>>
  • ମୁଖ୍ୟ ରାସ୍ତାର ମଝିରେ ପୂର୍ତ୍ତ ବିଭାଗର "କଲଭର୍ଟ' ନିର୍ମାଣ, ବିପଦକୁ ନିମନ୍ତ୍ରଣ; ଜନ ଅସନ୍ତୋଷ
  • >>
  • ମା ଦକ୍ଷିଣକାଳୀ ଙ୍କୁ ଦର୍ଶନ କଲେ ପିସିସି ସଭାପତି
  • >>
  • ବିକଶିତ ଓଡ଼ିଶାର ଲକ୍ଷ୍ୟ ପୂରଣ ପାଇଁ କୃଷି ଓ କୃଷକମାନଙ୍କ ରହିଛି ବଳିଷ୍ଠ ଭୂମିକା - ମୁଖ୍ୟମନ୍ତ୍ରୀ
  • >>
  • ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଯାଞ୍ଚକୁ ନେଇ ଅସାଧୁ ବ୍ୟବସାୟୀ ମହଲରେ ଛନକା
  • >>
  • ଭଞ୍ଜନଗର ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମିଳିତ ଅଭିଯୋଗ ଶୁଣାଣୀ
  • >>
  • ଭଞ୍ଜନଗର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବୈଠକ
  • >>
  • ଜନ୍ମ ଦିନ ପାଳନ କଲେ ଜରା ନିବାସରେ; କେକ କାଟି ଅନ୍ତେବାସୀଙ୍କ ସହ ସମୟ କାଟିଲେ
  • >>
  • ଘୁମୁସର ବିକାଶ ପରିଷଦ ର ସମୀକ୍ଷା ବୈଠକ ଅନୁଷ୍ଠିତ
  • >>
  • ଭଞ୍ଜନଗରରେ ରଜ କୁଇନ୍-୨୦୨୫ ଅଡିସନ୍ ଆରମ୍ଭ
  • >>
  • ସୂର୍ଯ୍ୟ ଆଳତି ଟ୍ରଷ୍ଟ ପକ୍ଷରୁ ଚନ୍ଦ୍ରଭାଗାରେ ସୂର୍ଯ୍ୟ ଆଳତି ଅନୁଷ୍ଠିତ
  • >>
  • ନୂତନ ଡ୍ରେନନିର୍ମାଣରେ ଅନିୟମିତତା ଅଭିଯୋଗ; ବେନିୟମ ଦୋକାନ ଉଚ୍ଛେଦ ନ କରି ଦୋକାନ ଭିତରେ ଡ୍ରେନ ନିର୍ମାଣ
  • >>
  • ଡେଲାଙ୍ଗ ସରକାରୀ ବାଳିକା ବିଦ୍ୟାଳୟ ପାଇଲା "ପ୍ରକୃତି ମିତ୍ର" ପୁରସ୍କାର
  • >>
  • ଶିକ୍ଷକଙ୍କ ଅକାଳ ବିୟୋଗରେ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଲେ ଶିକ୍ଷକ ବୃନ୍ଦ
  • >>
  • ନିମାପଡା ଥାନା ସମ୍ମୁଖରେ କଂଗ୍ରେସ ପକ୍ଷରୁ ଧାରଣା ; ଦାବିପତ୍ର ଦେବା ପରେ ଧାରଣା ପ୍ରତ୍ୟାହୃତ
  • >>
  • ବହୁ ଆଡମ୍ବର, ଲଘୁ କ୍ରିୟା" - ନିଃଶ୍ବାସକୁ ବି ପ୍ରତାରଣା.ଅଚଳ ହୋଇପଡିଛି, ଭଂଜନଗର ମେଡିକାଲର ଅକ୍ସିଜେନ୍ ପ୍ଲାଣ୍ଟ ; ଇଏ ହେଉଛି ଡବଲ ଇଞ୍ଜିନି ସରକାର
  • ଖଣ୍ଡପଡ଼ା ଶିଶୁ ବିକାଶ କାର୍ଯ୍ୟା ଳୟର ସୁପର ଭାଇଜର ଓ ସିଡିପିଓଙ୍କ ଅଙ୍ଗନବାଡି କର୍ମୀଙ୍କୁ ଧମକ


