Breaking News

ମହିଳା ଆତ୍ମସୁରକ୍ଷା ତାଲିମ ଶିବିର

 
ବରଗଡ଼ --- ଅତାବିରା ବ୍ଲକ୍  ସ୍ଥିତ ଲରମ୍ଭା କଲେଜ ଠାରେ ୨୦୨୩-୨୪ ନାମଲେଖା +୩ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଥମ ବର୍ଷର ଛାତ୍ରୀ ମାନଙ୍କର ଆତ୍ମସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା। ଆନୁଷ୍ଠାନିକ ଭାବରେ କଲେଜ ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ଭୋଇ ଶିବିରକୁ ଉଦଘାଟନ କରିଥିଲେ। ନୋଡାଲ ଅଫିସର ମିସ ପାୟଲ ସାହୁ ଶିବିରକୁ ପରିଚାଳନା କରିଥିବାବେଳେ ତାଲିମ ଦାତ୍ରୀ ସୁଜାତା ଭୁଏ  ଯୋଗ ଦେଇ ଆତ୍ମ ସୁରକ୍ଷା ଉପରେ ବିଭିନ୍ନ କୈାଶଳ  ପ୍ରଦାନ କରିଛନ୍ତି । ଏଥିସହ ଅଧ୍ୟାପକ ସରୋଜ କୁମାର ନାୟକ, କ୍ରୀଡା ଅଧ୍ୟାପକ ସୈାରଭ ପଧାନ, ତାରାଚାନ୍ଦ କଣ୍ଟା, ବିଦେଶୀ ଛନ୍ଦ ପ୍ରମୁଖ ସହଯୋଗ କରିଥିଲେ। ଏହା ଦୀର୍ଘ କୋଡିଏ ଦିନ ଧରି ଚାଲିବ ବୋଲି ଜଣାପଡିଛି।  ଉଦଘାଟନ ସମାରୋହରେ  ଅଧ୍ୟାପକ ଶ୍ରୀ ମନୋରଞ୍ଜନ ତ୍ରିପାଠୀ, ପବିତ୍ର ମାହାଣା ପ୍ରମୁଖ ଉପସ୍ଥିତ ଥିଲେ ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୫/୧୨/୨୦୨୫---୮,୧୦ Sakhigopal News,5/12/2024

Blog Archive

Popular Posts