Breaking News

ଡୁମାଳ ପରିଷଦ ର ଜିଲ୍ଲା ସ୍ତରୀୟ ସାଂଗଠାନିକ ବୈଠକ

 
ବରଗଡ଼ --- ବରଗଡ଼ ଜିଲ୍ଲା ଡୁମାଳ ପରିଷଦ ର ଜିଲ୍ଲା ସ୍ତରୀୟ ସାଂଗଠାନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। 
  ଡୁମାଲ ପରିଷଦ ଓଡିଶା , ବରଗଡ଼ ଜିଲ୍ଲା ଶାଖା ର ଏକ ଜିଲ୍ଲା ସ୍ତରୀୟ ବୈଠକ ଗୁନିଆପାଲି କେନ୍ଦ୍ର ଅନ୍ତର୍ଗତ ପପଙ୍ଗା ନିୟନ୍ତ୍ରିତ ବଜାର ପରିସରରେ ଅନୁଷ୍ଠିତ ହୋଇଥିଲା । ସର୍ବ ପ୍ରଥମେ ମା ଉମା ମାହେଶ୍ୱରୀ ଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ଜିଲ୍ଲା ସଭାପତି  ଗଣେଶ ପଧାନ ଙ୍କ ସଭାପତିତ୍ବରେ ଅନୁଷ୍ଠିତ  ବୈଠକରେ ଡୁମାଲ ପରିଷଦ,ମୁଖ୍ୟ ଅତିଥି ଭାବେ ଓଡ଼ିଶା ର ରାଜ୍ୟ ସଭାପତି  ଦୟାସାଗର ମେଣ୍ଡଳୀ,ସମ୍ମାନିତ ଅତିଥି ରାଜ୍ୟ ସଭାନେତ୍ରୀ ହେମାବତି କରନ ଯୋଗଦେଇଥିଲେ। ଏହି ବୈଠକରେ ଜିଲ୍ଲା କମିଟିର ସଦସ୍ୟ/ସଦସ୍ୟା, ରାଜ୍ଯ ପରିଷଦର ପ୍ରତିନିଧି ବୃନ୍ଦ, ସମସ୍ତ କେନ୍ଦ୍ର ର ସଭାପତି, ସମ୍ପାଦକ,ସମସ୍ତ ମାହେଶ୍ଵରୀ ମନ୍ଦିରର ମହାକୁର ଉପସ୍ଥିତ ଥିଲେ। ଜିଲ୍ଲା କମିଟିର କର୍ମକର୍ତ୍ତା, ରାଜ୍ୟ ପରିଷଦ ପ୍ରତିନିଧି ବୃନ୍ଦ, ମାହେଶ୍ୱରୀ ମନ୍ଦିରର ମହାକୁର ଗଣଙ୍କୁ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ବୈଠକ ଆରମ୍ଭରେ ଜିଲ୍ଲା ସମ୍ପାଦକ  ସୁବାସ ଚନ୍ଦ୍ର ଥାଟୀ ପୂର୍ବ ବୈଠକ ର ବିବରଣୀ ପାଠ କରିଥିଲେ  ।  ଆସନ୍ତା ଏକ ମାସ ମଧ୍ୟରେ ପ୍ରତ୍ୟେକ ଡୁମାଲ ବସତି ଗ୍ରାମ ଗୁଡିକରେ ଗ୍ରାମ୍ୟ କମିଟି ଗଠନ କରିବା ଓ ପରିବାର ସର୍ଭେ ପାଇଁ କେନ୍ଦ୍ର ସଭାପତି ତଥା ରାଜ୍ୟ ପ୍ରତିନିଧି ମାନଙ୍କୁ ଦାୟିତ୍ଵ ବଣ୍ଟନ କରାଯାଇଛି । ପ୍ରତ୍ୟେକ ମାହେଶ୍ୱରୀ ମନ୍ଦିରରେ ଆଗାମୀ ଦଶହରା ସମୟରେ ଶୃଙ୍ଖଳିତ ଭାବେ ପୂଜାବିଧି କରିବା ପାଇଁ ପୂଜା କମିଟି ମାନଙ୍କୁ ନିବେଦନ କରାଗଲା । ଜାତି ସଂସ୍କାର