Breaking News

ପଞ୍ଚସଖା ଉଚ୍ଚ ବିଦ୍ଯିଳୟର ରୌପ୍ଯ ଜୟନ୍ତୀ ପାଳିତ


ସାକ୍ଷୀଗୋପାଳ--- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ମାଳସାହି ଗ୍ରାମରେ ପଞ୍ଚସଖା ଉଚ୍ଚ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ବୁଧବାର  ପାଳିତ ହୋଇଯାଇଛି । ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।  ଯେଉଁ ବିଦ୍ୟାଳୟରେ ପାଠ ପଡୁଛ ସେ ବିଦ୍ୟାଳୟ ଯେଉଁ ମାନଙ୍କ ନାମରେ ନାମିତ ସେମାନଙ୍କ ଆଦର୍ଶ ଓ ନୀତିକୁ ଗ୍ରହଣ କରିଲେ ନିଶ୍ଚୟ ଭଲ ମଣିଷ ହୋଇ ପାରିବ  ବୋଲି ମୁଖ୍ୟ ଅତିଥି ଶ୍ରୀ ସାମନ୍ତରୟ ଛାତ୍ର ଛାତ୍ରୀଙ୍କୁ ଉଦ୍ବୋବୋଧନ ଦେଇଥିଲେ । ବିଦ୍ୟାଳୟ ପରିସରରେ ଥିବା ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଅତିଥି ମାନେ ମାଲ୍ୟର୍ପଣ କରିବା ସହ ପ୍ରଦୀପ ପ୍ରଜ୍ଜଳନ ଓ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରି ଉତ୍ସବକୁ ଉଦଯାପନ କରିଥିଲେ ।  ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ସମ୍ମାନୀୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ପୂର୍ବତନ ଏମ୍ସ ମେଡିକିଲ ଡ, ଅଶୋକ ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟ ଧୁବ ଚରଣ ଦାଶ, ବ୍ଳକ ସମିତି ଉପାଧ୍ୟକ୍ଷ ବିକ୍ରମ କୁମାର ଜେନା, ସ୍ଥାନୀୟ ସରପଞ୍ଚ ପବିତ୍ର ମୋହନ ସ୍ୱାଇଁ, ସମିତସଭ୍ୟା ରାଜଶ୍ରୀ ନନ୍ଦ , ସୁନୀଲ କୁମାର ପଣ୍ଡା ପ୍ରମୂଖ ଯୋଗ ଦେଇଥିଲେ  । ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ବିବରଣୀ ପାଠ କରିଥିଲେ ଶିକ୍ଷକ ଜିତେନ୍ଦ୍ର କୁମାର ଜେନା । ଅତିଥି ପରିଚୟ ପ୍ରଦାନ କରିଥିଲେ ପୁରାତନ ଛାତ୍ର ତଥା ସାମ୍ବାଦିକ ଅରୁଣ କୁମାର ରାଉତ । ଦୁଇଦିନ ଧରି ଚାଲିଥିବା କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ହୃଷିକେସ କାଣ୍ଡି,ସତ୍ୟବାଦୀ ତହସିଲଦାର କସ୍ତୁରୀ ପ୍ରଧାନ, ପାକ୍ତନ ପ୍ରଧାନ ଶିକ୍ଷକ ରମେଶ କୁମାର ଜେନା, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ଓମ ପ୍ରକାଶ ମିଶ୍ର , ପୁରୀ ପୂର୍ବତନ ନଗରପାଳ ଜୟନ୍ତ ଷଢଙ୍ଗୀ , ଭାରତୀୟ ସବ୍ ଟେନ୍ସ କୋଚ ବିକାଶ ପଟ୍ଟନାୟକ ଉଦ୍ଘାଟନ ଉତ୍ସବରେ ଅତିଥି ଭାବେ ଯୋଗଦାନ କରିଥିଲେ । ବିଦ୍ୟାଳୟର ଛାତ୍ରୀ ଛାତୀ ମାନଙ୍କ ମଧ୍ଯରେ ବିଭିନ୍ନ ପ୍ରତିଯୋଗିତା କରାଯାଇ ସଫଳତା ଲାଭ କରିଥିବା  ଛାତ୍ର ଛାତ୍ରୀଙ୍କୁ ଅତିଥି ମାନେ ପୁରଷ୍କୃତ କରିଥିଲେ । ଏହି ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ୨୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଉଦ୍ଯାପନ ଉତ୍ସବରେ ସଭାପତିତ୍ୱ କରିଥିଲେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୃତି ରଜଂନ ଦାଶ  । ଆଇନଜିବୀ ଅଞ୍ଜନ କୁମାର ହୋତା କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ । ସେହିପରି ତ୍ରିଲୋଚନ ନନ୍ଦ ଧନ୍ୟାବାଦ ଦେଇଥିବା ବେଳେ ଶିକ୍ଷକ ନରେନ୍ଦ୍ର ବେହେରା, ସହଯୋଗ କରିଥିଲେ ।   ବିଦ୍ୟାଳୟର ପୁରାତନ ଛାତ୍ର ଛାତ୍ରୀ , ପରିଚାଳନା କମିଟି, ଶିକ୍ଷକ ଶିକ୍ଷୟତ୍ରୀ ଓ ଗ୍ରାମବାସୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts