ସତ୍ୟବାଦୀରେ ବିଜେଡି ପକ୍ଷରୁ ସଭ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ ; ପଞ୍ଚାୟତ ନିର୍ବାଚନରେ ବିଜେଡିର ବାଜିମାତ ନିଶ୍ଚିତ
ସାକ୍ଷୀଗୋପାଳ, ---- ସତ୍ୟବାଦୀରେ ବିଜୁ ଜନତା ଦଳ ପକ୍ଷରୁ ସଭ୍ୟ ସଂଗ୍ରହ ଅଭିଯାନକୁ ସତ୍ୟବାଦୀର ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟ ଙ୍କ ନେତ୍ନତୃରେ ସଭ୍ୟ ସଂଗ୍ରହଅଭିଯାନର ଶୁଭାରମ୍ଭ ହୋଇଛି । ବୀରଗୋବିନ୍ଦପୁର ସ୍ଥିତ କଲ୍ୟାଣ ମଣ୍ଡପ ଅନୁଷ୍ଠିତ ସଭ୍ୟ ସଂଗ୍ରହ ଅଭିଯାନରେ ରାଜ୍ୟ ବିଜେଡି ସଭ୍ୟ ସଂଗ୍ରହ ଅଭିଯାନର ଆବାହକ ବିଜୟ ନାୟକ ଯୋଗ ଦେଇ ଦଳକୁ ମଜବୁତ କରିବା ପାଇଁ ଦଳୀୟ କର୍ମୀ ମାନେ ଏବେ ଠାରୁ ଲାଗିପଡିବା ପାଇଁ ପରାମର୍ଶ ଦେଇଥିଲେ । ସତ୍ୟବାଦୀ ବ୍ଳକ ବିଜେଡି ସଭାପତି ପ୍ରମୋଦ ରାଉତରାୟ ଅନୁଷ୍ଠିତ ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା ଯୋଗ ଦେଇ ଡବଲ ଇଞ୍ଜିନ ସରକାରଙ୍କୁ ଲୋକମାନେ ଭୋଟ ଦେଇ ଯାହା ପାଇଲେ ତାହର ଜବାବ ପଞ୍ଚାୟତ ନିର୍ବାଚନରେ ଦେବେ ବୋଲି ସେ କହିଛନ୍ତି । ଏଣୁ ଆମକୁ ସେମାନଙ୍କ କଥାକୁ ବିଶ୍ୱାସ ନକରି ଆମେ ଆମ ଦଳକୁ କିପରି ମଜବୁତ କରି ପାରିବା ଏବଂ ପ୍ରତି ଘରେ ବିଜେଡି ସଭ୍ୟ କିପରି ହୋଇ ପାରିବେ ସେ ଦିଗ ପ୍ରତି ଦୃଷ୍ଟି ଦେବାକୁ ସେ କର୍ମୀ ମାନଙ୍କୁ ନିବଦେନ କରିଥିଲେ । ସେହିପରି ଜିଲ୍ଲାପରିଷଦ ସଭ୍ୟ ନାରାୟଣ ରାଉତରାୟ, ଆତ୍ମାର ଅଧ୍ୟକ୍ଷ ମହମ୍ମଦ ଝିକିରିଆ, ପୂର୍ବତନ ବ୍ଳକ ଅଧ୍ୟକ୍ଷ ତଥା ମହୁରା ପଞ୍ଚାୟତ ସମିତିସଭ୍ୟ ପ୍ରେମାନନ୍ଦ ବେହେରା, ଯୁବ ବିଜେଡି ସଭାପତି ଶରତ ରାଉତରାୟ, ଛାତ୍ର ବିଜେଡି ସଭାପତିଦିନେଶ ମହାପାତ୍ର, ବିଜେଡି ମହିଳା ସଭାନେତ୍ରୀ ପୁଷ୍ପାଞ୍ଜଳି ବିଶ୍ୱାଳ, ସୁବାଷ ପ୍ରଧାନ, ପ୍ରଶାନ୍ତ ମହାପାତ୍ର, ପ୍ରକାଶ ଖଟୋଇ, ଜଳନ୍ଦର ସେଠୀ , କାଳୁ ଚରଣ କାଣ୍ଡି, ଦେବଦତ୍ତ ସାମନ୍ତରାୟ, ଦେବେନ୍ଦ୍ର ମହାପାତ୍ର, ସ୍ୱାଧୀନ ଭାରତ ଜେନା, ବସନ୍ତ ପ୍ରଧାନ, ପ୍ରଭାକର ପଣ୍ଡା ଙ୍କ ସହିତ ବିଜେଡି ଦଳକୁ ଭଲ ପାଉଥବା କର୍ମୀ ଓ ସରପଞ୍ଚ ,ସମିତିସଭ୍ୟ ମାନେ ଯୋଗ ଦେଇଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨/୧୨/୨୦୨୪---୭,୧୦ Sakhigopal News, 2/12/2024