କରୁଥିବା ମହାକୁର ବୃନ୍ଦ ନିଜ ନିଜର ଅଞ୍ଚଳ ର ଦାୟିତ୍ଵ ଛାଡ଼ି ଅନ୍ୟ କେନ୍ଦ୍ରକୁ ଯାଇ ବିଶୃଙ୍ଖଳିତ ନ କରିବାକୁ ପରାମର୍ଶ ଦିଆଯାଇଛି। ଜାତିର ବିଭିନ୍ନ  ଉନ୍ନୟନ କାର୍ଯ୍ୟ ପାଇଁ ବରଗଡ ଜିଲ୍ଲାର ପ୍ରତ୍ୟେକ ଡୁମାଳ ପରିବାର ବାର୍ଷିକ ୫୦ ଟଙ୍କା ଲେଖାଏ ସହଯୋଗ ରାଶି ପ୍ରତ୍ୟେକ ବର୍ଷ ଜାନୁୟାରୀ ମାସରେ ଗ୍ରାମ୍ୟ କମିଟି ପାଖରେ ପୈଠ କରିବା ପାଇଁ ନିଷ୍ପତ୍ତି ନିଆଯାଉଛି । ଏହି ସହଯୋଗ ରାଶି ଜାତିର ମେଧାବୀ ଛାତ୍ରଛାତ୍ରୀ, କ୍ରୀଡ଼ା,କଳା, ଓ ସାଂସ୍କୃତିକ କ୍ଷେତ୍ରରେ ଜିଲ୍ଲା କିମ୍ବା ରାଜ୍ୟ ସ୍ତରୀୟ କୃତିତ୍ୱ ଲାଭ କରିଥିବା ବ୍ୟକ୍ତି ବିଶେଷ ଙ୍କୁ ଉତ୍ସାହିତ କରିବା ପାଇଁ ବାର୍ଷିକ ସଭାରେ ସମ୍ବର୍ଦ୍ଧିତ କରିବା ନିମନ୍ତେ ବିନିଯୋଗ କରାଯିବ। ଏହା ସହିତ ପ୍ରତ୍ୟେକ କେନ୍ଦ୍ରରୁ ୫ ଜଣ ମହିଳା ସଦସ୍ୟ ଓ ୫ ଜଣ ଯୁବ ସଦସ୍ୟ ମାନଙ୍କୁ ନେଇ ଆଗାମୀ ଦିନରେ ଜିଲ୍ଲାରେ ମହିଳା ଓ ଯୁବ କମିଟି ଗଠନ କରି ସଂଗଠନ କୁ ମଜବୁତ୍ କରିବା ପାଇଁ  ସଭାରେ ନିଷ୍ପତ୍ତି ନିଆଗଲା। ଶେଷରେ ସୁଦାମ ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ସଭାରେ ଆନ୍ୟ ମାନଙ୍କ ମଧ୍ୟରେ  ବରିଷ୍ଠ ଦିଲ୍ଲୀପ ଦେହେରି,ଉପ ସଭାପତି ସୁଶିଲ ପଧାନ,   କରମଚାନ୍ଦ ପଧାନ,ପ୍ରେମାରଜ କମ୍ପ , ସମୀର ଦେହେରୀ, ଧ୍ଵଜ ମହାକୁର, ନିତ୍ୟାନନ୍ଦ ପଧାନ,ତ୍ରିଲୋଚନ କମ୍ପ, ଭୁବନେଶ୍ୱର ମହାକୁର, ପରମାନନ୍ଦ ସିଂହ ,ମଙ୍ଗନ୍ ଖମାରୀ, ଗୌରଚନ୍ଦ୍ର ଦନ୍ତା,ଜିତେନ୍ଦ୍ର ବେହେରା, ସନ୍ତୋଷ ମହାକୁର,  କୁବେର ମହାକୁର ଓ ମାହେଶ୍ୱରୀ ସେନା ର କର୍ମକର୍ତ୍ତା ତଥା ଅଞ୍ଚଳର ଜାତିଭାଇ , ମାଆ ମାନେ ବିପୁଳ ସଂଖ୍ୟାରେ ଉପସ୍ଥିତ ଥିଲେ ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨/୯/୨୦୨୪----୧୦,୩୫ Sakhigopal News,2/9/2024

Blog Archive

Popular Posts