Breaking News

ଆଭା ଅନୁଷ୍ଠାନକୁ କଳା ତାଲିକା ଭୁକ୍ତ କରିବା ସହ ବନ୍ଦ କରିବାକୁ ଦାବୀ


ଡେଲାଙ୍ଗ---- ଡେଲାଙ୍ଗ ଥାନା ଅନ୍ତର୍ଗତ ଡଁପୁର ସ୍ଥିତ ଆଭା ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ କଳା ତାଲିକା ଭୁକ୍ତ ତୁରନ୍ତ ବନ୍ଦ କରିବା ସହ ଦୋଷୀ ମାନଙ୍କ ବିରୁଧରେ ଦୁଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଡେଲାଙ୍ଗ ଯୁବ କଂଗ୍ରେସ  ଦାବୀ କରିଛି । ଶନିବାର ଡେଲାଙ୍ଗ ବ୍ଳକ ଯୁବ କଂଗ୍ରେସ ଉପସଭାପତି ବିଶ୍ୱରଞ୍ଜନ ବଳବନ୍ତରାୟଙ୍କ ନେତ୍ୃତ୍ୱରେ ୧୫ ଜଣିଆ ଏକ ଟିମ ଆଭା ଅନୁଷ୍ଠାନ ପରିଦର୍ଶନ କରିବା ବେଳେ ଅନୁଷ୍ଠାନ ନାମରେ ହୋଇଥିବା ଅଭିଯୋଗ ସତ୍ୟ ବୋଲି ଦେଖିଥଲେ । ନିମ୍ନ ମାନର ଖାଦ୍ୟ, ଶୌଚ ହେବାପାଇଁ ଅବବ୍ୟବସ୍ଥା ସହିତ ଗୋଟିଏ ଘରେ ଯେତିକି ଅନ୍ତୋବାସୀ ରହିବା କଥା ସେତିକି ନ ରଖି ତା ଠାରୁ ଅଧିକ ସଂଖ୍ୟାରେ ଅନ୍ତୋବାସୀଙ୍କୁ ରଖାଯାଉଥିଲା ବୋଲି ଏବେ ସେଠାରେ ଥିବା ଅନ୍ତୋବାସୀ ମାନେ ଏହି ଟଇମ ଆଗରେ ପ୍ରକାଶ କରିଛନ୍ତି । ତୁରନ୍ତ ଏ ଅନୁଷ୍ଠାନକୁ ବନ୍ଦ କରାଯାଇ ଉଚ୍ଚ ସ୍ତରୀୟ ତଦନ୍ତ କରି ଦୋଷୀ ମାନଙ୍କୁ ଦଣ୍ଡ ଦେବାକୁ ଶ୍ରୀ ବଳବନ୍ତରାୟ ଦାବୀ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଡେଲାଙ୍ଗ ବ୍ଳକ ଯୁବ କଂଗ୍ରେସ ସଭାପତି ରାମଚନ୍ଦ୍ର ସାହୁ, ବବୁଲ ଜେନା, ସାଇ ଆୟୁଷ୍ମାନ ମହାନ୍ତି ଅଭିମନ୍ୟୁ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts