Breaking News

ଗଞ୍ଜେଇ ଚାଲାଣ ବେଳେ ଅବକାରୀ ବିଭାଗର ଚଢ଼ାଉ, କାର ସହ ୨ ଗିରଫ



ଭଞ୍ଜନଗର - କନ୍ଧମାଳ ରୁ ଭୃବନେଶ୍ବର ଗଞ୍ଜେଇ ଚାଲାଣ ବେଳେ, ଭଞ୍ଜନଗର ଅବକାରୀ ବିଭାଗ ପକ୍ଷରୁ ଭଂଜନଗର ବନ ବିହାର ନିକଟରେ ଚଢ଼ାଉ କରାଯାଇଛି । ଗୋଟିଏ କାର  ସହ ୨୮ କିଲୋ ଗଞ୍ଜେଇ ଜବତ କରିବାରେ ଅବକାରୀ ବିଭାଗ ସଫଳ ହୋଇଥିଲେ।  ଏଥିରେ ସଂପୃକ୍ତ ୨  ଚାଲାଣ କାରୀଙ୍କୁ  ଗିରଫ କରିଛି ଅବକାରୀ ବିଭାଗ । ସୂଚନା ପ୍ରକାରେ, ଗଞ୍ଜେଇ ଚାଲାଣ ହେଉଥିବା ନେଇ ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲା ଅବକାରୀ ବିଭାଗ । ଏନେଇ ଭଂଜନଗର - ଫୁଲବାଣୀ ମୁଖ୍ୟ ରାସ୍ତାର ଭଂଜନଗର,ବନ ବିହାର ନିକଟରେ ଅବକାରୀ ବିଭାଗ କର୍ମଚାରୀ ମାନେ ଜଗି ରହିଥିଲେ । ଆସୁଥିବା କାରକୁ ଅଟକାଇ ଯାଞ୍ଚ କରିବା ପରେ, ସେଥିରୁ ୨୮ କିଲୋ ଗଞ୍ଜେଇ ଜବତ କରିଥିଲେ । ଏହି ଘଟଣାରେ ବ୍ୟବହୃତ   କାର କୁ ଜବତ କରିଥିବା ବେଳେ ଏଥିରେ ସଂପୃକ୍ତ ଧାମନଗର ସହରର ଏସକେ ନୌସାଦ୍ ଆଲାମ(୨୨) ଏବଂ ଫାଜି ବାବୁ (୧୯)  ନାମକ ଦୁଇ ଚାଲାଣକାରୀଙ୍କୁ ଗିରଫ କରାଯାଇଥିଲା । ଏ ସଂକ୍ରାନ୍ତରେ ଅବକାରୀ ବିଭାଗ ପକ୍ଷରୁ ୧୦୮/୨୪-୨୫ ରେ ଏକ ମାମଲା ରୁଜୁ ହୋଇଛି । ଏହି ଘଟଣାର ତଦନ୍ତକାରୀ ଅବକାରୀ ଥାନାଧିକାରୀ ଡମ୍ବରୁଧର ହରିଜନ ତଦନ୍ତ ଚଳାଇଥିବା ବେଳେ ମାଜିଷ୍ଟେ୍ାଟ ଦ୍ବାୟତ୍ବ ରେ ଭଞ୍ଜନଗର ତହସିଲଦାର ଉମାଶଙ୍କର ବେହେରା, ଏସଆାଇ ଅଲ୍ଲିଭା ମାଝି,ଏଏସଆଇ ,ବହୁମୂଲ୍ୟ ପରିଛା, ସନାତନ ନାହାକ, ଜଗନ୍ନାଥ ମହାପାତ୍ର, ସୁବଳ ପ୍ରଧାନ, କୃଷ୍ଣଚନ୍ଦ୍ର ସେଠୀ ପ୍ରମୁଖ ସାମିଲ ହୋଇଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୫/୧୨୨୦୨୪---୮,୩୫ Sakhigopal News,5/12/2024

Blog Archive

Popular Posts