ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଘର ପୋଡିଯାଇଛି ଓ ଗୋଟିଏ ଗାଈ ପୋଡିଯାଇଛି
ପିପିଲି-----ପିପିଲି ଥାନା ଅନ୍ତର୍ଗତ ବାଲିକୁଦା ଗ୍ରାମର ବିନୟ କୁମାର ମହାନ୍ତିଙ୍କ ଘରେ ବୁଧବାର ରାତିରେ ଆକସ୍ମିକ ଅଗ୍ନିକାଣ୍ଡ ଘଟିଯାଇଛି । ଏଥିରେ ଗୁହାଳ ଘର ସହିତ ନିଜର ବାସଗୃହ ମଧ୍ଯ ପୋଡିଯାଇଛି । ଗୁହାଳ ଘରେ ବନ୍ଦାଯାଇଥିବା ଗାଈ ମଧ୍ଯରୁ ଗୋଟିଏ ଗାଇ ନିଆଁ ଧାସରେ ଜୀବନ୍ତ ପୋଡି ଯାଇମୃତ୍ଯୁ ବରଣ କରିବା ସହ ଅନ୍ଯ ଛଅଟି ଗାଈ ମାନେ ଆହତ ହୋଇଛନ୍ତି ।