Breaking News

ସାମ୍ବାଦିକଙ୍କ କାର୍ଯ୍ୟକଳାପ କୁ ନେଇ ବୁଦ୍ଧିଜୀବୀଙ୍କ ମହଲରେ ଉଠିଛି ଅନେକ ପ୍ରଶ୍ନ




ଜଟଣୀ -ସାମ୍ବାଦିକଙ୍କ କାର୍ଯ୍ୟକଳାପକୁ ନେଇ ସହରରେ ଜୋର ଧରିଛି ଚର୍ଚ୍ଚା l ବୁଦ୍ଧିଜୀବୀଙ୍କ ମହଲରେ ଉଙ୍କି ମାରିଛି ଅନେକ ପ୍ରଶ୍ନ ?। ବର୍ତ୍ତମାନର ରାଜ୍ୟର ଏକ ଅଗ୍ରଣୀ ଦୈନିକ ସମ୍ବାଦ ପତ୍ର  ଖବର କାଗଜର ସମ୍ବାଦ ଦାତାଙ୍କ ଉପରେ ମରଣାତ୍ମକ ଆକ୍ରମଣ ଘଟଣାକୁ ନେଇ ଜୋର ଧରିଛି ଚର୍ଚ୍ଚା l ସୂଚନା ଅନୁସାରେ ଗତ ତା -୨୯/୧୧/୨୪ ରିଖ (ଶୁକ୍ରବାର) ସନ୍ଧ୍ୟା ୬ ଘଟିକା ୨୦ ମିନିଟ ସମୟରେ ହାଟବଜାର ଛକରେ ସାମ୍ବାଦିକ ରବୀନ୍ଦ୍ର ମହାକୁଡ଼ ଙ୍କ ସହ ସ୍ଥାନୀୟ ଯୁବକ ଟିନୁ ବସ୍ତିଆଙ୍କ ସହ ପୂର୍ବରୁ କୌଣସି ଘଟଣାକୁ ନେଇ ଯୁକ୍ତିତର୍କ ଘଟିଥିଲା l ଘଟଣା ଘଟିବା ପରେ ସାମ୍ବାଦିକ ରବି ମହାକୁଡ଼ ମୁଖ୍ୟ ଅଭିଯୁକ୍ତଙ୍କ ସହ ସେହି ସମୟରେ ଉପସ୍ଥିତ ନ ଥିବା ଉକ୍ତ ଗ୍ରାମର କୁନା ପ୍ରଧାନ ଏବଂ ସ୍ଥାନୀୟ ୱାର୍ଡ ନଂ ୧୭ ର ଲୋକ ପ୍ରତିନିଧି ବାବିନା ବଳିୟାର ସିହଂ ନାମରେ ଥାନାରେ ନିଜକୁ ମରଣାତ୍ମକ ଆକ୍ରମଣ ଘଟଣାର ଏକ ଲିଖିତ ଅଭିଯୋଗ ପତ୍ର ସ୍ଥାନୀୟ ଥାନାରେ ପ୍ରଦାନ କରିଥିଲେ l ଏଭଳି ନିନ୍ଦନୀୟ ଘଟଣା ଖବର ପାଇ  କିଛି ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ଏବଂ ଜଟଣୀ ବ୍ଲକ ସାମ୍ବାଦିକ ଏହାର ପ୍ରତିବାଦରେ ଏକାଠି ହୋଇଥିଲେ l ଘଟଣା ବାବଦରେ  ଆକ୍ରମଣ ହୋଇଥିବା ସାମ୍ବାଦିକଙ୍କ ଠାରୁ  ତଥ୍ୟ ସଂଗ୍ରହ କରି ୟୁଟୁବ ଗଣମାଧ୍ୟମ ନିଜ ନିଜର ଖବର ପ୍ରସାରଣ କଲେ l ରୋଚକର ବିଷୟ ହେଲା ଶୁକ୍ରବାର ରାତିରେ ଏତେ ବଡ଼ ଘଟଣା ଘଟିଥିବା ବେଳେ ଶନିବାର ସକାଳ ୮ ଘଟିକା ସମୟରେ କୌଣସି ସାମ୍ବାଦିକଙ୍କୁ ଖବର ନ ଥାଇ ନିଜ ନିଜ ମଧ୍ୟରେ ବୁଝାମଣା ହୋଇଥିବା ଫୋଟୋ ଭାଇରାଲ ଘଟଣା ସମସ୍ତଙ୍କୁ ଚକିତ କରିପକାଇଥିଲା l ପ୍ରକୃତ ଘଟଣା ଅନୁଧ୍ୟାନ ବେଳେ  ଏଭଳି ମରଣାତ୍ମକ ଆକ୍ରମଣ ହୋଇନଥିବା ସ୍ଥାନୀୟ ଅଂଚଳର କିଛି ଜନସାଧାରଣ ପ୍ରକାଶ କରିଥିଲେ l ରୋଚକ ବିଷୟ  ସାମ୍ବାଦିକ ଜଣକ ନିଜ ଛାତିରେ ଯନ୍ତ୍ରଣା କହି ସ୍ଥାନୀୟ ଗୋଷ୍ଠୀ କେନ୍ଦ୍ରରେ ଚିକିତ୍ସିତ ହେବା ଘଟଣା ଭାଇରାଲ ହୋଇ ସମସ୍ତ ଜନସାଧାରଣ ଜାଣିବା