ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ଯୁବ ରେଡ କ୍ରସ ତରଫରୁ ଏଡସ ସମ୍ପର୍କିତ ସଚେତନତା
ଭଞ୍ଜନଗର--ସାବିତ୍ରୀ ମହିଳା ମହାବିଦ୍ୟାଳୟ ପରିସରରେ ଯୁବ ରେଡ଼କ୍ରସ ର ରେଡ ରିବନ କ୍ଲବ ତରଫରୁ ଏଡସ ସଚେତନତା ସହିତ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେଇଯାଇଛି । ଡ଼ିସେମ୍ବର 1କୁ ବିଶ୍ୱ ଏଡସ ଦିବସ ଭାବେ ପାଳନ କରାଯାଇଛି!ମହାବିଦ୍ୟାଳୟ ଅଧକ୍ଷ ଡ଼କ୍ଟର ସୁଶାନ୍ତ କୁମାର ମଲ୍ଲିକ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିବା ବେଳେ ରକ୍ତଦାନର ମହତ୍ୱ ବିଷୟରେ ବାର୍ତା ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଗଞ୍ଜାମ ଜିଲ୍ଲାର ପ୍ରକଳ୍ପ ଅଧିକାରୀ ଶ୍ରୀ ହେମନ୍ତ କୁମାର ଦାସ ଯୋଗ ଦେଇ ଛାତ୍ରୀ ମାନଙ୍କୁ ଏଚଆଇଭି ଏଡସ ର କାରଣ ଏବଂ ନିରାକରଣ ବିଷୟରେ ବାର୍ତା ଦେଇଥିଲେ । ସଂଯୋଜକ ସନ୍ତୋଷ କୁମାର ସାହୁ ମଧ୍ୟ ଛାତ୍ରୀ ମାନଙ୍କୁ ଏଡସ ନିରାକରଣ ବିଷୟରେ ବାର୍ତା ପ୍ରଧାନ କରିଥିଲେ!ଏହା ସହ ଇତିହାସ ବିଭାଗର ଅଧ୍ୟାପିକା ସୁପ୍ରଭା ବେହେରା ଛାତ୍ରୀମାନଙ୍କୁ ଯୁବ ରେଡ କ୍ରସ ର ଗୁରୁତ୍ୱ ଓ ଦାୟିତ୍ୱ ବିଷୟରେ ଉଦବୋଧନ ଦେଇଥିଲେ । ଯୁବ ରେଡ କ୍ରସ ସଂଯୋଜିକା ସୁଶ୍ରୀ ରଶ୍ମିତା ବେହେରା କାର୍ଯ୍ୟକ୍ରମଟିକୁ ସମ୍ପାଦନ କରିବା ସହ ଏଡସ ବିଷୟରେ କବିତା ଗାନ କରିଥିଲେ । ଏହା ବତୀତ କାର୍ଯ୍ୟକ୍ରମରେ ପୁଷ୍ପା ପଟ୍ଟନାୟକ, ସନ୍ଧ୍ୟା ରାଣୀ ପ୍ରଧାନ, ପ୍ରେମଚାନ୍ଦ ମଲ୍ଲିକ, ସସ୍ମିତା ମିଶ୍ର ଏବଂ ଯୁବ ରେଡ କ୍ରସ ଛାତ୍ରୀ ମାନେ ଯୋଗ ଦେଇଥିଲେ ।ସଭା ଶେଷରେ ଯୁବ ରେଡ କ୍ରସ ସହ ସଂଯୋଜିକା ସୁଶ୍ରୀ ମୋନାଲିସା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨/୧୨/୨୦୨୪----୭,୨୦ Sakhigopal News,2/12/2024