Breaking News

ଭଞ୍ଜନଗରରେ ପ୍ରାଥମିକ ଶିକ୍ଷା ପ୍ରତି ଅଧିକ ଗୁରୁତ୍ବ ଦିଆଯିବ : ବିଧାୟକ ଶ୍ରୀ ନାୟକ





ଭଞ୍ଜନଗର --  ସ୍ଥାନୀୟ  ଟାଉନ ହଲ ଠାରେ ଭଞ୍ଜନଗର ବ୍ଳକ୍ ମିଳିତ ପ୍ରାଥମିକ ଶିକ୍ଷକ ସଂଘ  ତରଫରୁ, ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି । ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଶିକ୍ଷକ ସଂଘ ପକ୍ଷରୁ ଶ୍ରୀ ନାୟକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା  l ଅନ୍ୟ ମାନଙ୍କ ମଧ୍ୟରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ଙ୍କୁ ମଧ୍ୟ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା  l  ଶିକ୍ଷକ  ସରୋଜକାନ୍ତ ଶତପଥୀ ଅନୁଷ୍ଠିତ ସଭାରେ ସଭାପତିତ୍ବ କରିଥିଲେ।  ସମ୍ମାନିତ ଅତିଥିରୂପେ ଶିକ୍ଷକନେତା ତ୍ରିନାଥ ପଟ୍ଟନାୟକ, ଆଇନଜୀବୀ ରଜତ କୁମାର ଦାସ, ଏନ.ପି. ସ୍ ସଂଘର ସଭାପତି ଜଗଦୀଶ ନାୟକ, ଏକ୍ସ କ୍ୟାଡର ସଭାପତି  ସୀମାଞ୍ଚଳ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ l  ବିଧାୟକଙ୍କ ଦ୍ବାରା ଶିକ୍ଷକ ଶିବରାମ ନାୟକ ଏବଂ  ଶରତ ଚନ୍ଦ୍ର ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆମ ପରମ୍ପରା ରେ  ପୂଜ୍ୟପୂଜାର ଉଦାହରଣ ରହି ଆସିଛି ଗୁରୁ ।  ସମାଜ ପ୍ରତି ଶିକ୍ଷକ ଙ୍କ ଅବଦାନ ଅତୁଳନୀୟ । ଏଣୁ ପ୍ରାଥମିକ ସ୍ତରରେ ଶିକ୍ଷା ବ୍ୟବସ୍ଥାକୁ ଆନ୍ତରିକତାର ସହ ତୁଲାଇବାକୁ ନିଜ ପ୍ରତିକ୍ରିୟାରେ କହିଥିଲେ ବିଧାୟକ ଶ୍ରୀ ନାୟକ । ଏହାସହ ଭଞ୍ଜନଗର ବ୍ଲକରେ ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ମଧ୍ୟ ସେ ପ୍ରତିଶୃତି ଦେଇଥିଲେ l  ଆୟୋଜିତ କାର୍ଯ୍ୟକ୍ରମକୁ ଶିକ୍ଷକ ଗଙ୍ଗାଧର ପଣ୍ଡା ଓ  ଦେବୀ ପ୍ରସାଦ ଦାସ ପରିଚାଳନା କରିଥିବା ବେଳେ, ବ୍ଲକ ର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ରହିଥିଲେ l ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୮/୯/୨୦୨୪----୯,୩୦ Sakhigopal News,8/9/2024

Blog Archive

Popular Posts