Breaking News

ସରକାରି ଡାଇରିରେ ଆଉ ଏକ ଭୁଲ ଲୋକଲୋଚନକୁ ଆସିଛି

ସାକ୍ଷୀଗୋପାଳ ----  ସରକାରୀ ଡାଇରିରେ ଗୋଟିଏ ଭୁଲ ପରେ ଏବେ ଆଉ ଗୋଟିଏ ଭୁଲ ପରିଲକ୍ଷିତ ହୋଇଛି । ଓଡିଆ ଭାଷାକୁ କଦର୍ଯ୍ୟ କରାଯାଉଥିବା ସତ୍ୟବାଦୀର ବୁଦ୍ଧିଜିବୀ ମାନେ ଏବେ ଆଲେଚନା କରୁଛନ୍ତି । ଯେଉଁଠି ଓଡିଆ ଅଧିକାରୀ ନାହାନ୍ତି ସେଠି ଓଡିଆ ଭାଷା ସଠିକ କିପରି ହେବ ବୋଲି ଆଲେଚନା ହୋଉଛି । ଅତିବଡି ଜଗନ୍ନାଥ ଦାଶଙ୍କ ରଚିତ ଓଡିଆ ଭାଗବତ ରେ ଉଲ୍ଲେଖ ରହିଛି  “ ଧନ  ଅର୍ଜିଲେ ଧର୍ମ କରି , ଧର୍ମେ ପ୍ରାପତ ନର ହରି” ଏହା ଏବେବି ଓଡିଆ ଭାଗବତ ବହିରେ ଉଲ୍ଲେଖ ରହିଥିବା ବେଳେ ସରକାରଙ୍କ ୨୦୧୯ ଡାଇରୀ ପ୍ରକାଶନରେ ଉଲ୍ଲେଖ କରିଛନ୍ତି  “ ଧର୍ମ ଅର୍ଜନେ ଧର୍ମ କରି ଧର୍ମ ପ୍ରାପତେ ନରହରି, ମଧୁର ବିନୟ ବଚନ କହି ତୋଷିବ ପ୍ରାଣୀ ମନ । ” ଏହି ପଦ ଓଡିଆ ଭାଗବତ ବୋଲି  ଉଲ୍ଲେଖ ରହିଛି  । ସରକାର ଏପରି ତୃଟିକୁ ସତ୍ୟବାଦୀ ବୁଦ୍ଧିଜିବୀ ମାନେ ନାପସନ୍ଦ କରିଛନ୍ତି । ଯେଉଁଠାରେ ଓଡିଆ ବିଶ୍ୱ ବିଦ୍ୟାଳୟ ଖୋଲିବ ସେଠାରେ ଏହି ଓଡିଆ ଭାଷାକୁ ବିକୃତ କରୁଥିବା ସରକାର ଓ ପ୍ରଶାସନ ବିରୋଧରେ ଆରମ୍ଭ ହୋଇଛି ପ୍ରତିବାଦ ସ୍ୱର । 

ସାକ୍ଷୀଗୋପାଳରୁ ---ଧୀରେନ୍ଦ୍ର ସେନାପତି 

Blog Archive

Popular Posts