Breaking News

ଅପରାଧ ଦମନର ମୂଳମନ୍ତ୍ର "ସଚେତନତା


ଜଟଣୀ ----- : ଆଜିକାଲିର ସମାଜରେ ପ୍ରତି ମୁହୂର୍ତ୍ତରେ ଅପରାଧର ସଂଖ୍ୟାବୃଦ୍ଧି ପାଇଚାଲିଛି । ପାରମ୍ପରିକ ଅପରାଧକୁ ବାଦ ଦେଇ ବର୍ତ୍ତମାନ ଅନଲାଇନ୍ ମାଧ୍ୟମରେ ଅନେକ ଜଘନ୍ୟ ଅପରାଧର ଶିକାର ଜନସମାଜ ହେଉଛନ୍ତି । ଠକମାନେ ବିଭିନ୍ନ ଉପାୟରେ ବ୍ୟକ୍ତିମାନଙ୍କର ମୁଖପୁସ୍ତିକାର ପ୍ରୋଫାଇଲ୍‌କୁ ବ୍ୟବହାର କରି ବନ୍ଧୁତ୍ବ ପାଇଁ ଅନୁରୋଧ ପଠାଇ ପରେ ପରେ ନିଜ ନିଜର ବିଭିନ୍ନ ସମସ୍ୟା ଉପସ୍ଥାପନ କରି ନିରୀହ ଲୋକମାନଙ୍କ ଠାରୁ ବିପୁଳ ପରିମାଣରେ ଅର୍ଥ ଲୁଟି ନେଉଛନ୍ତି । ଲୋକମାନଙ୍କୁ ବିଭିନ୍ନ ଉପାୟରେ ପ୍ରଲୋଭନ ଦେଖାଇ ସେମାନଙ୍କ ଠାରୁ ଓଟିପି ମାଗି ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟରୁ ଅର୍ଥ ହଡପ କରିବା ଦ୍ବାରାସେମାନେ ଅସହାୟ ମନେ କରୁଛନ୍ତି । କିନ୍ତୁ 'ସଚେତନତା ହିଁ ଅପରାଧକୁ ସଫଳରୂପେ ଦମନକରିପାରିବ' । ଜଟଣୀ ମହାବିଦ୍ୟାଳୟର “ସାଇବର ଅପରାଧ ଏବଂ ଏହାର ଉପସ୍ଥାପନା ମାପ ”- ଏକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ପାଠଚକ୍ରରେ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସାଗରିକା ନାଥ ଯୋଗ ଦେଇଥିଲେ । ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିବାଏହି ପାଠଚକ୍ରରେ ଖୋର୍ଦ୍ଧାଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସାଗରିକା ନାଥ ମୁଖ୍ୟ ବକ୍ତାଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ଅପରାଧ ଓ ଏହାର ନିରାକରଣ ସମ୍ପର୍କରେ ଅବଗତ କରାଇଥିଲେ ।ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ରାଜୀବ କୁମାର କରଙ୍କ ପୌରହିତ୍ୟରେ ଅନୁଷ୍ଠିତ ପାଠଚକ୍ରରେ ପ୍ରାଧାପକ ଡ. ପ୍ରଶାନ୍ତ କୁମାର ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିବା ସହିତ ଯୁବ ରେଡ଼କ୍ରସର ପରାମର୍ଶଦାତା ପରିମିତା ପ୍ରହରାଜ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ଡ. ତପନ ମିଶ୍ର, ଯୁବରେଡ଼କ୍ରସର ଅନ୍ୟତମ ପରାମର୍ଶଦାତା ଅଧାପକ କାର୍ତିକ ଚନ୍ଦ୍ର ଦାସ , ଅନିଲ କୁମାର ନନ୍ଦ, ଡ.ଅନୁପ ମହାନ୍ତି, ଡ. ଅମିତ ବିକ୍ରମ ପଟ୍ଟନାୟକ, 
ଡ. ରାଜୀବ କୁମାର କର ,ଅଜିତ କୁମାର ସୁନ୍ଦରାୟ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୪/୧୨/୨୦୨୪----୭,୧୦ Sakhigopal News,4/12/2024

Blog Archive

Popular Posts