Breaking News

ଜଟଣୀରେ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ପାଳିତ




ଜଟଣୀ :- ଜଟଣୀ ଡ୍ରାଇଭର ମହାସଂଘ ତରଫରୁ ସ୍ଥାନୀୟ ସେଞ୍ଚୁରୀୟାନ ୟୁନିଭର୍ସିଟି ନିକଟସ୍ଥ ଡ୍ରାଇଭର ମହାସଂଘର କାର୍ଯ୍ୟାଳୟ ଠାରେ ମହା ଆଡମ୍ବରରେ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ପାଳିତ ହୋଇଯାଇଛି l ଏହି ଦିବସରେ ଓଡିଶା ଡ୍ରାଇଭର ମହାସଂଘ ତରଫରୁ ମହତ୍ୱ ଉଦ୍ଦେଶ୍ୟ ରଖି ୧୦ ଟି କାର୍ଯ୍ୟକାରିତା ନିୟମ ଉପରେ ବିଧିବଦ୍ଧ ଭାବେ ନିଶାସେବନ କରି ଗାଡି ନ ଚଳାଇବା, ଟ୍ରାଫିକ ନିୟମ ଉପରେ ଗୁରୁତ୍ୱ ଦେବା, ରାତ୍ରି ସମୟରେ ଗାଡି ଚାଳନା ବେଳେ ଆଲୋକ ହେଡ଼/ଡିପର ବ୍ୟବହାର କରିବା, ନିଦ ଲାଗିଲେ ଗାଡି ନ ଚଳାଇବା, ସାଧାରଣ ଜନତା ଓ ପ୍ରଶାସନକୁ ସମ୍ମାନ ଜଣାଇବା, ରାସ୍ତାରେ କୌଣସି ଡ୍ରାଇଭର ଅସୁବିଧା ସମୟରେ ସାହାଯ୍ୟ କରିବା, ପ୍ରତି ଡ୍ରାଇଭର ମଧ୍ୟରେ ଭାଇଚାରା ବଜାଇରଖିବା, ରାସ୍ତାରେ କୌଣସି ଦୁର୍ଘଟଣା ଘଟିଲେ ୧୦୮ ଆମ୍ବୁଲାନ୍ସ କୁ ଫୋନ କରିବା, ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ରାସ୍ତା କଡ଼ରେ ବୃକ୍ଷରୋପଣ କରିବା ଉପରେ ଶପଥ ପାଠ କରିଥିଲେ l  ମୁଖ୍ୟ ଅତିଥି ରୂପେ ରୋଟାରୀୟାନ ଡାକ୍ତର ପ୍ରଶାନ୍ତ କୁମାର ପଣ୍ଡା, ବରିଷ୍ଠ ସାମ୍ବାଦିକ ତଥା ଆଇନଜୀବୀ ଅବନୀ  ରାଉତରାୟ, ଯୁବ ସମାଜସେବୀ ଚିତ୍ତରଞ୍ଜନ ପ୍ରଧାନ ଏବଂ ସମ୍ମାନିତ ଅତିଥି ରୂପେ ସୁନ୍ଦର ଗଡ଼ ଜିଲ୍ଲା ରାଜଗାଙ୍ଗପୁର ଓଡିଶା ଡ୍ରାଇଭର ମହାସଂଘର କାର୍ଯ୍ୟକାରିଣୀ ସଭ୍ୟା ବନ୍ଦିତା ମଲ୍ଲିକ, ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ଅଧିବକ୍ତା ରଘୁନାଥ ସାହୁ ପ୍ରମ୍ମୁଖ ଯୋଗ ଦେଇଥିଲେ l ଜଟଣୀ ମହାସଂଘର ସଭାପତି ଅନିଲ କୁମାର ହାତୀ, ସମ୍ପାଦକ ମୁନା ବେହେରା, ଉପସଭାପତି ସୁଶାନ୍ତ ପଟ୍ଟନାୟକ, ସହ ସମ୍ପାଦକ ଅଜୟ ମାଝୀ, ଉପଦେଷ୍ଟା ଲକ୍ଷ୍ମୀଧର ବାରିକ ଏବଂ ଦିଲ୍ଲୀପ ପଟ୍ଟନାୟକଙ୍କ ସହ ସଂଘର ସମସ୍ତ କର୍ମକର୍ତ୍ତା ଯୋଗ ଦେଇ କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨/୯/୨୦୨୪-----୧୦,୪୫ Sakhigopal News,2/9/2024

Blog Archive

Popular Posts