ବଙ୍ଗୋମୁଣ୍ଡା ବ୍ଲକଳ ବିଭିନ୍ନ ପଞ୍ଚାୟତରେ ପିଠା ଦୁତୀୟ ପର୍ଯ୍ଯାୟ ଆରମ୍ଭ
ବଙ୍ଗୋମୁଣ୍ଡା----ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ ପିଠା ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବେଲପଡା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ପିଠା କାର୍ଯ୍ୟକ୍ରମରେ ବେଲପଡା ପଞ୍ଚାୟତ ସରପଞ୍ଚ ଅଞ୍ଜନା ମେହେର ସଭାପତିତ୍ୱ କରିଥିଲେ । । ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ହାଜି ମହମ୍ମଦ ଆୟୁବ ଖାଁ,ସମ୍ମାନୀୟ ଅତିଥି ଭାବେ ସମିତି ସଭ୍ୟା କୁନ୍ତଲା ବରିହା,କନିଷ୍ଠ ଯନ୍ତ୍ରୀ ମନୋରଞ୍ଜନ ସାହୁ, ଜୟନାରାୟଣ ବାଘ୍ ,ଆଇସିଡିଏସ୍ ସୁପରଭାଇଜର ଚଂଚଲା ମାଝୀ,ଯଶୋଦା ମହାନନ୍ଦ,ଟିକେଶ୍ୱରୀ ସରାଫ,ବିଦ୍ୟୁତ ବିଭାଗ ର କନିଷ୍ଠ ଯନ୍ତ୍ରୀ ସୁନିଲ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ସରକାର ଙ୍କ ବିଭିନ୍ନ ଜନ ହିତକର ଯୋଜନା ସମ୍ପର୍କରେ ଲୋକ ମାନଙ୍କୁ ଅବଗତ କରାଇଥିଲେ । କାର୍ଯ୍ୟନିର୍ବାହୀ ଅଧିକାରୀ ସୁଧିର ଚନ୍ଦ୍ର ଠାକୁର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ୮୦ ଟି ସ୍ୱଂୟ ସହାୟକ ଗୋଷ୍ଠୀ ଦଳ କୁ ମିଶନ ଶକ୍ତି ଯୋଜନା ରେ ୧୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା । ଖାଦ୍ୟ ସୁରକ୍ଷା ଆଇନରେ ଆମ ଘରେ ଏଲଇଡି ବଲ୍ ଯୋଜନାରେ ହିତାଧିକାରୀ ମାନଙ୍କୁ ପ୍ରଦାନ କରାଯାଇଥିଲା । ବ୍ଲକ ରେ ଗତ ମାସ ରେ ପିଠା କାର୍ଯ୍ୟକ୍ରମ ଆୟୋଜନ ନେଇ ପ୍ରଥମ ହୋଇଥିଲା । ଆଜି ମଧ୍ୟ ପିଠା କାର୍ଯ୍ୟକ୍ରମ କୁ ସଫଳ ର ସହ ସମ୍ପାଦନା କରାଯାଇଥିବା ପରିଳକ୍ଷିତ ହୋଇଥିଲା । ସେହିପରି ଖଇରା ପଞ୍ଚାୟତ କାର୍ଯ୍ୟାଲୟ ଠାରେ ମଧ୍ୟ ରାଜ୍ୟ ସରକାର ଙ୍କ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ କାର୍ଯ୍ୟନିର୍ବାହୀ ଅଧିକାରୀ ପୀତବାସ ଜାନୀ ଙ୍କ ଅଧ୍ୟକ୍ଷତା ରେ ମୁଖ୍ୟ ଅତିଥି ଭାବେ ଖଇରା ପଞ୍ଚାୟତ ସରପଞ୍ଚ ଚନ୍ଦ୍ରକାନ୍ତି ରଣା,ସମ୍ମାନୀୟ ଅତିଥି ଭାବେ କନିଷ୍ଠ ଯନ୍ତ୍ରୀ ଶିଶିର ପାଟ୍ଟଶାଣୀ,ସୁପରଭାଇଜର ରତ୍ନାମଣୀ ବରାଳ,ନାଏବ ସରପଂଚ ଅରୁଣ ଭୋଇ,ଚକ୍ରଧର ଜାନୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଖଇରା ପଂଚାୟତ ରେ ୮୨ ଜଣ ଙ୍କୁ ନୂତନ ଭତ୍ତା,୫ ଜଣ ଙ୍କୁ ଘର ରେପ୍ରାତ୍ସାହନ ରାଶି ପ୍ରଦାନ କରାଯାଇଥିଲା । ସେହପରି ଯୁରାବନ୍ଧ ପଞ୍ଚାୟତ କାର୍ଯ୍ୟାଲୟ ଠାରେ ମଧ୍ୟ ପିଠା ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଯୁରାବନ୍ଧ ପଂଚାୟତ ସରପଂଚ ପ୍ରତିମା ପୁଟେଲ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ଉପାଧ୍ୟକ୍ଷ ମାମରାଜ ଜୈନ,ସମ୍ମାନୀୟ ଅତିଥି ଭାବେ କନିଷ୍ଠ ଯନ୍ତ୍ରୀ ଧିରେନ ସାହୁ,ବଙ୍ଗୋମୁଣ୍ଡା ସିଡିପିଓ ଦାଉମିନ ବାରା,ଓଡିଶା ଜୀବିକା ମିଶନ ର ବିପିଏମ,୍ ବିଜୟ ବେହେରା,ଆଇସିଡିଏସ୍ ସୁପରଭାଇଜର ଗାୟତ୍ରୀ ବାରିକ,ମଞ୍ଜୁଳା ଦୀପ,ପ୍ରମିଲା ନାଗ,ନାଏବ ସରପଞ୍ଚ ଖଗେଶ୍ୱର ଭାଟି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଯୁରାବନ୍ଧ ପଞ୍ଚାୟତ ର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭାତ କୁମାର ବେହେରା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ୮ ଜଣ ହିତାଧିକାରୀ ମାନଙ୍କୁ ଘର ର ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ ।
ବଙ୍ଗୋମୁଣ୍ଡାରୁ ଅଶୋକ ନାରାୟଣ ଭୋଇ