ଶ୍ରୀ ରଧା ଜନ୍ମ ମହୋତ୍ସବର ଦୁତୀୟ ସଂଧ୍ୟା ; ବିଳମ୍ବିତ ରାତି ପର୍ଯ୍ୟନ୍ତ ମନ ମୋହିଲା ଘୋଡା ନାଚ
ସାକ୍ଷୀଗୋପାଳ,----- ଶ୍ରୀରାଧା ଜନ୍ମ ମହୋତ୍ସବର ଦୁତୀୟ ସଂଧ୍ୟାରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକଙ୍କ ମନ ମୋହିଥିଲା ଚଇତାଳି ଘୋଡାନାଚ ସହ ଅଭିନୟନା ଅନୁଷ୍ଠାନର କଳାକାର ମାନଙ୍କ ଦ୍ୱାରା ରାସନୃତ୍ୟ । ସାକ୍ଷୀଗୋପାଳ ସିଂହଦ୍ୱାର ଭଜନ ସମାରୋହ କମିଟି ପକ୍ଷରୁ ଆୟୋଜିତ ହୋଇଥିବା ମା ଶ୍ରୀରାଧା ଜନ୍ମ ମହୋତ୍ସବ ପକ୍ଷରୁ ପଞ୍ଚକୁଣ୍ଡୀୟ ବିଶ୍ୱଶାନ୍ତି ମହାଯଜ୍ଞ ସହିତ ବାଳଗୋପାଳ, ସଂଗୀତ ମୂଚ୍ଚନା ଅନୁଷ୍ଠାନପକ୍ଷରୁ ଭଜନ ସମାରୋହ ପରେ ପରେ ଅନୁଷ୍ଠାନ ପକ୍ଷରୁ ସଭାର ଆୟୋଜନ କରାଯାଇଛି । ଏହି ସଭାରେ ସତ୍ୟବାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ଅନୁଷ୍ଠାନର ସାଂସ୍ମୃତିକ ସମ୍ପାଦକ ବିଜୟ କୁମାର ମହାପାତ୍ର ଓ ପ୍ରଫୁଲ କୁମାର ପଣ୍ଡା, ଜୟପୁର ସମିତିସଭ୍ୟ ଦୀପକ ଶତପଥି ଓ ପେଣ୍ଠପଡା ପଞ୍ଚାୟତର ସରପଞ୍ଚ ଚିନ୍ମୟ ରାଉତ ଯୋଗ ଦେଇ ଶ୍ରୀ ରଧା ଜନ୍ମ ମହୋତ୍ସବର ଦୁତୀୟ ସଂଧ୍ୟାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ ସଫଳତା ଲାଭ କରିଥିବା ଛାତ୍ରଛାତ୍ରୀ ଓ ଅନ୍ୟ ମାନଙ୍କୁ ଅତିଥି ମାନେ ସମ୍ମାନୀତ କରିଥିଲେ । ପରେ ଅଭିନୟନା ଅନୁଷ୍ଠାନ ପକ୍ଷରୁ ରାସନୃତ୍ୟୁ ସହିତ ଗୁଜୁରାଟି ନୃତ୍ୟୁ, ସରକାରୀ ବାଳିକା ବିଦ୍ୟାଳୟର ଛାତ୍ର ମାନଙ୍କ ଦ୍ୱାରା ନୃତ୍ୟୁ, ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା, ମଙ୍ଗଳପୁରର ଝିଲିମିଲି ୁଇତାଳି ପରିଷଦ ପକ୍ଷରୁ ଘୋଡାନୃତ୍ୟୁ ପରିବେଷଣ କରାଯାଇଥିଲା । ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକ ମାନେ ଉପସ୍ଥିତ ରହିଥିଷଲ । କାର୍ଯ୍ୟକ୍ରମକୁ ଆଲୋକ କୁମାର ଖୁଣ୍ଠିଆ ସଂଯୋଜନା କରିଥିଲେ । ସାକ୍ଷୀଗୋପାଳ ସିଂହଦ୍ୱାର ଭଜନ ସମାରୋହ କମିଟର ସଦସ୍ୟ ମାନେ କାର୍ଯ୍ୟକ୍ରମପରିଚାଳନାରେ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୦/୯/୨୦୨୪---୮,୪୦ Sakhigopal News, 10/9/2024