଚନା କରୁଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବଳପୁର ଗ୍ରାମ ପଞ୍ଚାୟତର ୩ନଂ ୱାଡସର୍ଭ୍ୟ ରୂପରାଜ ବେହେରା ଅଭିଯୋଗ ଆଣିଛନ୍ତି ତାଙ୍କ ୱାର୍ଡରେ ପ୍ରାୟ ୨୦ଟି ପୁରୁଣା ପାଇଖାନା ରଙ୍ଗ କରାଯାଇ ବିଲ ହୋଇଛି । ସେଥିକି ନୁହେଁ ୩ ନଂ ୱାଡର ସନ୍ତୋଷ ଦାସ ପିତା ନେତ୍ରାନନ୍ଦ ଦାସ ପାଇଖାନା ବିଲ ହେବାପରେ ସେହି ପାଇଖାନାରେ ୨ନଂ ୱାର୍ଡର ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ନାମ ଲେଖା ହୋଇ ବିଲ ହୋଇଥିବା ଜଣାପଡିଛି । ଏ ବିସୟରେ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ସେ କିଛି ଜାଣି ନାହାନ୍ତି ବୋଲି କହନ୍ତି । ଏଥିରୁ ଅନୁମାନ ସତ୍ୟବାଦୀ ବ୍ଳକରେ ଭୁତ ନେଉଛି ପାଇଖାନା ବିଲ ମଧ୍ୟ ଭୂତ କରୁଛି । ଅଭିଯୋଗ କଲେ କିଛି ଲାଭ ହୋଉନାହିଁ ବୋଲି ହିତାଧିକାରୀ ମାନେ କହନ୍ତି । ୱାର୍ଡ ସଭ୍ୟ ବିଡିଓଙ୍କୁ ଅଭିଯୋଗ କରିଛନ୍ତି ଯେ ତାଙ୍କ ୱାର୍ଡରେ ପାଇଖାନା ଦୁର୍ନିତୀ କରାଯାଇଛି । ଏବଂ ତୁରନ୍ତ ତଦନ୍ତ କରାଯିବା ପାଇଁ ଦାବୀ କରିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି