Breaking News

ବଉଳ ଅମାବାସ୍ଯାରେ ସାକ୍ଷୀଗୋପିନାଥଙ୍କୁ ଲାଗି ହେଲା ବଉଳ


ସାକ୍ଷୀଗୋପାଳ---- ପୁରୀ ଜିଲ୍ଲାର ଅନ୍ୟତମ ବେଷ୍ଠବ କ୍ଷେତ୍ର ସାକ୍ଷୀଗୋପାଳ  ।  ସାକ୍ଷୀଗୋପିନାଥ ମନ୍ଦିରରେ ରବିବାର ଦିନ ବଉଳ ଅମାବାସ୍ୟା ପାଳିତ ହୋଇଯାଇଛି ।  ଦ୍ୱିପହର ଧୂପରେ ଉପଚାର କରାଯିବା ପରେ ଗହମଗୁଣ୍ଡ, ଚିନି, ମସଲା ସହିତ ଆମ୍ବ ଗଛର ବଉଳ ମିଶା ଯାଇ ଠାକୁରଙ୍କୁ ଭୋଗ କରାଯାଇଥିଲା । ପରେ ପରେ ଠକୁରଙ୍କୁ ବଉଳ ପେନ୍ଥା ଲାଗି କରାଯାଇଥିଲା ।  ମନ୍ଦିରରେ ଥିବା ପାଶ୍ୱ ଦେବତା ମାନଙ୍କୁ ବଉଳ ଲାଗି କରାଯାଇଥିଲା ।  ବଉଳ ଅମାବାସ୍ୟା ହୋଇଥିବାରୁ ଠାକୁରଙ୍କ ପାଖରେ ଲାଗି ହୋଇଥିବା ବଉଳ ପାଇବା ପାଇଁ ଶ୍ରଦ୍ଧାଳୁ ମାନଙ୍କର ଭିଡ ପରିଲକ୍ଷିତ ହୋଇଥିଲା। 
  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts