Breaking News

ଭଞ୍ଜନଗର ରୋଟାରୀ କ୍ଳବ ତରଫରୁ ଶୀତ ବସ୍ତ୍ର, ମଶାରୀ ଓ ଫଳ ବଣ୍ଟନ




ଭଞ୍ଜନଗର :- ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଳକ ବାହାଡାପଦର ଠାରେ ରୋଟାରୀ କ୍ଳବ ପକ୍ଷରୁ ଅସହାୟ, ଗରିବ ଲୋକଙ୍କୁ ସଭାପତି ବସନ୍ତ କୁମାର ପାତ୍ରଙ୍କ ଅଧକ୍ଷତାରେ ଶୀତବସ୍ତ୍ର, ମଶାରୀ ଓ ଫଳ ବଣ୍ଟନ କରାଯାଇଛି l ପ୍ରାରମ୍ଭରେ ଗାୟତ୍ରୀ ପରିବାର ତରଫରୁ ଅତିଥି ମାନଙ୍କୁ ଚିରାଚରିତ ପ୍ରଥାରେ ସ୍ୱାଗତ କରାଯାଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ  ଶିକ୍ଷାବିତ ରାଜ କୁମାର ସାହୁ ରୋଟାରୀ କ୍ଳବର କାର୍ଯ୍ୟକ୍ରମ କୁ ପ୍ରଶଂସା କରିଥିଲେ l ସମ୍ପାଦକ ରାମଚନ୍ଦ୍ର ମିଶ୍ର ସ୍ୱାଗତ ଭାଷଣ ସହ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ l ପ୍ରାକ୍ତନ ସଭାପତି ମଧୁସୂଦନ ମହାପାତ୍ର, ସନ୍ତୋଷ ଜେନା, ବାଳକୃଷ୍ଣ ପଟ୍ଟନାୟକ, ଜଗବନ୍ଧୁ ଜେନା, ରବୀନ୍ଦ୍ର କୁମାର ପାଣିଗ୍ରାହୀ ରୋଟାରୀ କ୍ଳବର ଜନହିତକର କାର୍ଯ୍ୟକ୍ରମ ପାଇଁ ପ୍ରଶଂସା କରିଥିଲେ l ରୋଟାରୀ କ୍ଳବ ତରଫରୁ ଆସନ୍ତା୨୨ ତାରିଖରେ ଚକ୍ଷୁ ଚିକିତ୍ସା ଶିବିର ହେବ ବୋଲି କହିଥିଲେ l ଗ୍ରାମର ତିରିଶ ଜଣ ଗରିବ, ଅସହାୟ ଲୋକଙ୍କୁ ଏହା ପ୍ରଦାନ କରାଯାଇଥିଲା l ସମସ୍ତ କାର୍ଯ୍ୟକ୍ରମକୁ ରୋଟାରୀଆନ ମହେନ୍ଦ୍ର କୁମାର ମହାରଣା, ଦିଲ୍ଲୀପ କୁମାର ରାଜୁ, ସୁମନ ପୃଷ୍ଟି, ସନ୍ତୋଷ କୁମାର ପାତ୍ର, ଉପେନ୍ଦ୍ରଭଞ୍ଜ ପତି ପରିଚାଳନା କରିଥିବାବେଳେ ଗାୟତ୍ରୀ ପରିବାର ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l ଶେଷରେ ରୋଟାରୀଆନ ଗୁପ୍ତେଶ୍ୱର ସୁବୁଦ୍ଧି ଧନ୍ୟବାଦ ପ୍ରଦାନ କରିଥିଲେ l  ଗ୍ରାମର ଯୁବଗୋଷ୍ଠି, ବୁଦ୍ଧିଜୀବୀ ଉପସ୍ଥିତଥିଲେ l ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୫/୧୨/୨୦୨୪---୮,୩୦ Sakhigopal News,5/12/2024

Blog Archive

Popular Posts