ପରେ ପରଦିନ ସକାଳେ ନିଜ ଭିତରେ ବୁଝାମଣା କରିବାକୁ ନେଇ ସାଧାରଣରେ ଚର୍ଚ୍ଚା ହୋଇଛି l ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମତରେ ବିଶେଷ କରି ନିଜକୁ ଏକ "ଧରିତ୍ରୀ"ସାମ୍ବାଦିକ କହି ପରିଚୟ ସୃଷ୍ଟି କରିଥିବା ରବୀନ୍ଦ୍ର ମହାକୁଡ଼ ଏଭଳି ପୂର୍ବରୁ ସହରରେ ନୂତନ ଭାବେ ଉଦ୍ଘାଟନ ହୋଇଥିବା "ମୋର"ସୁପର ମାର୍କେଟ ଷ୍ଟୋରରେ ତଥ୍ୟ ସଂଗ୍ରହ ସମୟରେ କିଛି କର୍ମଚାରୀଙ୍କ ଆକ୍ରୋଶର ଶିକାର  ଘଟଣା ଜୋର ଧରିବା ବେଳକୁ ତା ପରଦିନ ସଙ୍ଗେ ସଙ୍ଗେ ନିଜ ନିଜ ମଧ୍ୟରେ ଆପୋଷ ସମାଧାନ କରିନେଇଥିଲେ l ଏଭଳି ବାରମ୍ବାର ଘଟଉଥିବା ଘଟଣା ରବି ବାବୁଙ୍କ ସ୍ୱଚ୍ଛତା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ବୋଲି ସାଧାରଣରେ ଚର୍ଚ୍ଚା ହୋଇଛି l କାରଣ ପ୍ରଥମେ ଅଭିଯୋଗ ସଙ୍ଗେ ସଙ୍ଗେ ସମାଧାନ ଏହା ଏକ ପ୍ରକାର ଅର୍ଥ ଆଦାୟର ଆଶା କାରଣ ଥାଇପାରେ ବୋଲି ବୁଦ୍ଧିଜୀବୀଙ୍କ ମହଲରେ ଏବଂ କିଛି ସାମ୍ବାଦିକଙ୍କ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି l ଆହୁରି କହିବାକୁ ଗଲେ ସହରରେ କିଛି ସାମ୍ବାଦିକ ନିଜକୁ ବଡ଼ ଖବର କାଗଜର ଗଣମାଧ୍ୟମ ଏବଂ ବୈଦ୍ୟୁତିକ ଗଣମାଧ୍ୟମର ସାମ୍ବାଦିକ ନିଜକୁ ବଡ କହି ମିଛସତ ଘଟଣାକୁ ନେଇ ନିରୀହ ଜନସାଧାରଣକୁ ହଇରାଣ କରୁଥିବା ଜନସାଧାରଣରେ ପ୍ରକାଶ ପାଇଛି l ଜଟଣୀରେ ଦେଖିବାକୁ ମିଳୁଛି ବର୍ତ୍ତମାନ କିଛି ଅସାଧୁ ବ୍ୟକ୍ତି ଅଛନ୍ତି ଯାହା ନାମରେ ଅନେକ ଅପରାଧିକ ମାମଲା ଥାଇ ମଧ୍ୟ ନିଜେ ଗୋଟିଏ ୱେବସାଇଟ ଖୋଲି ନିଜକୁ ସାମ୍ବାଦିକ କହି ସୋସିଆଲ ମିଡିଆରେ ଖବର ପୋଷ୍ଟ କରି ଅସାଧୁ ଉପାୟରେ ଅର୍ଥ ରୋଜଗାର କରୁଛନ୍ତି l ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମତରେ ଜଟଣୀର ପ୍ରଶାସନିକ ଅଧିକାରୀ ମାନେ ଏହାରି ଉପରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଏଥି ପ୍ରତି ଲଗାମ ଦେବା ଜରୁରୀ ବୋଲି ନିଜ ମତ ପ୍ରକାଶ କରିଛନ୍ତି l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨/୧୨/୨୦୨୪---୮,୩୫ Sakhigopal News,2/12/2024

Blog Archive

Popular Posts