ମୁନିଦା ପଞ୍ଚାୟତରେ ଦୁତୀୟ ପର୍ଯ୍ଯାୟ ପିଠା କାର୍ଯ୍ଯକ୍ରମ
ଡେଲାଙ୍ଗ------ଡେଲାଙ୍ଗ ବ୍ଳକର ମୁନିଦା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପାଖ ପଡିଆରେ ଦୁତୀୟ ପର୍ଯ୍ୟାୟ ପିଠା କାର୍ଯ୍ୟକ୍ରମକୁ ପୁରୀ ଜିଲ୍ଲାପାଳ ଜ୍ୟେତି ପ୍ରକାଶ ଦାଶ ଓ ପୂର୍ବତନ କୃଷି ଓ ପଞ୍ଚାୟତରାଜ ମନ୍ତ୍ରୀ ତଥା ବିଧାୟକ ପ୍ରଦୀପ ମହାରଥୀ , ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ବିଡିଓ କ୍ଷୀରୋଦ ପ୍ରଧାନ, ସିଡିପିଓ କାମିନୀ ପ୍ରଭା ସ୍ୱାଇଁ, ସରପଞ୍ଚ ସନ୍ଧ୍ୟାରାଣି ପରିଡା ପ୍ରଦ୍ୱୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବେ ବ୍ଳକର ସହକାରୀ ଯନ୍ତ୍ରୀ ରମେଶ ଚନ୍ଦ୍ର ସ୍ୱାଇଁ, ଯନ୍ତ୍ରୀ ଦେବାଶିଷ ପଟ୍ଟନାୟକ, ଚିତ୍ରପଳା ନାୟକ, ସାମାଜିକ ସୁରକ୍ଷା ଅଧିକାରୀ ତପନ ଚନ୍ଦ୍ର ଦାଶ ଯୋଗାଣ ବିଭାଗ ଅଧିକାରିଣୀ ଲିପିସାରାଣି ରାଉତ, ମିଶନ ଶକ୍ତି ମହିଳା ମହାସଂଘର ସମ୍ପାଦିକା ବାସନ୍ତୀ ସାହୁ ଓ ସଭାନେତ୍ରୀ ବିଦ୍ୟୁଲତା ସ୍ୱାଇଁ, ଜିଲ୍ଲା ପରିଷଦ ସଭ୍ୟ ଦେବାଶିଷ ନନ୍ଦ, ପିପିଲି ବ୍ଳକର ଆତ୍ମାର ସଭାପତି ଧରିଣୀ ଧର ସାହୁ, ପିପିଲି ବ୍ଳକର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ କିଶୋର ଛୋଟରାୟ, ନାରାୟଣ ସ୍ୱାଇଁ ପ୍ରମୁଖ ଯୋଗଦେଇ ସରକାରଙ୍କ ଜନହିତକର ଯୋଜନା ସମ୍ପର୍କେ ଆଲୋକପାତ କରିଥିଲେ । ବିଶେଷ କରି ଲୋକ ମାନେ ପିଠା କାର୍ଯ୍ୟକ୍ରମ ସମ୍ପର୍କେ ଆଉ କିଛି କହିବାକୁ ପଡୁନାହିଁ ସେହିପରି ବିଶେଷ କରି ୨୦୨୩ ସୁଦ୍ଦା ସଠିକ ଚକ୍ଷୁର ସ୍ୱାସ୍ଥ୍ୟର ଯନ୍ତ୍ର ନିଆଯାଇ ପାରିବ ସେଥିନେଇ ମୁଖ୍ୟମନ୍ତ୍ରୀ ସୁନେତ୍ର ଯୋଜନା କରିଛନ୍ତି ବୋଲି କହିଥିଲେ । ପୁରୀ ଜିଲ୍ଲାପାଳ ଶ୍ରୀ ଦାଶ କହିଥିଲେ । ଜଣେ ଯୋଜନାରୁ ଜଦି ବଞ୍ଚିତ ସେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସାମିଲ ହୋଇପାରିବ ବୋଲି ବ୍ଳକର ଅଧ୍ଯକ୍ଷ ଶ୍ରୀ ସାହୁ କହିଥିଲେ । ବିଧାୟକ ଶ୍ରୀ ମହାରଥୀ କହିଥିଲେ ସରକାରଙ୍କ ଏହି ପିଠା କାର୍ଯ୍ୟକ୍ରମରେ ୪୧ଟି ବିଭାଗ ସାମିଲ ହୋଇ ସାରିଛି ବୋଲି କହିଥିଲେ । ଆଜି ପ୍ରଥମିଦିନରେ ୪ଶହ ବଲ ବଣ୍ଟାଯାଇଥିଲା । ସେହିପରି ସିଡିପିଓଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଗ୍ରୁଫ ମାନଙ୍କୁ ପ୍ରମାଣପତ୍ର ଓ ଅଙ୍ଗନୱାଡି କର୍ମୀ ମାନଙ୍କୁ ପ୍ରମାଣପତ୍ର ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲ। । ସମବାୟ ବିତ୍ତ ତଥା ବ୍ଳକର ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ବୈରାଗୀ ଜେନା ସଭାପତିତ୍ୱ କରିଥିଲେ । ମୁନିଦା ପଞ୍ଚାୟତର ପୂର୍ବତନ ସରପଞ୍ଚ ନରେନ୍ଦ୍ର ପରିଡା କାର୍ଯ୍ୟକ୍ରମ ସମ୍ପର୍କେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରାୟ ୧୫ଶହ ପୁରୁଷ ମହିଳା ଯୋଗଦେଇଥିଲେ । ସେହିପରି ଗୁଆଳିପଡା ଗ୍ରାମ ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ସରପଞ୍ଚ କାଳନ୍ଦୀ ଜେନା, ସମିତିସଭ୍ୟ ବାସୁଦେବ ଜେନା, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗର ଯନ୍ତ୍ରୀ ସ୍ୱାଗତିକା ପ୍ରଧାନ, ଯୁବ ସଂଗଠକ ଦୀପକ କୁମାର ଜେନା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ସୁନାଯୋଗ୍ୟ ଯେ ପ୍ରଥମ ପିଠା କାର୍ଯ୍ୟକ୍ରମରେ ବ୍ଳକରେ ପ୍ରଥମ ହୋଇ ୧୦ ଏକ୍ଷ ଟଙ୍କା ପୁରଷ୍କାର ପାଇଛି । ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଫିଲିପିସ ଶବର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ୧୦୦ଟି ପରିବାରଙ୍କୁ ଏଲଇଡି ବଲ, ଅଙ୍ଗନୱାଡି କର୍ମୀ ଓ ଗ୍ରୁଫ ମାନଙ୍କୁ ପ୍ରମାଣପତ୍ର ଅତିଥି ମାନେ ପ୍ରଦାନ କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି