ପିପିଲି ବ୍ଲକର ପୋଡଙ୍ଗ ଗ୍ରାମ ଗହିରରେ ବଗ ମଡଖ
ପିପିଲି-ପିପିଲି ବ୍ଲକ ତେଇସିପୁର ପଞ୍ଚାୟତର ପୋଡଙ୍ଗ ଗ୍ରାମ ଗହିରରେ ବଗ ମଡକ ଦେଖିବାକୁ ମିଳିଛି । ପୋଡଙ୍ଗ ଗ୍ରାମ ଗହିର ଚାଷ ଜମି କୁ ଚାଷ କାମ କରିବାକୁ ଗଲା ବେଳେ ଲୋକ ମାନେ ବହୁ ସଂଖ୍ୟାରେ ବଗ ମରି ପଡିଥିବା ଦେଖିଥିଲେ । ଯାହାକୁ ନେଇ ଗ୍ରାମବାସି ଆତଙ୍କିତ ହୋଇ ପଡିଛନ୍ତି । ବିଗତ ଦିନ ରେ କୁକୁଡା ଙ୍କ ଠାରେ ବାର୍ଡ ଫ୍ଲୁ ରୋଗ ହୋଇଥିବା ବିଭାଗିୟ ଅଧିକାରି ସୁଚନା ଦେଇ ତାକୁ ନଖାଇବା କୁ ପରାମର୍ଶ ଦେଇଥିଲେ । ସେତେବେଳେ କୁକୁଡା ଓ ବତକ ଗୁଡିକ ଏକାଠି କରି ମାରି ପୋତି ଦେବାକୁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ପୋଡଙ୍ଗ ଅଂଚଳରେ ବଗ ମଡକ ଦେଖି ବାର୍ଡ ଫ୍ଲୁ କୁ ନେଇ ଆଶଙ୍କା କରାଯାଉଛି । ଆତ୍ମା ଅଧକ୍ଷ ତଥା ତେଇସିପୁର ସମିତି ସଭ୍ୟ ଧରଣି ଧର ସାହୁ ତୁରନ୍ତ ବିଭାଗୀୟ ଅଧିକାରୀ ମାନେ ବଗ ମଡକ ର କାରଣ କଣ ପରିକ୍ଷା କରିି ଗ୍ରାମବାସିଙ୍କ ମନରୁ ସନ୍ଦେହ ଦୁର କରିବାକୁ ସେ ଦାବି କରିଛନ୍ତି ।
ପିପିଲିରୁ ବିଜୟ କୁମାର ମହାପାତ୍ର