Breaking News

ପୂର୍ବ ମୁଖା ହୋଇ ପୂଜା ପାଆନ୍ତି "ଗଜାନନ'




ଜଟଣୀ -ଧୂମଧାମରେ ଚାଲିଛି ଓଡିଶା ପ୍ରଶିଦ୍ଧ ଗଣେଶ ପୂଜା l
ଜଟଣୀ ହରିଭାଇନା ଛକ ବ୍ୟବସାୟୀ ସଙ୍ଘ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି l ଏଠାକାର ପୂଜା ବହୁପୁରାତନ ବୋଲି ସ୍ଥାନୀୟ ଲୋକଙ୍କ ମତ l ଅତୀତରେ ସ୍ଥାନୀୟ ବଡ଼ ନୂଆଗାଁ ଛକରେ ସର୍ବପ୍ରଥମେ ହରିହର ଦାଶ ନାମକ ଏକ ବ୍ୟକ୍ତି ଛୋଟ ପାନ ଦୋକାନଟି ଦେଇ ବ୍ୟବସାୟ କରୁଥଲେ l ବ୍ୟବସାୟର ଉତ୍ତୋରୋତ୍ତର ଉନ୍ନତି ପାଇଁ ବଡ଼ ନୂଆଗାଁର କିଛି ଗ୍ରାମବାସୀଙ୍କ ସହଯୋଗରେ ଗଜାନନଙ୍କ ପୂଜା ଆରମ୍ଭ ହୋଇଥିଲା l କାଳକ୍ରମେ ଏହି ଛକର ନାମ "ହରିଭାଇନା ଛକ "ନାମରେ ନାମିତ ବୋଲି ସ୍ଥାନୀୟ ପୁରୁଖା ବ୍ୟକ୍ତି ପ୍ରକାଶ କରିଛନ୍ତି l ଧୀରେ ଧୀରେ ଛକରେ ଅଧିକରୁ ଅଧିକ ବ୍ୟବସାୟ ପ୍ରତିଷ୍ଠାନ ଗଢି ଉଠିବାରୁ ଏହି ପୂଜାର ଉନ୍ନତି ହେଲା l ଏହି ପୂଜାମଣ୍ଡପର ଐତିହ ହେଉଛି ପ୍ରଭୁ ଗଜାନନଙ୍କ ସହ ମାତା ସରସ୍ବତୀ, ଲକ୍ଷ୍ମୀ ଏବଂ ସତ୍ୟନାରାୟଣ ଠାକୁର ପୂଜା ପାଆନ୍ତି l ଏହା ବ୍ୟତୀତ ଅନ୍ୟ ଏକ ଐତିହ ହେଉଛି ଗଜାନନ ପ୍ରଭୁ ପୂର୍ବ ମୁଖା ହୋଇ ପୂଜା ପାଇଥାନ୍ତି l ପରମ୍ପରିକ ରୀତିନୀତି ଅନୁଯାଇ ୧୦ ଦିନ ଧରି ସଂସ୍କୃତି ଐତିହ କୁ ବଜାଇ ରଖିବା ପାଇଁ "ପାଲା"ଅନୁଷ୍ଠିତ ହୋଉଥାଏ l ଏହି ପୂଜା ମଣ୍ଡପରେ ହଜାର ହଜାର ଶ୍ରଦ୍ଧାଳୁ ଠାକୁରଙ୍କ ପାଖରେ ମାନସିକ ଲାଗି ଭିଡ଼ ଜମାଇ ଥାନ୍ତି l ଗଜାନନଙ୍କ ଏହି ପୂଜାର ଶୁଭ ମୁହୂର୍ତ୍ତରେ ନାରାୟଣଙ୍କ ନିକଟରେ ମାନସିକ କଲେ ସମସ୍ତ ମନସିକ ପୂରଣ ହୋଇଥାଏ ବୋଲି କିମ୍ବଦନ୍ତୀ ଅଛି l ବ୍ୟବସାୟ ସଂଘର ସଭାପତି ଜାନକୀ ବଲ୍ଲଭ ମିଶ୍ର କହନ୍ତି ହରିଭାଇନା ଛକ ପୂଜା ମଣ୍ଡପ ଏକ ନିଆରା ପୂଜା ମଣ୍ଡପ l ପୂଜାର ଏହି ଶୁଭ ମୁହୂର୍ତ୍ତରେ ଠାକୁରଙ୍କ ନିକଟରେ ମାନସିକ ରଖିଲେ ସମସ୍ତ ମନସିକ ପୂର୍ଣ୍ଣ ହୋଇଥିବା ଅନେକ ଉଦାହରଣ ଅଛି l ତେଣୁ ପୂଜା ସମୟରେ ଏକାଧିକ ଧାରୀ ଶ୍ରଦ୍ଧାଳୁ ଏଠାରେ ମାନସିକ କରି ସଫଳ ହେବା ପରେ ସେମାନେ ପାଲା କରିବାକୁ ଜାଚଙ୍ଗା କରିଥାନ୍ତି l ତେଣୁ ପ୍ରତି ବର୍ଷ ସାଂସ୍କୃତିକ "ପାଲା"ର ଆୟୋଜନ କରାଯାଇଥାଏ l ବର୍ତ୍ତମାନର ଆଧୁନିକ ଯୁଗରେ ପାରମ୍ପରିକ ରୀତିନୀତି ତଥା ପୁରାତନ ସଂସ୍କୃତି ଅନୁସାରେ ଠାକୁରଙ୍କ ପୂଜା ଅନୁଷ୍ଠିତ ହୋଇଆସୁଅଛି l ଆଧ୍ୟାତ୍ମିକ ମନୋବଳ ଓ ଶ୍ରଦ୍ଧାଳୁଙ୍କ ପ୍ରଶଂସା ଆମକୁ ଏହି ପୂଜାକୁ ସରସ ସୁନ୍ଦର କରିବା ଲାଗି ପ୍ରେରଣା ଦିଏ ବୋଲି ସଂଘର ସଭାପତି ଦିଲ୍ଲୀପ କୁମାର ମାର୍ଥା ପ୍ରକାଶ କରିଛନ୍ତି l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୦/୯/୨୦୨୪---୮,୪୫ Sakhigopal News,10/9/2024

Blog Archive

Popular Posts