ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ କ୍ରୀଡ଼ା ସମାରୋହ
ବରଗଡ଼ ---- ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପ୍ରଧାନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ବାର୍ଷିକ କ୍ରୀଡା ମହା ସମାରୋହରେ ପାଳିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ସମାଜ ସେବୀ ଶ୍ରୀ ସକ୍ରାଜିତ ମେହେର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଦୀପ ପ୍ରଜ୍ବଳନ ପୂର୍ବକ ସମସ୍ତଙ୍କ ଶୁଭ କାମନା କରିଥିଲେ । ବାର୍ଷିକ କ୍ରୀଡ଼ାକୁ ଉଦଘାଟନ କରି ଶିଶୁ ମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ।ପରିଚାଳନା ସମିତିର ଯୁଗ୍ମ ସଂପାଦକ ଶ୍ରୀ କ୍ଷୀରସାଗର ବେହେରା ଓ ପୂର୍ବତନ ଯୁଗ୍ମ ସଂପାଦକ ଶ୍ରୀ ଭରତ ଚନ୍ଦ୍ର ପ୍ରଧାନ ମଞ୍ଚାସୀନ ଥିଲେ।କାର୍ଯ୍ୟକ୍ରମକୁ ଶ୍ରୀ ତାପସ ଭୋଇ ପରିଚାଳନା କରିଥିଲେ। କାଳିଚରଣ ହୋତାଙ୍କ ସମେତ ଶିଶୁ ଭାଇ ଭଉଣୀ ବୁଗବୁଗା ସମଲେଶ୍ବରୀ ମନ୍ଦିରରୁ ମଶାଲ ଶୋଭାଯାତ୍ରା କରି ମଶାଲ ସ୍ଥାପନ କରିଥିଲେ। ଖେଳ ଶିକ୍ଷକ ଶ୍ରୀ ତାପସ ଭୋଇ, ସୁଶ୍ରୀ ବୈଶାଳୀ ଭୋଇ ଓ ଶ୍ରୀ ଭରତ ଭୋଇଙ୍କ ସମେତ ସମସ୍ତ ଗୁରୁମା ଗୁରୁଜୀ ଖେଳ ପରିଚାଳନା କରିଥିଲେ।ବାର୍ଷିକ କ୍ରୀଡ଼ାର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଶ୍ରୀ ଅଶ୍ବିନୀ ମେହେର (ପଶ୍ଚିମ ଓଡିଶା ସେବା ପ୍ରମୁଖ, ବିଶ୍ବ ହିନ୍ଦୁ ପରିଷଦ),ସମ୍ମାନୀତ ଅତିଥି ଭାବେ ଶ୍ରୀଯୁକ୍ତ ପରମେଶ୍ବର ପଟେଲ(ପଶ୍ଚିମ ଓଡିଶା ବଳ ଉପାସନା ପ୍ରମୁଖ, ବଜରଙ୍ଗ ଦଳ),ଶ୍ରୀ ଶେଷଦେବ ଛନ୍ଦ(ସରପଞ୍ଚ ବୁଗବୁଗା ପଞ୍ଚାୟତ)ଶ୍ରୀ ସଞ୍ଜିବ କୁମାର ସାହୁ(ସମାଜ ସେବୀ)ଶ୍ରୀ ଛାୟାକାନ୍ତ ସାହୁ(ସମାଜ ସେବୀ)ଯୋଗ ଦେଇ ଶିଶୁ ମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ।ପରିଚାଳନା ସମିତିର ଉପ ସଭାପତି ଶ୍ରୀ ହୃଷିକେଶ ସାହୁ, ଯୁଗ୍ମ ସଂପାଦକ ଶ୍ରୀ କ୍ଷୀରସାଗର ବେହେରା ,କୋଷାଧ୍ୟକ୍ଷ ଶ୍ରୀ ପ୍ରେମାନନ୍ଦ ମେହେର ତଥା ଅତିଥି ଅଧିକାରୀ ମାନେ କୃତି ପ୍ରତିଭାଗୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ।ମୁଖ୍ୟ ଅତିଥି ଧ୍ବଜ ଅବତରଣ ଓ ଜ୍ୟୋତି ନିର୍ବାପନ କରିଥିଲେ।ପରିଶେଷରେ ଭରତ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମଟି ସମସ୍ତ ଗୁରୁମା ଗୁରୁଜୀଙ୍କ ସାହାଯ୍ୟ ଓ ସହଯୋଗରେ ସାଫଲ୍ୟ ମଣ୍ଡିତ ହୋଇଥିଲା। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୫/୧୨/୨୦୨୪----୮,୨୦ Sakhigopal News,5/12/2024