ଅଷ୍ଟମ ଶ୍ରେଣୀର ଛାତ୍ରୀ ଜନନୀ ହେଲେ
କନ୍ଧମାଳ---କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ସରକାରୀ ଆବାସିକ ସ୍କୁଲରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ସନ୍ତାନ ଜନ୍ମ ଘଟଣା, ଦାରିଙ୍ଗବାଡିରେ ଉତ୍ତେଜନା ପ୍ରକାଶ ପାଇଛି ।
ଆବାସିକ ସ୍କୁଲରେ ଏକ ଲଜ୍ୟା କର ଘଟଣା ଘଟିଛି |ଗତକାଲି ରାତ୍ରିରେ ଉକ୍ତ ଆବାସିକ ସ୍କୁଲରେ ଜଣେ ଅଷ୍ଟମ ଶେଣୀ ଛାତ୍ରୀ ବାଥରୁମରେ ଏକ କନ୍ୟା ସନ୍ତାନ ଜନ୍ମ କରିଥିଲେ | କିନ୍ତୁ ଏ ଘଟଣା ପରେ ସ୍କୁଲ କର୍ତ୍ତୃପକ୍ଷ ଛାତ୍ରୀକୁ ବାହାରକୁ ବାହର କରି ଦେଇଥିଲେ | ଛାତ୍ରୀ ଜଣକ ଏକ ଜଙ୍ଗଲରେ ଥିଲା | ପରେ ଜିଲ୍ଲା ପ୍ରଶାସନ ତରଫରୁ ବାଲିଗୁଡା ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ନାବାଳିକା ସମେତ ଶିଶୁଟିର ଚିକିତ୍ସା କରାଯାଉଛି | ଜିଲ୍ଲା ମଙ୍ଗଳ ଅଧିକାରୀ, ଉପଜିଲ୍ଲାପାଳ, ପିଏଆଇଟିଡିଏ ଘଟଣା ସମ୍ପର୍କରେ ସମୀକ୍ଷା କରିବା ସହିତ ନାବାଳିକା ଓ ଶିଶୁଟିର ଉତ୍ତମ ଚିକିତ୍ସା ବନ୍ଦୋବସ୍ତ କରାଯାଇଛି | କିନ୍ତୁ ଏହି ଘଟଣାକୁ ନେଇ ଦାରିଙ୍ଗବାଡିରେ ଉତ୍ତେଜନା ପ୍ରକାଶ ପାଇଥିଲା | ଲୋକେ ସ୍କୁଲ ସମ୍ମୁଖରେ ଟାୟର ଜାଳି ରାସ୍ତା ଅବରୋଧ କରିଥିଲେ | ବାଲିଗୁଡା ଏସଡିପିଓ ନିତିନ କୁଶଲକର ଘଟଣା ସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିଥିଲେ | ଦାରିଙ୍ଗବାଡି ପୋଲିସ ଏହି ଘଟଣାରେ ଜଣେ ଯୁବକଙ୍କୁ ଅଟକ ରଖି ଘଟଣା ସମ୍ପର୍କରେ ପଚାରା ଉଚୁରା ଜାରି ରଖିଥିବା ଥାନା ଅଧିକାରୀ କହିଛନ୍ତି | ଆଦିବାସୀ ମନ୍ତ୍ରୀ ରମେଶ ମାଝୀ ଏହି ଘଟଣା ସମ୍ପର୍କରେ ତଦନ୍ତ ପାଇଁ କନ୍ଧମାଳ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି |
କନ୍ଧମାଳରୂ ମନୋଜ କୁମାର ପଣ୍ଡା