ପିପିଲି ବ୍ଲକରେ ଆରମ୍ଭ ହେଲା ଦୁତୀୟ ପର୍ଯ୍ଯାୟ ପିଠା କାର୍ଯ୍ଯକ୍ରମ
ପିପିଲି----ପିପିଲି ବ୍ଲକ ରେ ଦୁତୀୟ ପର୍ଯ୍ୟାୟ ପିଠା ଯୋଜନା ଆରମ୍ଭ ହୋଇଛି ।ଦାଣ୍ଡମୁକୁନ୍ଦପୁର,କୁଳଶେଖରପାଟଣା,ଦୃର୍ଗାଦାସପୁର,ସଂପୁର,ଚନ୍ଦ୍ରାଦେଇପୁର,ମଙ୍ଗଳପୁର ପଞ୍ଚାୟତ ଗୁଡିକ ଦ୍ୱିତିୟ ପର୍ଯ୍ୟାୟର ପ୍ରଥମ ଦିନରେ ସାମିଲି ହୋଇଛି । ମଙ୍ଗଳପୁର ଓ ଚନ୍ଦ୍ରାଦେଇପୁର ପଞ୍ଚାୟତ ପିଠା ଯୋଜନାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ କୃଷି ମନ୍ତ୍ରୀ ତଥା ସ୍ଥାନିୟ ବିଧାୟକ ପ୍ରଦୀପ ମହାରଥୀ ଯୋଗଦେଇ ରାଜ୍ୟ ସରକାରଙ୍କ ପୁର୍ବ ଯୋଜନା ଅବଗତଥିବା ଦର୍ଶାଇ ନୁତନ କରି ସାମିଲି ହୋଇଥିବା କାଳିଆ ଯୋଜନା,ମୋ ଘରେ ଏଲଇଡି ବଲ ଯୋଜନା ,ଅଙ୍ଗନବାଡି କର୍ମିଙ୍କ ଦରମା ବୃଦ୍ଧି,ସୁନେତ୍ର ଯୋଜନା ରେ ମାଗଣାରେ ଆଖି ର ଯତ୍ନ ନେବା ପାଇଁ ଡାକ୍ତରି ପରିକ୍ଷା କରିବା ଆଦି ସମ୍ପର୍କରେ ପିଠା ଯୋଜନାରେ ସାମିଲି ହୋଇଥିବା ଜନ ସାଧାରଣଙ୍କୁ ଅବଗତ କରାଇଥିଲେ । ସେହିପରି ବ୍ଲକ ଅଧକ୍ଷା କଳ୍ପନା ସାମନ୍ତରାୟ,ସାଂସଦ ପ୍ରତିନିଧି ପ୍ରଫୁଲ୍ଲ ସ୍ୱାଇଁ,ଆତ୍ମା ଅଧକ୍ଷ ପିପିଲି ଧରଣି ଧର ସାହୁ ,ଉପାଧକ୍ଷ ଯୁଧିଷ୍ଠିର ସ୍ୱାଇଁ,ପୁର୍ବତନ ଜିଲ୍ଲାପରିଷଦ କିଶୋର ଛୋଟରାୟ,ଜିଲ୍ଲାପରିଷଦ ରାଧାମଣି ପ୍ରଧାନ,ସରପଞ୍ଚ ମଙ୍ଗଳପୁର ଅମିୟ ପରିଡା,ବିଜୁ ଯୁବବାହିନି ସଭାପତି ବିଶ୍ୱଜିତ ଦାସ,ଆର୍ତ୍ତବନ୍ଧୁ ସାନ୍ତରାୟ,ପ୍ରମୋଦ ମହାପାତ୍ର,ମନୋଜ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ । ବ୍ଲକ ରୁ ନିୟୋଜିତ ହୋଇଥିବା ପିଠା ଯୋଜନାର ନୋଡାଲ ଅଫିସର ମାନେ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇବା ସହ ସେମାନଙ୍କୁ ସମସ୍ତ ସୁବିଦା ପଞ୍ଚାୟତରେ ଯେଗାଇ ଦିଆଯିବ ବୋଲି ଗ୍ରାମ ପଞ୍ଚାୟତ ସମ୍ପସାରଣ ଅଧିକାରୀ ଦିପକ କୁମାର ଜେନାଳସୁଚନା ଦେଇଛନ୍ତି ।
ପିପିଲିରୁ ବିଜୟ କୁମାର ମିଶ୍ର