    ନୟାଗଡ,----ନୟାଗଡ ଜିଲ୍ଲା ଖଣ୍ଡପଡ଼ା ଶିଶୁ ବିକାଶ ଅଫିସିର ସୁପର ଭାଇଜର ଓ ସିଡିପିଓ ଙ୍କ ଅଙ୍ଗନବାଡି କର୍ମୀଙ୍କୁ ଧମକ ଦେବା ଘଟଣାକୁ ନେଇ ଭାରତୀୟ ବିକାଶ ପରିଷଦ ଅନୁବନ୍ଧିତ ଅଙ୍ଗନବାଡି କର୍ମୀଓ ସାହାୟିକା ସଙ୍ଘ ପକ୍ଷରୁ ବିଡ଼ିଓ ଖଣ୍ଡପଡ଼ା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଓ ଉପଜିଲ୍ଲାପାଳ ଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଖଣ୍ଡପଡା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଙ୍କ ଅଫିସିର ସୁପର ଭାଇଜର ଲକ୍ଷ୍ମୀ ବସନ୍ତରା ଅଙ୍ଗନବାଡି କର୍ମୀଙ୍କୁ ଦୁର୍ବ୍ୟବହାର କରିବା ଓ ହିଟିଲର ଶାସନ କରି ନାଲି ଆଖି ଦେଖାଇ ଧମକ ଦେବା, ଦରମା ବନ୍ଦ କରିବେ ବୋଲି ଅଭିଯୋଗ ପତ୍ର ରେ ଦର୍ଶାଇଛନ୍ତି । କିଛି ସୁପର ଭାଇଜର ମଧ୍ୟ ଦୀର୍ଘ ବର୍ଷ ଧରି ଗୋଟିଏ ସ୍ଥାନ ରେ ରହି ବା ଯୋଗୁ ଅଙ୍ଗନବାଡି କର୍ମୀଙ୍କୁ ନିଜର ଗୋତି ଶ୍ରମିକ ଭାବି ବ୍ୟବହାର କରୁଛନ୍ତି । ନିଜର ହକ ପାଇଁ ଛୁଟି ଆବେଦନ କଲେ ଛୁଟି ଦରଖାସ୍ତ କୁ ସିଡିପିଓ ଓ ସୁପର ଭାଇଜର ନ ନେଇ ଅଫିସ ରେ ଘଣ୍ଟା ଘଣ୍ଟା ଧରି ଠିଆ କରାଉଛନ୍ତି । ଅଙ୍ଗନବାଡି ଙ୍କ ସାମ୍ଭିଧାନୀକ ଅଧିକାର ତଥା ମାନବିକ ଅଧିକାର କ୍ଷୁର୍ଣ କରା ଯାଉଛି ।  ସୂଚନା ଯୋଗ୍ୟଯେ,  ଅଙ୍ଗନବାଡି ଙ୍କବିଭିନ୍ନ ଦାବି ସମ୍ପର୍କ ରେ  ଗତ, ୨୫-୧୧-୨୦୨୪ରିଖ ଦିନ ଭାରତୀୟ ବିକାଶ ପରିଷଦ ସଂଗଠନ ମାଧ୍ୟମ ରେ ଭୁବନେଶ୍ୱର ଲୋକସେବା ଭବନକୁ ଯାଇ ସରକାରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।  ଯିବା ପୂର୍ବରୁ  ଖଣ୍ଡପଡ଼ା ସିଡିପିଓ ଙ୍କୁ ଦେଖା କରି ଛୁଟି ଦରଖାସ୍ତ ଗୋଟିଏ ଦିନ ପାଇଁ ଦେଇ ଥିଲେ କିନ୍ତୁ ସିଡିପିଓ ଦରଖାସ୍ତ ନ ନେଇ ଅଙ୍ଗନବାଡି କର୍ମୀଙ୍କୁ କହିଲେ କଣ ଲେଖିଛ ପଢ଼। ଦରଖାସ୍ତ ଟିକୁଅଙ୍ଗନବାଡି କର୍ମୀ ପଢିଲା ପରେ ଆଉ ଦରଖାସ୍ତ ନ ନେଇ  କହିଲେ ତୁମେ ସାଧାରଣ ଅଙ୍ଗନବାଡି କର୍ମୀ ତୁମେ ଯାଇ ସଚିବଙ୍କୁ ଦେଖା କରିବାର ଯୋଗ୍ୟ ହେଲଣିକି । ପରେ  ଛୁଟି ଦରଖାସ୍ତ କୁ ସିଡିପିଓ ଙ୍କ ହ୍ୱାଟସ ଆପକୁ ଓ ମେଲ କୁ ଦେବା ସହ, ବିଡ଼ିଓ ଖଣ୍ଡପଡ଼ା ଙ୍କୁ ଦେଇଥିଲେ ବିଡ଼ିଓ ମଧ୍ୟ ଏହି ଦରଖାସ୍ତ ଟିକୁ ସିଡିପିଓ ଙ୍କୁ ପଠାଇ ଥିଲେ । ଏହି ଛୁଟି ଦରଖାସ୍ତ କୁ ଜିଲ୍ଲାପାଳ ସମାଜ ମଙ୍ଗଳ ଅଧିକାରୀ ଓ ଉପଜିଲ୍ଲାପାଳ ଙ୍କୁ ଙ୍କୁ ମେଲ ଯୋଗେ ପ୍ରଦାନ କରିଥିଲେ ଅଙ୍ଗନବାଡି କର୍ମୀ । ଏହା ପରେ ସୁପର ଭାଇଜରଙ୍କୁ ଲଗାଈ ସିଡିପିଓ ଧମକ ଆରମ୍ଭ କରିଥିବା ଜଣାପଡ଼ିଛି । ଅନ୍ୟ ସଂଗଠନରେ କାହିଁକି ଗଲନି କହି ତୁମେ ସରକାର ଙ୍କ ବିରୁଦ୍ଧରେ କଣ ପାଇଁ ଗଲ, ଯଦି ଯିବା ଆସିବା ବେଳେ କିଛି ଅଘଟଣ ହୋଇ ଥାନ୍ତା କିଏ ଦାୟୀ ହୋଇ ଥାନ୍ତା । ତୁ ତା ଭାଷା ପ୍ରୟୋଗ କରି ଲିଖିତ ଭାବେ ସନ୍ତୋଷ ଜନକ ଉତ୍ତର ମାଗି ଛନ୍ତି ସୁପର ଭାଇଜର ।ସୂଚନା ଯୋଗ୍ୟ ଯେ ଅଙ୍ଗନବାଡି ଙ୍କ ବିଭିନ୍ନ ଦାବି ପୂରଣ ପାଇଁ ପୂର୍ବ ସରକାର ଙ୍କ ସମୟ ରେ  ଆନ୍ଦୋଳନ କରିଥିଲେ ଅଙ୍ଗନବାଡି  କର୍ମୀ ହେଲେ ସେହି ସମୟରେ କୌଣସି କର୍ମୀଙ୍କୁ ଧମକ ଦିଆ ଯାଇ ନଥିଲା । କିନ୍ତୁ ଏବେ ବି ଏମ ,ଏସ ଓ ସିଟୁ ରେ ନଯାଇ ଭାରତୀୟ ବିକାଶ ପରିଷଦ ଦ୍ୱାରା ଦାବିପତ୍ର ଦେଲୁ ବୋଲି  ଆମ୍ଭଙ୍କୁ ସିଡିପିଓ ଓ ସୁପର ଭାଇଜର ଚାପ ସୃଷ୍ଟି କରି ଧମକ ଦେଉଛନ୍ତି ।  ଯେଉଁ ଅଙ୍ଗନବାଡି କର୍ମୀ ଓ ସାହାୟିକା ଛୁଟି ନେଇ ଭୁବନେଶ୍ୱର ଯାଇଥିଲେ ତାଙ୍କର ସେହି ଦିନର ଭତା କାଟି ଦିଆ ଯାଇଛି । ଦୀର୍ଘ ତିନି ବର୍ଷରୁ ଉର୍ଦ୍ଧ ରହିଥିବା ସୁପର ଭାଇଜର ଙ୍କୁ ଏଠାରୁ ବଦଳା ଯିବା ସହ ଦ୍ରୁବ୍ୟବହାର କରି ଥିବା ସୁପର ଭାଇଜର ଙ୍କ ବିରୁଦ୍ଧରେ ପଦେକ୍ଷପ ନିଆ ଯିବା ପାଇଁ ଅନୁରୋଧ କରିଛନ୍ତି । ଯଦି ସାତ ଦିନ ମଧ୍ୟରେ କୌଣସି ପଦେକ୍ଷପ ନିଆ ନ ଯାଏ ତାହେଲେ  ଅଙ୍ଗନବାଡି କର୍ମୀ ବ୍ଲକ ସମ୍ମୁଖରେ ଆମରଣ ଅନଶନ ରେ ବସିବା ପାଇଁ ବାଧ୍ୟ ହେବେବୋଲି ଜଣାପଡିଛି । ସଂଘର ବ୍ଲକ ସଭାପତି ସବିତା ଦାସ ଓ ସମ୍ପାଦିକା ସୁକାନ୍ତି କୋଠାଳ ତେବେଏହି ଘଟଣା କୁ ନେଇ ଭାରତୀୟ ବିକାଶ ପରିଷଦର ରାଜ୍ୟ ଉପ ସଭାପତି ନିରଞ୍ଜନ ଦାସ କହିଛନ୍ତି । ଏ ନେଇ ମାନବିକ ଅଧିକାର କମିଶନ ଙ୍କ ନିକଟରେ ମାମଲା ରୁଜୁ କରିବେ ବୋଲି ଜଣାପଡିଛି। ନୟାଗଡ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୩/୧୨/୨୦୨୪---୮,୩୫ Sakhigopal News,3/12/2024

    Blog Archive

    Popular Posts