ଜଟଣୀରେ ଜମୁଛି ଗଣେଶ ପୂଜା , ଦର୍ଶକଙ୍କ ମନମୋହୁଛି ୫୨ ଫୁଟର "ଅଯୋଧ୍ୟା ରାମ ମନ୍ଦିର
ଜଟଣୀ :- ଜଟଣୀରେ ଆରମ୍ଭ ହୋଇଛି ଓଡିଶା ପ୍ରସିଦ୍ଧ ଗଣେଶ ପୂଜା l ଦର୍ଶକଙ୍କ ମନମୋହୁଛି ସହରର ଅନ୍ୟ ଏକ ଅଗ୍ରଣୀ ପୂଜା ଅନୁଷ୍ଠାନ "ପୋଷ୍ଟ ଅଫିସ ଛକ ବ୍ୟବସାୟୀ ସଙ୍ଘ "l ବ୍ୟବସାୟୀଙ୍କ କହିବା ଅନୁଯାଇ ବହୁ ବର୍ଷ ପୂର୍ବେ ପୋଷ୍ଟ ଅଫିସ ଛକର ବ୍ୟବସାୟୀ ସୀତାରାମ ଅଗ୍ରୱାଲ ନିଜେ ଏହି ପୂଜା ଆରମ୍ଭ କରିଥିଲେ l ପରବର୍ତ୍ତୀ ସମୟରେ ବ୍ୟବସାୟ ପ୍ରତିଷ୍ଠାନ ବୃଦ୍ଧି ହେବାରୁ ବ୍ୟବସାୟୀ ମାନେ ଏକତ୍ରିତ ହୋଇ ପୂଜାକୁ ଅଧିକ ଆକର୍ଷଣ କରିବାକୁ ଯାଇ ୨୦୧୭ ମସିହାରୁ ପୋଷ୍ଟ ଅଫିସ ଛକରେ ଏହି ପୂଜା ପାଳନ କରି ଆସୁଛନ୍ତି l ପ୍ରତିବର୍ଷ ଦର୍ଶକଙ୍କୁ ଆକୃଷ୍ଟ କରିବାପାଇଁ କିଛି କିଛି ନୂଆ କରିବାର ପ୍ରୟାସ ଜାରି ରହିଥାଏ l ଚଳିତ ବର୍ଷ ୨୦ ଫୁଟ ଉଚ୍ଚର ଶ୍ରୀ ଗଣେଶ ପ୍ରତିମୂର୍ତ୍ତି ସହ "ମା'ଲକ୍ଷ୍ମୀ ଏବଂ ସରସ୍ବତୀ ପୂଜା ପାଉଥିବା ବେଳେ ୪୩ ଫୁଟର ଚନ୍ଦ୍ରୟାନ ବିକ୍ରମ ଲ୍ୟାଣ୍ଡର ଏଲଇଡ଼ି ଲାଇଟ ତୋରଣ ସହ,୫୨ ଫୁଟର ଅଯୋଧ୍ୟା ରାମମନ୍ଦିର ଏଲଇଡ଼ି ତୋରଣ ଦର୍ଶକଙ୍କ ମୁଖ୍ୟ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି l ସନ୍ଧ୍ୟା ହେଲେ ହଜାର ହଜାର ଦର୍ଶକଙ୍କ ସମାଗମ ହୋଇଥାଏ l ଦର୍ଶକଙ୍କ ପାଇଁ କମିଟି ତରଫରୁ ଏକ ସ୍ୱତନ୍ତ୍ର ଭାବେ "ଫୁଡ ବଜାର' ର ଆୟୋଜନ କରାଯାଇଅଛି l ଏଠାରେ ଭଳିକି ଭଳି ସୁସ୍ୱାଦୁ ଖାଦ୍ୟର ସମ୍ଭାର ହୋଇଅଛି l ଗଣେଶ ଚତୁର୍ଥୀ ଠାରୁ ପୂର୍ଣମୀ ପର୍ଯ୍ୟନ୍ତ ପ୍ରତିଦିନ ସକାଳେ ଚୁଡାଘଷା ସହ ବିଭିନ୍ନ ଫଳ ଭୋଗ ଲାଗି ହେଉଥିବା ବେଳେ ମଧ୍ୟାହ୍ନରେ ମାନସିକ ଧାରୀଙ୍କ ଦ୍ୱାରା ଖେଚୁଡ଼ି ଭୋଗ ଏବଂ ସନ୍ଧ୍ୟାରେ ପାଳି ଭୋଗ ଠାକୁରଙ୍କ ପାଖରେ ଲାଗି ହୁଏ l ଦେଶ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ କେବଳ ଗଣେଶ ପୂଜା ପାଇବାର ପରମ୍ପରା ଥିବା ବେଳେ ଜଟଣୀ ଗଣେଶ ପୂଜାରେ "ମା" ସରସ୍ବତୀ ଏବଂ ଲକ୍ଷ୍ମୀଙ୍କ ସହ ଗଜାନନ ପୂଜା ପାଇବାର ପରମ୍ପରା ଅଛି l କମିଟି ତରଫରୁ ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ମେକାନିଜିମ ସରଞ୍ଜାମ ଏବଂ ୫୨ ଫୁଟ ଉଚ୍ଚର ଅଯୋଧ୍ୟା ରାମମନ୍ଦିର ଏଲଇଡ଼ି ଲାଇଟ ଗେଟ ଶୋଭା ପାଉଅଛି ବୋଲି କମିଟି ସଭାପତି ହେମନ୍ତ କୁମାର ସୁନ୍ଦରାୟ ପ୍ରକାଶ କରିଛନ୍ତି l ଶ୍ରଦ୍ଧାଳୁ ମାନେ ଶୃଙ୍ଖଳିତ ଭାବରେ ପ୍ରଭୁଙ୍କ ଦର୍ଶନ ପାଇଁ କମିଟି ତରଫରୁ ଗୁରୁତ୍ୱ ଦିଆଯାଇ ବ୍ୟାପକ ପ୍ରସ୍ତୁତି କରାଯାଇଥିବା କମିଟିର ସମ୍ପାଦକ ମାନସ ରଞ୍ଜନ ମିଶ୍ର ପ୍ରକାଶ କରିଛନ୍ତି l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୮/୯/୨୦୨୪----୯,୧୦ Sakhigopal News,8/9/2024
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୮/୯/୨୦୨୪----୯,୧୦ Sakhigopal News,8/9/2024