ଭେଡେନ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ
ବରଗଡ - ବରଗଡ ଜିଲ୍ଲା ଗୋଷ୍ଠୀ ଶିକ୍ଷl କାର୍ଯ୍ୟାଳୟ, ଭେଡେନ ଠାରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ମଣ୍ଡଳ ଶିକ୍ଷା ମଛିନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟl ପଦ୍ମିନୀ ଗଡତିଆ, ସମ୍ମାନିତ ଅତିଥି ଭେଡେନ ସରପଞ୍ଚ ଅକ୍ଷୟ ନାଏକ, ନଗରିକ କମିଟି ସଭାପତି ସ୍ଵାଧୀନ ରଥ ଓ ସୂର୍ୟମଣୀ ଜନତା ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର୍ ନାଏକ ଯୋଗ ଦେଇଥିଲେ । ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ନୃତ୍ୟ, ମ୍ୟୁଜିକ ଚେୟାର ଓ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହେଇଥିଲା l ସର୍ବମୋଟ୍ ୮୦ ଜଣ ଭିନ୍ନକ୍ଷମ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ l ଉଦଯାପନୀ ଉତ୍ସବରେ ବି.ଇ.ଓ. ମଛିନ୍ଦ୍ର ମଲ୍ଲିକ, ଏ.ବି.ଇ.ଓ ହେମବତୀ ମେହେର, ଅଭିମନ୍ୟୁ ଭୋଇ, ବି.ଆର୍. ଟି. ଦେବlର୍ଚ୍ଚନ ପୂଝାରୀ, କଳ୍ପନା ବଘlର , ରେମଣ୍ଡl ବାଳିକା ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ହୋତା ଓ ସମସ୍ତ ସି.ଆର୍.ସି.ସି.ଙ୍କ ଉପସ୍ଥିତିରେ କୃତୀ ପ୍ରତିଯୋଗୀ ମାନଙ୍କୁ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା l କାର୍ଯକ୍ରମକୁ ଶିକ୍ଷକ ଗୋବିନ୍ଦ ସେଠ୍ ଓ ଆଶିଷ କୁମାର ଦେଓ ପରିଚାଳନl କରିଥିଲେ l ଅବସର ପ୍ରାପ୍ତ ଖେଳ ଶିକ୍ଷକ ଗୁରୁଦେବ ତ୍ରିପାଠୀଙ୍କ ନିର୍ଦ୍ଦେଶନାରେ ଶିକ୍ଷକ ବୁଲୁ ଶତପଥୀ ଉଦଘାଟନୀ ଓ ଉଦଯାପନୀ ସଙ୍ଗୀତ ଗାନ କରିଥିଲେ l ସି.ଆର୍.ସି.ସି . ଅମିତ୍ ତ୍ରିପାଠୀଙ୍କ ଧନ୍ୟବାଦ୍ ଅର୍ପଣ ସହ, ସମସ୍ତ ଅଫିସ୍ କର୍ମଚାରୀ ଓ ସମସ୍ତ ସି.ଆର. ସି. ସି. ମାନେ ସହଯୋଗ କରିଥିଲେ l
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୩/୧୨/୨୦୨୪---୮,୪୫ Sakhigopal News,3/12/2024
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୩/୧୨/୨୦୨୪---୮,୪୫ Sakhigopal News,3/12/2024