ଜଟଣୀ ପୌରପରିଷଦ ରେ ବ୍ୟାପକ ଦୁର୍ନୀତି; "ଜଳଛତ୍ର" ବାବଦକୁ ଲକ୍ଷ ଲକ୍ଷ ଟଙ୍କା ମିଳିତ ଭାବେ ଲୁଟ ଅଭିଯୋଗ
ଜଟଣୀ :-ଜଟଣୀ ପୌରପରିଷଦ କାର୍ଯ୍ୟାଳୟ ଏକ ଦୁର୍ନୀତିର ଗନ୍ତାଘର କହିଲେ ଅତ୍ୟୁକ୍ତି ହେବ ନାହିଁ l ପ୍ରତ୍ୟକ ଉନ୍ନତି ମୂଳକ କାର୍ଯ୍ୟରେ ମିଛ ବିଲ୍ ମାଧ୍ୟମରେ ହରିଲୁଟ କରିବାରେ ଜଟଣୀ ପୌରପରିଷଦ ମାହିର l ଏହାର ଜଳନ୍ତ୍ୱ ଉଦାହରଣ ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ଜଳ କଷ୍ଟ ଦୂର ପାଇଁ ଜନସାଧାରଙ୍କ ହିତରେ ବିଭିନ୍ନ ୱାର୍ଡରେ "ଜଳଛତ୍ର" ର ବ୍ୟବସ୍ତା କରାଯାଇଥିଲା l ଏହାର ପରିଚାଳନା ପାଇଁ ବିଭିନ୍ନ ୱାର୍ଡର ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଥିଲା l ଟେଣ୍ଡ ବାବଦରେ ସ୍ଥାନୀୟ "ଜଟଣୀ ଗଣେଶ ଟେଣ୍ଟ ଏବଂ କ୍ୟା୍ଟେରିଙ୍ଗ ସର୍ଭିସ " ସଂସ୍ଥାକୁ ଠିକା ଦିଆଯାଇଥିଲା l ଏହି ଜଳଛତ୍ର ବାବଦରେ ୧୧ ଲକ୍ଷ ଟଙ୍କା ଲୁଟ ଅଭିଯୋଗ ହୋଇଛି l ଏହି ବାବଦରେ ଶ୍ରୀ ଗଣେଶ ଟେଣ୍ଟ ସଂସ୍ଥାକୁ ଗୋଟିଏ ତାରିଖରେ ୭ ବିଲ୍ ମାଧ୍ୟମରେ ୧୪ ଲକ୍ଷ ୭୩ ହଜାର ୫୩୪ ଟଙ୍କା ପୈଠ ହୋଇଥିବା ସ୍ଥଳେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ୭୬ ହଜାର ୬୫୦ ଟଙ୍କା ସହ ସମୁଦାୟ ୧୫ ଲକ୍ଷ ୫୦ ହଜାର ୨୨୪ ଟଙ୍କା ପ୍ରଦାନ କରାଯାଇଥିବାର ବିଲ୍ ହସ୍ତଗସ୍ତ ହୋଇଛି l ଏଠି ପ୍ରଶ୍ନ ଉଠୁଛି ଗତ ବର୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ମୂଲ୍ୟ ପ୍ରଦାନ ହୋଇଥିବା ସ୍ଥଳେ ଅନ୍ୟାନ ବାବଦରେ ମିଶି ୪ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା l କିନ୍ତୁ ଏହା ଚଳିତ ବର୍ଷ ୧୫ ଲକ୍ଷରୁ ଉର୍ଦ୍ଧ ଟଙ୍କା ହେବା ଆଶର୍ଯ୍ୟ ବିଷୟ l ଏଥିରୁ ଜଣାପଡେ ପୌରପରିଷଦର ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପଟ୍ଟଯୋଶୀ, ପୌରଯନ୍ତ୍ରୀ ଅନୁରାଧା ପ୍ରଧାନ, ଅତିରିକ୍ତ ପୌରଯନ୍ତ୍ରୀ ଦୀପକ କୁମାର ରଥ ଏବଂ ନଗର ପାଳ ଅନନ୍ତ ବେହେରା ମିଳିତ ଭାବେ ଜଟଣୀ ପୌରପରିଷଦକୁ ଲୁଟି ଚାଲିଛନ୍ତି l ଅନେକ ମିଛ ବିଲ୍ ଯାହାକି ଅଳ୍ପ ମୂଲ୍ୟର ବିଲ୍ ଉପରେ ଦଶ ଗୁଣା ମୂଲ୍ୟର ବିଲ୍ କରିନେବା ଏହା ଜଟଣୀ ନାଗରିକ ମାନଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି? l ଅନ୍ୟ ପକ୍ଷରେ ଉକ୍ତ ପୌରପରିଷଦରେ ଅନେକ ଦିନ ଧରି ପୌର ଯନ୍ତ୍ରୀ ଅନୁରାଧା ପ୍ରଧାନ ଏବଂ ଅତିରିକ୍ତ ଯନ୍ତ୍ରୀ ଦୀପକ କୁମାର ରଥ କାର୍ଯ୍ୟ କରି ଆସୁଛନ୍ତି l ଯାହାଫଳରେ ଏମାନଙ୍କ ମାଧ୍ୟମରେ ଅସାଧୁ ଉପାୟରେ ମିଛ ବିଲ୍ କରିବାରେ ସଫଳ ହେଉଛନ୍ତି l ସ୍ଥାନୀୟ ଜନସାଧାରଣ ଏହି ଦୁଇ ଅଧିକାରୀଙ୍କ ସହ ଜଡିତ ଅନ୍ୟ ଅଧିକାରୀଙ୍କୁ ବହିଷ୍କାର କରିବାପାଇଁ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି l ଭିଜିଲାନ୍ସ ପକ୍ଷରୁ ପୌରପରିଷଦର ଏହି ଦୁର୍ନୀତିର ପୁଙ୍ଖାନୁପୁଙ୍କ ତଦନ୍ତ କରି ଦୁର୍ନୀତି ଖୋର ଅଫିସର ଏବଂ ନେତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନୀୟ ବୁଦ୍ଧି ଜିବୀଙ୍କ ପକ୍ଷରୁ ଦାବି ଉଠିଛି l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୫/୧୨/୨୦୨୪----୮,୧୦ Sakhigopal News,5/12/2024
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୫/୧୨/୨୦୨୪----୮,୧୦ Sakhigopal News,5/12/2024