ସଂକଳ୍ପ ପରିବାର ସଦସ୍ୟମାନେ ଅଚିହ୍ନା ଶବ ସତ୍କାର କଲା
ସାକ୍ଷୀଗୋପାଳ:- ବରଗଡ଼ ଜିଲ୍ଲା ସମେତ, ସମଗ୍ର ପଶ୍ଚିମ ଓଡ଼ିଶା ସହିତ ସାରା ଭାରତ ଆଜି ପବିତ୍ର ଗଣେଶ ପୂଜା ପାଳନ କରୁଛି। ଅନ୍ୟ ପକ୍ଷରେ ନୂଆଖାଇ ଅବସରରେ ନବାନ୍ନ ପର୍ବ ପାଇଁ ଚଳ ଚଞ୍ଚଳ ରହିଛି ବରଗଡ଼। ଅଗ୍ରଣୀ ସଂକଳ୍ପ ଅନୁଷ୍ଠାନର ପରିବାର ସମାଜରେ ରହିଥିବା ଅସହାୟଙ୍କ ସେବା କରିବା ପାଇଁ ସଂକଳ୍ପବଦ୍ଧ। ଆଜି ସେହି ସେବାର ଏକ ନମୁନା ସୃଷ୍ଟି କରିଛନ୍ତି। ସୂଚନା ମୁତାବକ ଗତ ବୁଧବାର ଦିନ ସୋହେଲା ଗୋଷ୍ଟି ଉନ୍ନୟନ ଚିକିତ୍ସାଳୟର ବାରଣ୍ଡାରେ ଏକ ମୃତ ଯୁବକର ଶବ ଦୀର୍ଘ ସମୟ ପର୍ଯ୍ୟନ୍ତ ପଡି ରହିଥିଲା । ଯାହାର ବୟସ ପାଖାପାଖି ୩୫ରୁ ୪୦ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ଠାରୁ ଖବର ପାଇଁ ସୋହେଲା ପୋଲିସ ଘଟଣା ସ୍ଥଳକୁ ଯାଇ ମୃତ ବ୍ୟକ୍ତିଙ୍କ ପରିଚୟ ପାଇବା ପାଇଁ ଆଖ ପାଖ ଅଞ୍ଚଳରେ ଅନୁସନ୍ଧାନ କରିଥିଲେ ।ପରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ସକାଶେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ମାତ୍ର ଆଜି ଶନିବାର ୭୨ଘଣ୍ଟା ବିତିଯାଇଥିଲେ ମଧ୍ୟ ମୃତ ବ୍ୟକ୍ତିର କୌଣସି ପରିଚୟ ମିଳିନପାରିବାରୁ ଶବ ସତ୍କାର କରିବା ପାଇଁ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାରକୁ ସୋହେଲା ପୋଲିସ ଅନୁରୋଧ କରିଥିଲେ । ଖବର ପାଇବା ପରେ ସଂକଳ୍ପ ପରିବାରର ସଭାପତି ବିକାଶ ଅଗ୍ରୱାଲଙ୍କ ସହିତ ସମ୍ପାଦକ ଜି. ରମେଶ, ଅନନ୍ତ ଚରଣ ସାହୁ, ଚିନ୍ମୟ ପାଣ୍ଡେ,ଅମର କୁମାର ପ୍ରମୁଖ ପିପଳମୁଣ୍ଡା ସ୍ୱର୍ଗଦ୍ୱାରରେ ସମ୍ମାନର ସହିତ ଶବ ସତ୍କାର କରିଥିଲେ ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୭/୯/୨୦୨୪----୭,୨୫ Sakhigopal News,7/9/2025
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୭/୯/୨୦୨୪----୭,୨୫ Sakhigopal News,7/9/2025