ୱାଟର ମିଟର ଚୋରି କରି ଯୁବକ ଗିରଫ
ଜଟଣୀ: ସ୍ଥାନୀୟ ନୀଳଚକ୍ର ମାର୍କେଟ ଅଞ୍ଚଳରେ ବସବାସ କରୁଥିବା ରବୀନ୍ଦ୍ର କୁମାର ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଲାଗିଥିବା ଏକ ୱାଟର ମିଟର ଚୋରି ଉଦ୍ୟମ ଅଭିଯୋଗ ଭିତ୍ତିରେ ଜଟଣୀ ଥାନା ପୁଲିସ କୁଦିଆରି ମେଳଣ ପଡିଆ ଅଞ୍ଚଳରେ ରହୁଥିବା ଶମ୍ଭୁ ପ୍ରଧାନ ଓରଫ କହ୍ନେଇ (୨୪) ଙ୍କୁ ଗିରଫ କରିଛି । ତାଙ୍କ ନାମରେ ଜଟଣୀ ଥାନା କେଶ୍ ନମ୍ବର ୩୪୯/୨୪ ଆଧାରରେ କୋର୍ଟ୍ ଚାଲାଣ କରିଛନ୍ତି ।ସୂଚନାଯୋଗ୍ୟ ଯେ ଅଭିଯୋଗକାରୀ ରବିବାର ପ୍ରାତଃ ସମୟରେ ଅଭିଯୁକ୍ତ ଜଣକ ତାଙ୍କ ଘରେ ଲାଗିଥିବା ଏକ ୱାଟର ମିଟର ଚୋରିକରି ଫେରାର ହୋଇଯିବା ଲାଗି ଉଦ୍ୟମ କରିବା ବେଳେ ଏହା ଦେଖିପାରି ତୁରନ୍ତ ପିସିଆରକୁ ସୂଚନା ଦେଇଥିଲେ । ସୂଚନା ପାଇ ପିସିଆର ଅବିଳମ୍ବେ ଘଟଣା ସ୍ଥଳରେ ପହଞ୍ଚିବା ସହିତ ଅଭିଯୁକ୍ତଙ୍କୁ କାବୁ କରି ଥାନାକୁ ଆଣିଥିଲେ । ତାଙ୍କ ନିକଟରୁ ଏକ ଚୋରା ୱାଟର ମିଟର ଜବତ କରିଥିଲେ ।ପରେ ଅଭିଯୋଗ କାରୀଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରିଛି। ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୮/୯/୨୦୨୪---୯,୧୦ Sakhigopal News,8/9/2024