Breaking News

ଓମ୍ ଶାନ୍ତି ପକ୍ଷରୁ ଶ୍ରୀ ଚୈତନ୍ୟ ଝାଙ୍କି ଓ ଗଣେଷ ପୂଜା



ଭଞ୍ଜନଗର, : ଗତ ୭ ତାରିଖ ରୁ ୯ ତାରିଖ ତିନି ଦିନ ବ୍ୟାପି ଭଞ୍ଜନଗର ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ,ପୁରୁଣା ବଜ଼ାର ସାହି ପାଠଶାଳା ଆନୁକୂଲ୍ୟରେ ଶ୍ରୀ ଚୈତନ୍ୟ ଝାଙ୍କି ' ମେଢ଼ ସ୍ଥାପନ କରାଯାଥିଲା । ନିରାକାର ପରମପିତା ପରମାତ୍ମା ଶିବ ତଥା ଶ୍ରୀ ଗଣେଷ ଙ୍କ ଦିବ୍ୟ ଆବିର୍ଭାବ ଉପରେ ଆଧାରିତ ବିଶ୍ୱ ନବନିର୍ମାଣ ଆଧ୍ୟାତ୍ମିକ ଚିତ୍ର ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା  |
 ଉପସେବା କେନ୍ଦ୍ରର ମୁଖ୍ୟ   ସଂଚାଳିକା ବ୍ରହ୍ମ କୁମାରୀ ସନ୍ତୋଷିନୀ ଭଉଣୀ ଏହାକୁ ଉଦଘାଟନ କରିଥିଲେ | ଏହି ମେଳାରେ ବହୁ ସଂଖ୍ୟାରେ ଭକ୍ତମାନେ ଯୋଗ ଦେଇଥିଲେ | ଚୈତନ୍ୟ ଝାଙ୍କି ରେ ଶ୍ରୀ ଗଣେଷ ଙ୍କ ଜୀବନ୍ତ ପ୍ରତିମୂର୍ତ୍ତି ଭକ୍ତ ମାନେ ଦର୍ଶନ କରିଥିଲେ |  ଏହି ଚିତ୍ର ପ୍ରଦର୍ଶନୀ ରେ ଜ୍ଞାନ ଓ ରାଜଯୋଗ ର ଶିକ୍ଷା ମଧ୍ୟ ପ୍ରଦାନ କରାଯାଇଥିଲା |  ଏଥିରେ ସମସ୍ତ ବ୍ରହ୍ମ କୁମାର ଭାଇ ଓ ଭଉଣୀ ମାନେ ସେବା ରେ ସହଯୋଗ କରିଥିଲେ |   ସେବା ଧାରୀ ଙ୍କ ମଧ୍ୟରୁ ବି.କେ ଆରିଆ, ବି.କେ  ବର୍ଷା ଭଉଣୀ ଏବଂ ବି.କେ ରୋଶନ ଭାଇ ବିଶେଷ ସେବା ଯୋଗାଇଥିଲେ । ଏହି ଚୈତନ୍ୟ ଝାଙ୍କି ମହା ସମାରୋହ ରେ  ପାଳନ କରାଯାଇଥିଲା | ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୦/୯/୨୦୨୪---୯,୨୦ Sakhigopal News,10/9/2024

Blog Archive

Popular Posts