Breaking News

ସତ୍ଯବାଦୀ ହାଇସ୍ଲୁଲରେ ଅବସର କାଳୀନ ସଭା


ସାକ୍ଷୀଗୋପାଳ--- ସତ୍ୟବାଦୀ ବନ ବିଦ୍ୟାଳୟର ପୁରାତନ କର୍ମଚାରୀ ନକୁଳ ସାହୁଙ୍କ ଅବସର କାଳୀନ ସଭା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।  ଦୀର୍ଘ ୩୫ ବର୍ଷ କର୍ମ ମୟଜୀବନ କାଳ ମଧ୍ୟରେ ଛାତ୍ର , ଶିକ୍ଷକ , ଅଭିଭାବକ ମହଲରେ ଆଦରଣୀୟ ହୋଇ ପାରିଥିଲେ । ବିଦ୍ୟାଳୟର ଛାତ୍ର ଓ ଅଭିଭାବକଙ୍କ ଠାରୁ ଶିକ୍ଷକ ଶିକ୍ଷୟତ୍ରୀ ସମସ୍ତଙ୍କର ସେ ନକୁଳ ଭାଇ ଭାବରେ ପରିଚିତ ଥିଲେ । ଯାହାର ଯାହା ଦରକାର ପଡେ ସେ ନକୁଳ ଭାଇକି ଖୋଜିଥାଏ । ଏଥିଯୋଗୁ ସେ ସମସ୍ତଙ୍କର ଅତି ପିୟ ହୋଇ ପାରିଥିଲେ ।  ସେ ଗୋପବନ୍ଧୁ ଆଦର୍ଶକୁ ଅନୁସରଣ କରୁଥିଲେ । ଏହି ଅବସରରେ ଆୟୋଜିତ ସଭାରେ ପ୍ରଧାନ ଶିକ୍ଷୟତ୍ରୀ ଭବମ୍ ପ୍ରଧାନ ସଭାପତିତ୍ୱ କରିଥିଲେ । ଶିକ୍ଷକ ବିଜୟ କୁମାର ପରିଡା, ସତ୍ୟବାଦୀ ଦାଶ, ପ୍ରଫୁଲ କୁମାର ରଥ, କୃର୍ଷ୍ଣପିୟା ଦାଶ ଓ ସିଆରସିସି ବସନ୍ତ କୁମାର ସ୍ୱାଇଁ, ମାନସ ରଜଂନ ପଟ୍ଟନାୟକ, ପ୍ରାକ୍ତନ ପ୍ରଧାନ ଶିକ୍ଷୟତ୍ରୀ ବାସନ୍ତୀ ପଣ୍ଡା, ପ୍ରାକ୍ତନ ଶିକ୍ଷକ ବନମାଳୀ ବେହେରା , ରମେଶ ଚନ୍ଦ୍ର ଜେନା,ଅଶୋକ ପ୍ରଧାନ, ହରିବନ୍ଦୁ ପ୍ରଧାନ ପ୍ରମୁଖ ଯୋଗଦେଇ ନକୁଳ ସାହୁଙ୍କ ଅବଶିଷ୍ଟ ସମୟ ଭଲରେ କଟୁବୋଲି ଠାକୁରଙ୍କ ପାକରେ ଜଣାଇଥିଲେ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts