ବଡସିଲିଙ୍ଗା ପଞ୍ଚାୟତର ବହୁ ଆଦିବାସୀ ଗାଁ ଏବେ ମୌଳିକ ଅଧିକାର ରୁ ବଂଚିତ, ଆନ୍ଦୋଳନ କୁ ଓହ୍ଲାଇ ବେ ଗ୍ରାମବାସୀ
ନୟାଗଡ଼--- ଗ୍ରାମାଞ୍ଚଳ କୁ ଯାତାୟତ ପାଇଁ ସରକାର ପଞ୍ଚାୟତ୍ ଓ ବ୍ଲକ ମାଧ୍ୟମରେ ରାସ୍ତା ନିର୍ମାଣ କରୁ ଥିବାର ଡିଣ୍ଡିମ ପିଟୁ ଥିବା ବେଳେ ସ୍ବାଧୀନ ତାର ୭୫ବର୍ଷ ପରେ ମଧ୍ୟ ଗାଁ କୁ ରାସ୍ତା ଓ ବିଦ୍ୟୁତ୍, ପାନିୟ ଜଳ ନ ଥିବାରୁ ଗ୍ରାମ ବାସୀ କିଭଳି ହନ୍ତସନ୍ତ୍ ହେଉଛନ୍ତି ।
ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକଅନ୍ତର୍ଗତ ବଡ଼ ସିଲୀଙ୍ଗା ପଞ୍ଚାୟତ ର ଆଦିବାସୀ ଗାଁ । ଏହି ଗାଁ କୁ ଯିବା କୁ ହେଲେ ନୀତି ଦିନିଆ ରାସ୍ତା ନାହିଁ । ପାଦ ଚଲା ରାସ୍ତା।ଗାଁ ରେ ବାସ କରନ୍ତି ୫୦୦ଘର । ଗାଁ ଟି ହେଉଛି ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର ଆଠ ନମ୍ୱର୍ ୱାର୍ଡ । କିନ୍ତୁ ଭୋଟର ତାଲିକା ଦେଖିଲେ ୩୦୦ରୁ ଉର୍ଦ୍ଧ୍ ଭୋଟର ରହିଛି। ହେଲେ ଗାଁ କୁ ରାସ୍ତା ଟିଏ ନିର୍ମାଣ ହୋଇପାରୁ ନାହିଁ। ଅତି କର୍ଦଯ୍ୟ ପାଦ ଚଲା ରାସ୍ତାକୁ ଆପଣେଇ ନେଇଛନ୍ତି ଢ଼ିପି ସାହିର ଦୁମୁ ଦୁମା ପଡ଼ା ସାହୀ ବେଦିକିନାଳ ବାସିନ୍ଦା ଗ୍ରାମ ବାସୀ। ଢ଼ିପି ସାହିର ଦୂମୁ ଦୂମା ପର୍ଯ୍ୟନ୍ତ ବିଦ୍ୟୁତ୍ ସଂଯୋଗ ରହିଛି କିନ୍ତୁ ବେଦିକି ନାଳ ସାହିକୁ ସଂଯୋଗ ହୋଇ ନାହିଁ। ଏହି ସାହିରେ ତିନି ଘର ପରିବାର ରହୁଥିବା ବେଳେ ୧୬ ଜଣ ଲୋକ ରୁହନ୍ତି। ମାତ୍ର ୩ଟା ବିଦ୍ୟୁତ ଖୁଣ୍ଟ ପୋତିଲେ ଏହି ସାହିରେ ବିଦ୍ୟୁତ୍ ଆଲୋକ ଦେଖିପାରନ୍ତେ । ସାହିରେ ନଳକୂପ ଟିଏ ନଥିବାରୁ ବେଦୀନି ନାଳ ରୁ ପାଣି ଆଣି ବ୍ୟବହାର କରନ୍ତି। ଏହି ସାହିକୁ ଶାଳିଆ ବନ୍ଧ ରାସ୍ତା ଠାରୁ ବେଦୀନି ନାଳ ସାହିକୁ ରାସ୍ତା ଟିଏ ନଥିବାରୁ, ବହୁ ହନ୍ତସନ୍ତ ହେଉ ଛନ୍ତି ବାସିନ୍ଦା। ଏହି ଆଠ ନମ୍ବର୍ ୱାର୍ଡ ରେ ତାଲା ବାରି ଗାଁ। ୬ଟି ଘରଓ ୩୦ପରେ ଲୋକ ସଂଖ୍ୟା। ଧୌରା ବଣୀ ୭ଟି ଘର ୩୦ପରେଲୋକ ସଂଖ୍ୟା କିନ୍ତୁ ରାସ୍ତା ନାହିଁ କି ବିଦ୍ୟୁତ୍ ସଂଯୋଗ ନାହି। ଏହି ପଞ୍ଚାୟତ ର ରେକେଡି ଗାଁ ରେ ୧୩ପରି ବାର୍ ରହୁ ଥିବା ବେଳେ ରାସ୍ତା, ବିଦ୍ୟୁତ୍, ଓ ନଳକୂପ ଟିଏ ନାହିଁ। ବିଜୁ ସେତୁ ନିର୍ମାଣ ପାଇଁ ପାଞ୍ଚ କୋଟି ୬୬ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ଜଣାପଡିଛି । ମାତ୍ର ଏହା ଏବେ ଫଳକ ରେ ସୀମିତ ରହିଛି। ରେକେଡି ଠାରୁ ଜାନକା ଝୋଲା ୩କିମି କିନ୍ତୁ ରାସ୍ତା ନାହିଁ, କି ବିଦ୍ୟୁତ୍ କି ପାଣି ସୁବିଧା ନାହିଁ। ଯାନକା ଝୋଲା ଠାରୁ ଡମା ଘାଟି ତିନି କିମି ଦୂର ଏହି ଗାଁ କୁ ରାସ୍ତା ନାହିଁ । ଫୋନ୍ ଟାୱାର ନାହିଁ ,ବିଦ୍ୟୁତ ନାହିଁ , ନାଳକୁପ ନାହିଁ। ଏହିପରି ଡମା ଘାଟି ଠାରୁ ବେଦାଡ଼ି ଗାଁ ୨୫ ରୁ ୩୦ ଲୋକ ଅଛନ୍ତି। ବିଦ୍ୟୁତ ନାହିଁ, ରାସ୍ତା ନାହିଁ, ଫୋନ୍ ଟାୱାର ନାହିଁ , ନଳକୂପ ନାହିଁ ବେଦାଡି ଠାରୁ କୁମୁରି ଗାଁ ରେ ୧୩ ଟି ପରିବାର ଥାଇ ମଧ୍ୟ ଏହି ସବୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାନକା ଖୋଲା ଠାରୁ, ସେରେଣ୍ଡା , ବେହେରା ତାଇଲା ଠାରୁ ସେପଟା ପଲ୍ଲୀ, ଢିପି ସାହୀ ଠାରୁ ଡୁଇସିଙ୍ଗି ଯିବା ପାଇଁ ସିଲାଟିନାଳ ଉପରେ ଏକ ବ୍ରୀଜ ହେବ କଥା ଏ ପର୍ଯ୍ୟନ୍ତ ହୋଇନାହିଁ। ଫଳରେ ଡୁଇସୀଙ୍ଗି ସାନବାଙ୍କଝରି , ବଡ଼ବାଙ୍କଝରିକୁ ଯିବା ପାଇଁ ବହୁ ଅସୁବିଧା ହେଉଛି।
ସାନବାଙ୍କାଝରି ଠାରୁ ବଡ଼ ବାଙ୍କଝରି କୁ ରାସ୍ତା ନାହିଁ। ଗୋଛବାରି ଛକ ଠାରୁ ଡମା ଘାଟି ପର୍ଯ୍ୟନ୍ତ ଆର୍ ଡି ରାସ୍ତା ନିର୍ମାଣ ପାଇଁ ସର୍ଭେ ହୋଇଥିଲେ ମଧ୍ୟ ବିଭାଗ ର ନାଲି ଫିତା ତଳେ ରାସ୍ତା ଅଟକି ରହିଛି। ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ରେ ଏହି ପରି ବହୁ ଆଦିବାସୀ ଅଧ୍ୟୁଷିତ ଗାଁ ରହିଛି କିନ୍ତୁ ପ୍ରଶାସନ ପକ୍ଷରୁ ଦୃଷ୍ଟି ନାହିଁ। ଜିଲ୍ଲା ପାଳଙ୍କ, ଜନ ଶୁଣାଣୀ କଣ ଏ ମାନେ ଜାଣି ପାରନ୍ତିନାହିଁ। ଏ ନେଇ ଭାରତୀୟ ବିକାଶ ପରିଷଦରରାଜ୍ୟ ସଭାପତି ସୁରେନ୍ଦ୍ର ପାଣିଗ୍ରାହି କହିଛନ୍ତି । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଆଦିବାସୀ ଗାଁ ର ମୌଳିକ ଅଧିକାର ପାଇଁ ମାନ୍ୟ ବର ଉଚ ନ୍ୟାୟାଳୟ ରେ ମାମଲା ରୁଜୁ ହୋଇଛି । ନୟାଗଡ଼ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୧/୯/୨୦୨୪----୯,୪୫ Sakhigopal News,11/9/2024