ବର୍ତ୍ତମାନ ସୁଦ୍ଧା ସୁଧୁରି ପାରିଲାନି ସହରର ରାସ୍ତାଘାଟ, ଡ୍ରେନ ବ୍ୟବସ୍ଥା ସାଙ୍ଗକୁ ପରିମଳ ବ୍ୟବସ୍ଥା , ଜଟଣୀ ପୌରପରିଷଦ ସମ୍ପୂର୍ଣ କୋମାରେ
ଜଟଣୀ :- ବର୍ତ୍ତମାନ ସହରରେ ଅନୁଷ୍ଠିତ ହେଉଛି ଓଡିଶା ପ୍ରସିଦ୍ଧ ଗଣେଶ ପୂଜା l ପୂଜା ପୂର୍ବରୁ ପ୍ରଶାସନ ପକ୍ଷରୁ ଥରେ ନୁହେଁ ଚାରି ଚାରିଥର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଛି l ଏହି ପ୍ରସ୍ତୁତି ବୈଠରେ ସରକାରୀ ବାବୁ, ନେତା ଏବଂ ଅଧିକାରୀ ମାନେ ଆସି ଥଣ୍ଡା ପବନ ଖାଇ ମଞ୍ଚରେ ବସି ପୂଜା ଆଗରୁ ସହରର ରାସ୍ତାଘାଟ, ନାଳ ନର୍ଦ୍ଦମା, ପରିମଳ ବ୍ୟବସ୍ଥା ସାଙ୍ଗକୁ ପୌରପରିଷଦ ଦ୍ୱାରା ଆଲୋକୀକରଣ ସମେତ ସମସ୍ତ ବ୍ୟବସ୍ଥା ଠିକ ହୋଇଯିବ କହି ଆଶ୍ୱାସନା ଦେଲେ l ପୌରପରିଷଦ ଅଧକ୍ଷ ସମ୍ପୂର୍ଣ ପୂର୍ତ୍ତ ବିଭାଗ ଉପରେ ଦୋଷ ଲଦି ଭାଷଣ ବାଜି କରି ଚାଲିଗଲେ l ବୈଠକ ଶେଷରେ ସହରର ଅବସ୍ଥା ଯଥା ପୂର୍ବଂ ତଥା ପରଂ ଭଳି ସହରର ସମସ୍ୟା ଯେଉଁଠି ସେଇଠି l ପ୍ରସ୍ତୁତି କେବଳ ଲୋକ ଦେଖାଣିଆ ହୋଇ ରହି ଯାଇଛି l ପ୍ରସ୍ତୁତି ବୈଠକ ଆଳରେ ଲୋକଙ୍କ ଟିକସ ଟଙ୍କାରୁ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିବା ଛଡା କିଛି ନୁହେଁ l ଗଣେଶ ପୂଜା ଆଜିକୁ ୫ ଦିନ ଅନୁଷ୍ଠିତ ହୋଇଯାଇଥିଲେ ମଧ୍ୟ ମୁଖ୍ୟ ରାସ୍ତା ହନୁମାନ ବଟିକା ଠାରୁ ହରିଭାଇନା ଛକ ଆର୍ଯ୍ୟନ୍ତ ରାସ୍ତାର ଦୁରାବସ୍ଥା କହିଲେ ନ ସରେ l ସମ୍ପୂର୍ଣ ରାସ୍ତା ଖାଲଢିପରେ ପରିପୂର୍ଣ l ଛୋଟ ଛୋଟ ଖାଲ ହୋଇ ବର୍ଷା ହେଲେ ବର୍ଷା ପାଣି ଖାଲରେ ଜମା ହେବା ଦ୍ୱାରା ଯାନବାହାନ ସେହି ଖାଲରେ ପଡି ଆରୋହୀ ମାନେ ଦୁର୍ଘଟଣା ଗ୍ରସ୍ତ ହେଉଛନ୍ତି l ସୀତାରାମ ଛକ ୟୁନିଅନ ବ୍ୟାଙ୍କ ଠାରୁ ସୀତାରାମ ଛକ ପର୍ଯ୍ୟନ୍ତ ଅପ୍ରୋଚ ରୋଡ଼ର ଅବସ୍ଥା କହିଲେ ନ ସରେ l ପେଟ୍ରୋଲ ପମ୍ପଠାରୁ ଉତ୍ତରାଣୀ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ପୂର୍ବରୁ ଯେଉଁ ଅବସ୍ଥା ବର୍ତ୍ତମାନ ସେହି ଅବସ୍ଥା l ତାର କୌଣସି ପରିବର୍ତ୍ତନ ନାହିଁ l ବାରମ୍ବାର ଅଭିଯୋଗ ପରେ ମଧ୍ୟ ଏହାର ସ୍ଥାୟୀ ସମାଧାନ ପ୍ରଶାସନ ଦ୍ୱାରା ହୋଇପାରୁନାହିଁ l ସହରର ଡ୍ରେନ ଅବସ୍ଥା ନ କହିବା ଭଲ l ସେହି ଭଳି ସହରର ସମସ୍ତ ବ୍ୟବସାୟୀ ସଂଘ ଦ୍ୱାରା ଯେଉଁ ସମସ୍ୟା ସବୁ ପୌରପରିଷଦ ନଜରକୁ ଅଣାଯାଇଥିଲା ତାହା ବର୍ତ୍ତମାନ ପ୍ରଯ୍ୟନ୍ତ ସମାଧାନ ହୋଇ ପାରିଲାନାହିଁ l ଅତି ଦୁଃଖର ବିଷୟ ସୀତାରାମ ଛକ, ବଡବଜାର, ମାଛ ମାର୍କେଟର ରାସ୍ତା ଘାଟ, ଡ୍ରେନ, ପରିମଳ ବ୍ୟବସ୍ଥା ଅତି ଦୁର୍ଦ୍ଦିନ ଅବସ୍ଥାରେ ପଡ଼ିରହିଛି l ସେହି ବଜାର ଭିତରକୁ ସାଧାରଣ ଲୋକ ପାଦରେ ଚାଲିକି ଯିବା କଷ୍ଟସାଧ୍ୟ ହୋଇପଡୁଛି l ରାସ୍ତା ସାରା ପାଣିକାଦୁଅ ଏବଂ ଆବର୍ଜନାରେ ପରିପୂର୍ଣ l ଓଡିଶା ପ୍ରସିଦ୍ଧ ଗଣେଶ ପୂଜା ଦେଖିବା ପାଇଁ ଦୂରଦୂରାନ୍ତରୁ ହଜାର ହଜାର ଭକ୍ତ ଗଜାନନ ଙ୍କ ଦର୍ଶନ ପାଇଁ ଆସିଥାନ୍ତି l ସହରର ରାସ୍ତା ଘାଟ, ପରିମଳ ବ୍ୟବସ୍ଥା ଦେଖି ସ୍ଥାନୀୟ ପୌରପରିଷଦର ଅବ୍ୟବସ୍ଥା ଉପରେ ଚିନ୍ତା ବ୍ୟକ୍ତ କରନ୍ତି l ସେହିପରି ସ୍ଥାନୀୟ ରାଜାବଜାର ରେଡ଼ିଓ ଲାଇଫ ଦୋକାନ ସାମନ୍ନାରୁ ମାଛ ମାର୍କେଟ ଯିବା ପାଇଁ ଏକ ସର୍ବ ପୁରାତନ ଛୋଟ ଗଳି ରାସ୍ତା ଅଛି l ସେହି ରାସ୍ତା ଦେଇ ପ୍ରତ୍ୟକ ଦିନ ବହୁ ଲୋକ ଯିବା ଆସିବା କରନ୍ତି l ବର୍ତ୍ତମାନ ସେହି ରାସ୍ତାର ଏକ ସ୍ଲାବ ଭାଙ୍ଗିଯିବା ଦ୍ୱାରା ଲୋକ ଯାତାୟାତ ସମୟରେ ଅଜାଣତରେ ଅନେକ ଦୁର୍ଘଟଣା ଘଟୁଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ ପାଇଛି l ଏହି ବାବଦରେ ସ୍ଥାନୀୟ ବାସିନ୍ଦା ଅନେକ ବାର ପୌରପରିଷଦକୁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ନ ମିଳିବା ଫଳରେ ପୌରପରିଷଦ କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ନୂତନ ପୌରାଧକ୍ଷ ଜଟଣୀର ଉନ୍ନତି ପାଇଁ କୌଣସି କାର୍ଯ୍ୟ କରିନାହାନ୍ତି l ଏଭଳି ପୌରାଧକ୍ଷ ଥାଇ ନ ଥିବା ଭଳି l ଆମ ମାନଙ୍କଠାରୁ ପୌରପରିଷଦ ସମସ୍ତ ପ୍ରକାର ଟିକସ ଆଦାୟ କରି ନିଏ l କିନ୍ତୁ ଆମର ମୌଳିକ ଅସୁବିଧା ସମୟରେ କାମରେ ଆସନ୍ତିନି l କେବଳ ନିଜ ସ୍ୱାର୍ଥ ହାସଲ ପାଇଁ ବ୍ୟସ୍ତ l ଲୋକଙ୍କ ମୌଳିକ ବ୍ୟବସ୍ଥା ବିଝୁଛି କିଏ ? ।
ଯଦି ଏଭଳି କାର୍ଯ୍ୟ ଆଗକୁ ଚାଲେ ତେବେ ଏହାର ଦୃଢ଼ ଜବାବ ଦିଆଯିବ ବୋଲି ଜନସାଧାରଣ ପ୍ରକାଶ କରିଛନ୍ତି l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୧/୯/୨୦୨୪----୯,୩୦ Sakhigopal News,11/9/2024