Breaking News

ଦୁଇ ଦିନିଆ ସନାତନ ଧର୍ମ ସମ୍ମଳନୀ ଉଦ୍ଯାପିତ


 ସାକ୍ଷୀଗୋପାଳ  -----   କେନ୍ଦ୍ର ଆର୍ଯ୍ୟ ଜୀବନ ସମିତି ପକ୍ଷରୁ ସାକ୍ଷୀଗୋପାଳ ଶଖା ଆନୁକୂଲ୍ୟରେ ସପ୍ତଦଶ ଦୁଇ ଦିନିଆ ବୈଦିକ ସନାତନ ଧର୍ମ ସମ୍ମଳନୀ   ସତ୍ୟବାଦୀ ହାଇସ୍କୁଲ ପଛ ଶ୍ରୀରାମ କଲ୍ୟାଣ ମଣ୍ଡପରେ ରବିବାର ଉଦ୍ଯାପିତ  ହୋଇଯାଇଛି  । ଏହି ଅବସରରେ ପ୍ରଭାତରୁ ଭଜନ କୀର୍ତ୍ତନ କରାଯିବା ପରେ ଠାକୁରଙ୍କୁ ମାଘସ୍ନାନ ପରେ ଷୋଡଶୋପଚାରରେ ଶ୍ରୀ ନାରାୟଣଙ୍କୁ ଯଥାବିଧି ପୂଜା, ହୋମ. ଆରତି, ସ୍ରୋତପାଠ , ଗୀତା ପାଠ , ବେଦ ଉଚ୍ଚାରଣ କରାଯାଇଥିଲା ।  ଆର୍ଯ୍ୟ ଜୀବନ ସମିତିର ଗୁରୁ ଗୋପାଳ ଚ୍ଦ୍ର ମିଶ୍ର ଶର୍ମାଙ୍କ ସଭାପତିତ୍ୱରେ ଆର୍ଯ୍ୟଜୀବନ ସମିତି ଅନ୍ତର୍ଗତ ମହିଳା ଶିଷ୍ୟା ଓ ଭକ୍ତମାନଙ୍କୁ ନେଇ ଏକ ଧର୍ମ ସଭାର ଆୟୋଜନ କରାଯାଇଥିଲା ।   ଧୂପ, ଦୀପ, ଭଜନ କୀର୍ତ୍ତନ ପରେ ଠାକୁରଙ୍କୁ ଭୋଗ ଲାଗିବା ପରେ ପହଡ ପକାଯାଇ ଭକ୍ତ ମାନେ ପ୍ରସାଦ ସେବନ କରିବା ସହ ଧର୍ମ ସମ୍ମଳନୀ ଉଦ୍ଯାପନ କରାଯାଇଥିଲା । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts